Strong blow to Jinping: Female official sent 300,000 secret files to Taiwan! Photograph: (sambad.in)
ବେଜିଂ: ଚୀନ୍ର ଜଣେ ମହିଳା ଗୁପ୍ତଚର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଶକ୍ତ ଧକ୍କା ଦେଇଛନ୍ତି। କୁହାଯାଉଛି ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଏହି ମହିଳା ୩ ଲକ୍ଷ ଗୁପ୍ତ ଫାଇଲ୍ ଗାଏବ କରିଦେଇଛନ୍ତି। ଏହି ଖବର ପ୍ରକାଶ ପାଇବା ମାତ୍ରେ ଚୀନ୍ରେ ଆତଙ୍କ ସୃଷ୍ଟି ହୋଇଛି। ସେନା ଅଧିକାରୀମାନେ ମହିଳାଙ୍କୁ ଗିରଫ କରିଛନ୍ତି ଏବଂ ତାଙ୍କୁ ପଚରାଉଚରା କରାଯାଉଛି। ଅଧିକାରୀମାନେ ଭୟ କରୁଛନ୍ତି ଯେ, ଏହି ଫାଇଲଗୁଡ଼ିକ ତାଇୱାନକୁ ପଠାଯାଇ ଥାଇପାରେ। ମହିଳାଙ୍କ ତାଇୱାନ ଲିଙ୍କ୍ ସାମ୍ନାକୁ ଆସିଛି।
ଗ୍ଲୋବାଲ ଟାଇମ୍ସ ଅନୁଯାୟୀ, ଝାଙ୍ଗ ଉପନାମ ଥିବା ଏହି ମହିଳା ବେଜିଂସ୍ଥିତ ଏକ ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିଲେ। ସେ କାମ କରୁଥିବା ସମୟରେ ତାଙ୍କ ପାଖରେ ଏକ ଡିଭାଇସ୍ ମିଳିଥିଲା, ଯାହା ପରେ ତାଙ୍କୁ ଜେରା କରାଯାଇଥିଲା। ଜେରା ସମୟରେ, ଅଧିକାରୀମାନେ ଯେତେବେଳେ ୩ ଲକ୍ଷ ଗୁପ୍ତ ଫାଇଲ୍ ଗାଏବ ହେବା ବିଷୟରେ ଜାଣିଲେ ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଚୀନ୍ ଅଧିକାରୀମାନେ କହିଛନ୍ତି ଯେ, ମହିଳା ଜଣକ ପ୍ରଥମେ ସେହି ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ ଯେଉଁମାନଙ୍କୁ ଚୀନ୍ର ଗୁପ୍ତଚର ସୂଚନା ଆବଶ୍ୟକ ଥିଲା। ଏହା ପରେ, ମହିଳା ଅଧିକାରୀ ସେହି କାଗଜପତ୍ରଗୁଡ଼ିକୁ ନିଜ ପାଖକୁ ନେଇଯାଇଥିଲେ। ସେ ପ୍ରଥମେ ଏହି ଡକ୍ୟୁମେଣ୍ଟଗୁଡ଼ିକୁ ସ୍କାନ କରିଥିଲେ ଏବଂ ତା’ପରେ ସେଗୁଡ଼ିକୁ ଭି-ଚାଟ୍ ମାଧ୍ୟମରେ ପଠାଇବା ଆରମ୍ଭ କରିଥିଲେ।
ଅଧିକ ପଢ଼ନ୍ତୁ: ଏଲିଅନ୍ ସହିତ ମୁହାଁମୁହିଁର ଆଶ୍ଚର୍ଯ୍ୟଜନକ କାହାଣୀ, ୨୩ ଜଣ ସୋଭିଏତ୍ ସୈନିକ ପଥର ହୋଇଯାଇଥିଲେ: ସିଆଇଏର ଗୁପ୍ତ ତଥ୍ୟ ପ୍ରକାଶ
ରିପୋର୍ଟ ଅନୁଯାୟୀ, ମହିଳା ଅଧିକାରୀ ଏପର୍ଯ୍ୟନ୍ତ ୩ ଲକ୍ଷ ଗୁପ୍ତ ଡକ୍ୟୁମେଣ୍ଟ ସ୍କାନ କରି ବିଦେଶକୁ ପଠାଇ ସାରିଛନ୍ତି। ଏଥିପାଇଁ ଅଧିକାରୀ ଜଣକ କେତେ ଟଙ୍କା ପାଇଥିଲେ ସେ ବିଷୟରେ ଚୀନ୍ ସରକାର ସୂଚନା ସଂଗ୍ରହ କରୁଛନ୍ତି।
ଚୀନ୍ ଅଧିକାରୀମାନେ କହିଛନ୍ତି, ମହିଳା ଅଧିକାରୀ ଜଣକ ତାଙ୍କ ଚୌକିରେ ଏକ ଡିଭାଇସ୍ ଲଗାଇଥିଲେ, ଯାହା ମାଧ୍ୟମରେ ଗୁପ୍ତ ବୈଠକର ସୁଟିଂ କରାଯାଉଥିଲା। ବୁଧବାର ଦିନ ଏହି ଡିଭାଇସଟି ଚୌକିରୁ ଖସି ପଡ଼ିଥିଲା। ଏହାକୁ ଦେଖି ସେଠାରେ ଉପସ୍ଥିତ ଅଧିକାରୀମାନେ ସତର୍କ ହୋଇଯାଇଥିଲେ।
ଏହି ସୂଚନା ପୁଲିସକୁ ଦିଆଯାଇଥିଲା। ପୁଲିସ ସ୍ୱତନ୍ତ୍ର ବିଭାଗକୁ ଡକାଇ ସମ୍ପୂର୍ଣ୍ଣ ମାମଲା ସେମାନଙ୍କୁ ହସ୍ତାନ୍ତର କରିଥିଲା। ଯେତେବେଳେ ସ୍ୱତନ୍ତ୍ର ବିଭାଗ ଏହାର ତଦନ୍ତ ଆରମ୍ଭ କଲେ ସେତେବେଳେ ଗୁପ୍ତଚରୀ ବିଷୟରେ ସୂଚନା ମିଳିଥିଲା। ଚୀନ୍ରେ ଗୁପ୍ତଚରୀ ମାମଲା ନିରନ୍ତର ବୃଦ୍ଧି ପାଉଛି।
ଚୀନ୍ରେ ଗୁପ୍ତଚରୀକୁ ଏକ ଗମ୍ଭୀର ଅପରାଧ ଭାବରେ ବିବେଚନା କରାଯାଏ। ଯଦି ଗୁପ୍ତଚରୀ ଅଭିଯୋଗ ପ୍ରମାଣିତ ହୁଏ, ତେବେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦିଆଯାଏ। ମହିଳାଙ୍କ ବିରୋଧରେ ଗୁପ୍ତଚର ମାମଲା ମଧ୍ୟ ରୁଜୁ କରାଯାଇଛି ଏବଂ ତାଙ୍କ ବିଚାର ଆରମ୍ଭ ହୋଇଛି।
ଅଧିକ ପଢ଼ନ୍ତୁ: ପୁଣି ଏକ ଚୋରା ଖଣିରେ ଚଢ଼ଉ; ଜେସିବି ଜବତ
China | spying
Follow Us