ଜିମରୁ ଘରକୁ ଫେରୁଥିବା ବେଳେ ହୃଦଘାତର ଶିକାର ହେଲେ ସବଇନ୍ସପେକ୍ଟର

Advertisment

ଜିମରୁ ଘରକୁ ଫେରୁଥିବା ବେଳେ ହୃଦଘାତର ଶିକାର ହେଲେ ସବଇନ୍ସପେକ୍ଟର। ପରିବାରଲୋକ ଚିକିତ୍ସା ପାଇଁ ହସ୍ପିଟାଲ ନେଇଥିଲେ ହେଁ ଡାକ୍ତର କରିଥିଲେ ମୃତଘୋଷଣା। ଭାଙ୍ଗିପଡ଼ିଛନ୍ତି ସବଇନ୍ସପେକ୍ଟରଙ୍କ ପରିବାରଲୋକ।

ଜିମରୁ ଘରକୁ ଫେରୁଥିବା ବେଳେ ହୃଦଘାତର ଶିକାର ହେଲେ ସବଇନ୍ସପେକ୍ଟର। ପରିବାରଲୋକ ଚିକିତ୍ସା ପାଇଁ ହସ୍ପିଟାଲ ନେଇଥିଲେ ହେଁ ଡାକ୍ତର କରିଥିଲେ ମୃତଘୋଷଣା। ଭାଙ୍ଗିପଡ଼ିଛନ୍ତି ସବଇନ୍ସପେକ୍ଟରଙ୍କ ପରିବାରଲୋକ।

ପ୍ପ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରରେ ନିୟୋଜିତ ଥିବା ସବଇନ୍ସପେକ୍ଟରଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରତିଦିନ ଭଳି ଗୁରୁବାର ସେ ଜିମରୁ ଘରକୁ ଫେରୁଥିବା ବେଳେ ଛାତିରେ ଯନ୍ତ୍ରଣା ହୋଇଥିଲା। ପରିବାରଲୋକ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ସବଇନ୍ସପେକ୍ଟରଙ୍କ ନାମ ବିଷ୍ଣୁ ଶର୍ମା । 

ସୂଚନାଯୋଗ୍ୟ,  ସବଇନ୍ସପେକ୍ଟର ବିଷ୍ଣୁ ଶର୍ମା ପ୍ରତିଦିନ ଭଳି ଗୁରୁବାର ସକାଳେ ଜିମ ଯାଇଥିଲେ। ଜିମରୁ ଘରକୁ ଫେରୁଥିବା ବେଳେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ବହୁତ କଷ୍ଟରେ ସେ ଘରେ ପହଞ୍ଚିବା ପରେ ପରିବାରଲୋକେ ବିଷ୍ଣୁଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ହସ୍ପିଟାଲ ନେଇ ଯାଇଥିଲେ। ହେଲେ ଦୁଃଖର ବିଷୟ ଡାକ୍ତର ବିଷ୍ଣୁଙ୍କୁ ମୃତ ଘୋଷଣା କରିଥିଲେ। ବିଷ୍ଣୁ ଶର୍ମାଙ୍କ ଏଭଳି ମୃତ୍ୟୁକୁ ତାଙ୍କ ପରିବାର କି ପୁଲିସ ବିଭାଗ ସହଜରେ ଗ୍ରହଣ କରି ପାରୁନାହାନ୍ତି।

ପୁଲିସ ବିଷ୍ଣୁଙ୍କ ମୃତ୍ୟୁ ଖବର ପାଇବା ପରେ ଡିସିପି ଦିନେଶ ତ୍ରିପାଠୀଙ୍କ ସମେତ ଅନେକ ପୁଲିସ ଅଧିକାରୀ ହସ୍ପିଟାଲରେ ପହଞ୍ଚିଥିଲେ। ପୁଲିସ ଶବକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି। ବିଷ୍ଣୁ ଶର୍ମା ୨୦୨୨ ବ୍ୟାଚର ସବଇନ୍ସପେକ୍ଟର ଥିଲେ। ଘରେ ତାଙ୍କର ଦୁଇସନ୍ତାନ ଓ ସ୍ତ୍ରୀ ଅଛନ୍ତି। 

ଗତମାସରେ ଲକ୍ଷ୍ମୌର ସବଇନ୍ସପେକ୍ଟର ଅନୁରାମ ଶର୍ମାଙ୍କର ବି ହୃଦଘାତରେ ହୋଇଥିଲା। ମୃତ ସବଇନ୍ସପେକ୍ଟର ୨୦୧୩ ବ୍ୟାଚର ଥିଲେ। ସେ ଲକ୍ଷ୍ମୌ କୋର୍ଟର ସୁରକ୍ଷା ଦାୟିତ୍ବରେ ରହିଥିଲେ।

ଅଧିକପଢ଼ନ୍ତୁ:https://sambad.in/crime/only-death-is-excused-toxic-manager-reply-to-employee-7352072

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe