Caste Census: କର୍ଣ୍ଣାଟକ ଜାତି ସର୍ଭେରୁ ଓହରିଲେ ନାରାୟଣ ମୂର୍ତ୍ତି, ସୁଧା ମୂର୍ତ୍ତି

କର୍ଣ୍ଣାଟକ ପଛୁଆ ବର୍ଗ ଆୟୋଗ ଦ୍ୱାରା ଚାଲିଥିବା ସାମାଜିକ ଓ ଶିକ୍ଷାଗତ ସର୍ଭେରେ ଅଂଶଗ୍ରହଣ ନ କରିବାକୁ ଇନଫୋସିସ୍ ପ୍ରତିଷ୍ଠାତା ଏନ୍ ନାରାୟଣ ମୂର୍ତ୍ତି ଓ ତାଙ୍କ ପତ୍ନୀ, ଲେଖିକା ତଥା ସମାଜସେବୀ ସୁଧା ମୂର୍ତ୍ତି ନିଷ୍ପତ୍ତି ନେଇଛନ୍ତି।

sudha murthy narayana murthy

sudha murthy narayana murthy Photograph: (Sambad.in)

ବେଙ୍ଗାଲୁରୁ: କର୍ଣ୍ଣାଟକ ପଛୁଆ ବର୍ଗ ଆୟୋଗ ଦ୍ୱାରା ଚାଲିଥିବା ସାମାଜିକ ଓ ଶିକ୍ଷାଗତ ସର୍ଭେରେ ଅଂଶଗ୍ରହଣ ନ କରିବାକୁ ଇନଫୋସିସ୍ ପ୍ରତିଷ୍ଠାତା ଏନ୍ ନାରାୟଣ ମୂର୍ତ୍ତି ଓ ତାଙ୍କ ପତ୍ନୀ, ଲେଖିକା ତଥା ସମାଜସେବୀ ସୁଧା ମୂର୍ତ୍ତି ନିଷ୍ପତ୍ତି ନେଇଛନ୍ତି। ଅଧିକାରୀଙ୍କ କହିବା ଅନୁସାରେ, ଗଣନାକାରୀମାନେ ଯେତେବେଳେ ସେମାନଙ୍କ ବାସଭବନକୁ ଯାଇଥିଲେ, ଦମ୍ପତି ସେମାନଙ୍କୁ କହିଥିଲେ- ଆମେ ଚାହୁଁନାହୁଁ ଯେ ଆମ ଘରେ ସର୍ଭେ କରାଯାଉ। ସେମାନେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସେମାନେ କୌଣସି ପଛୁଆ ସମ୍ପ୍ରଦାୟର ନୁହନ୍ତି। ତେଣୁ ଏହିପରି ଗୋଷ୍ଠୀ ପାଇଁ ଉଦ୍ଦିଷ୍ଟ ସର୍ଭେରେ ଅଂଶଗ୍ରହଣ କରିବେ ନାହିଁ।

ଅଧିକ ପଢ଼ନ୍ତୁ: ଖେସାରୀ ଲାଲ୍ ଯାଦବ ଲଢ଼ିବେ ନିର୍ବାଚନ, ଖୁବଶୀଘ୍ର କରିବେ ନାମାଙ୍କନ

ସୁଧା ମୂର୍ତ୍ତି ସର୍ଭେ ଫର୍ମରେ ଏକ ବିବୃତି ଲେଖି ଦସ୍ତଖତ ସହ ଘୋଷଣା କରିଛନ୍ତି ଯେ, ଏହି ସର୍ଭେ ସେମାନଙ୍କ କ୍ଷେତ୍ରରେ ସରକାରଙ୍କ ପାଇଁ କୌଣସି ପ୍ରାସଙ୍ଗିକତା ରଖେ ନାହିଁ। ସେମାନଙ୍କ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି, ଆମେ ସର୍ଭେରେ ଭାଗ ନେବାକୁ କାହାକୁ ବାଧ୍ୟ କରୁନାହୁଁ। ଇନ୍‌ଫୋସିସର ପୂର୍ବତନ ସିଇଓ ମୋହଦାସ ପାଇ ମଧ୍ୟ ଜାତିଗତ ସର୍ଭେକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ସୁବିଧା ଓ ବିପୁଳ ଉଚ୍ଚ ବେତନ ପାଉଥିବା ଚାକିରି ତୁଳନାରେ ଏହା ତୁଚ୍ଛ। କର୍ଣ୍ଣାଟକରେ ମନ୍ତ୍ରୀମାନେ ଜାତି, ଜାତି ସର୍ଭେ ଓ ତୁଷ୍ଟୀକରଣକୁ ନେଇ ଅଧିକ ଚିନ୍ତିତ ଅଛନ୍ତି- ଅଭିବୃଦ୍ଧି, ବିକାଶ, ଭଲ ଚାକିରି କିମ୍ବା ପ୍ରଯୁକ୍ତିବିଦ୍ୟା ପାଇଁ ନୁହେଁ। ସେମାନେ ରାଜ୍ୟକୁ ପଛକୁ ନେଉଛନ୍ତି, ମାଗଣା ବଣ୍ଟନ ପାଇଁ ଟଙ୍କା ଋଣ କରୁଛନ୍ତି ବୋଲି ସେ କହିଛନ୍ତି।
କର୍ଣ୍ଣାଟକ ହାଇକୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ ଆଦେଶରେ ରାଜ୍ୟ ସରକାରଙ୍କୁ ସାମାଜିକ-ଅର୍ଥନୈତିକ ଓ ଶିକ୍ଷା ସର୍ଭେ ବାଧ୍ୟତାମୂଳକ ନୁହେଁ ବୋଲି ସର୍ବସାଧାରଣରେ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଆହୁରି କହିଛନ୍ତି ଯେ, ସର୍ଭେକାରୀମାନେ ସବିଶେଷ ତଥ୍ୟ ମାଗିପାରିବେ ନାହିଁ ଏବଂ ସଂଗୃହୀତ ସମସ୍ତ ତଥ୍ୟକୁ ଗୋପନୀୟ ରଖାଯିବା ଉଚିତ। ଏହା କେବଳ ପଛୁଆ ବର୍ଗ ଆୟୋଗଙ୍କ ନିକଟରେ ଉପଲବ୍ଧ କରାଯାଇପାରିବ। ପଛୁଆ ବର୍ଗଙ୍କୁ ସୁବିଧା ଯୋଗାଇବା ପାଇଁ ଏହି ସର୍ଭେ କରାଯାଇଥିଲା ଏବଂ ଏହିପରି ସୂଚନା ସଂଗ୍ରହ କରିବା ନାଗରିକଙ୍କ ଅଧିକାରକୁ ଉଲ୍ଲଂଘନ କରୁନାହିଁ ବୋଲି କୋର୍ଟ ଉଲ୍ଲେଖ କରିଛନ୍ତି।

ଅଧିକ ପଢ଼ନ୍ତୁ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ୨୦୮ ମାଓବାଦୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe