ନୂଆଦିଲ୍ଲୀ: ଆଜି ଆକାଶରେ ଦେଖାଯିବ ସୁପରମୁନ୍ । ଯାହା ଏହି ବର୍ଷର ସବୁଠାରୁ ବଡ଼ ଅଟେ । ଅନ୍ୟ ପୂର୍ଣ୍ଣିମା ଅପେକ୍ଷା ଏହା ବଡ଼ ସହ ଅଧିକ ଉଜ୍ଜ୍ୱଳମୟ ହେବ । ଏହା ପୃଥିବୀର ସବୁଠାରୁ ନିକଟତମ ଚନ୍ଦ୍ର ହେବ ତେଣୁ ଏହାର ଉଜ୍ଜ୍ୱଳତା ବିଶେଷ ଭାବରେ ଦେଖିଲା ଭଳି ହେବ । ଯଦି ଆପଣ ଏହି ବିଶେଷ ସୁପରମୁନ୍ ଦେଖିବା ପାଇଁ ଚାହାନ୍ତି, ତେବେ ଟେଲିସ୍କୋପ୍ କିମ୍ବା ବିଶେଷ ଉପକରଣର ଆବଶ୍ୟକତା ପଡ଼ିବ ନାହିଁ । ଆପଣ ଏହାକୁ ସ୍ପଷ୍ଟ ପାଗ ଏବଂ ଖୋଲା ଆକାଶ ତଳେ ଖାଲି ଆଖିରେ ଦେଖିପାରିବେ ।
ପୁଣି ଡିସେମ୍ବରରେ ସୁପରମୁନ୍ ?
ଚଳିତ ବର୍ଷ ତିନୋଟି ସୁପରମୁନ୍ ଦେଖାଯାଉଛି । ଆଜି ରାତିରେ ଦୃଶ୍ୟମାନ ହେବାକୁ ଥିବା ସୁପରମୁନ୍ ସବୁଠାରୁ ଉଜ୍ଜ୍ୱଳ ହେବ । ଏହା ଅକ୍ଟୋବର ସୁପରମୁନ୍ ଅପେକ୍ଷା ବଡ଼ ଏବଂ ଉଜ୍ଜ୍ୱଳ ଦେଖାଯିବ । ଅନ୍ୟପକ୍ଷରେ ଡିସେମ୍ବର ୪ରେ ଅନ୍ୟଏକ ସୁପରମୁନ୍ ଦେଖାଯିବ । ଯାହା ପୂର୍ବ ଅପେକ୍ଷା ଛୋଟ ହେବ । ଆସନ୍ତା ବର୍ଷ ୨୪ ନଭେମ୍ବର ଯାଏଁ କୌଣସି ସୁପରମୁନ୍ ଦୃଶ୍ୟମାନ ହେବନି ।
ସୁପରମୁନ୍ ସିକ୍ରେଟ୍…
ପୂର୍ଣ୍ଣିମା ସମୟରେ ଚନ୍ଦ୍ର ପୃଥିବୀର ସବୁଠାରୁ ନିକଟତର ହେଲେ ଏହା ଏକ ସୁପରମୁନ୍ ହୁଏ, ଯାହାକୁ ପେରିଗି ବୋଲି କୁହାଯାଏ । ଚନ୍ଦ୍ରର କକ୍ଷପଥ ବୃତ୍ତାକାର ନୁହେଁ, ତେଣୁ ଏହା ସବୁବେଳେ ଟିକେ ନିକଟତର କିମ୍ବା ଦୂରରେ ଗତି କରିଥାଏ । NASA ଅନୁସାରେ ଯେତେବେଳେ ଚନ୍ଦ୍ର ପୂର୍ଣ୍ଣିମା ସହିତ ପେରିଗିରେ ଥାଏ, ଏହା ସାଧାରଣ ପୂର୍ଣ୍ଣିମା ଅପେକ୍ଷା ପ୍ରାୟ ୧୪% ବଡ଼ ଏବଂ ପ୍ରାୟ ୩୦% ଉଜ୍ଜ୍ୱଳ ଦେଖାଯାଏ । ଯେଉଁ କାରଣରୁ ସୁପରମୁନ୍ର ଦୃଶ୍ୟ ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ । ତେବେ ଆଜିର ଜହ୍ନ ବି ୧୪ ପ୍ରତିଶତ ବଡ଼ ଏବଂ ୩୦ ପ୍ରତିଶତ ଉଜ୍ଜ୍ଵଳ ଦିଶିବ।
କେତେବେଳେ ଦିଶିବ ସୁପରମୁନ୍ ?
୫ ନଭେମ୍ବରରେ ସୂର୍ଯ୍ୟାସ୍ତ ପରେ ଭାରତରେ ସୁପରମୁନ୍ ଦୃଶ୍ୟମାନ ହେବ, ଯାହାକୁ ଲୋକ ରାତିସାରା ଦେଖିପାରିବେ । ସନ୍ଧ୍ୟା ୬:୪୯ ରେ ଏହା ଶୀର୍ଷରେ ପହଞ୍ଚିବ ।
କେଉଁଠି ଦିଶିବ ସୁପରମୁନ୍ ?
ଭାରତର ଦିଲ୍ଲୀ, ଲକ୍ଷ୍ନୌ ଏବଂ ଚଣ୍ଡିଗଡ଼ରେ ସନ୍ଧ୍ୟା ୬ଟା ବେଳେ, ମୁମ୍ବାଇ ଏବଂ ଅହମ୍ମଦାବାଦରେ ସନ୍ଧ୍ୟା ୬ଟା ୧୫ ସମୟରେ ଏବଂ କୋଲକାତା ,ପାଟନାରେ ସନ୍ଧ୍ୟା ୫ଟା ୧୫ ସମୟରେ ଏହି ସୁପରମୁନ୍ ଦୃଶ୍ୟମାନ ହେବ । ଏହା ଦକ୍ଷିଣ ଭାରତୀୟ ସହର ଯେପରିକି ଚେନ୍ନାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦରେ ସନ୍ଧ୍ୟା ୬ଟାରୁ ଦୃଶ୍ୟମାନ ହେବ । ସିମଲା, ମନାଲି ଏବଂ ଲେହରେ ସନ୍ଧ୍ୟା ୫ଟା ୩୦ ସମୟରେ ଦୃଶ୍ୟମାନ ହେବ ।
ଆହୁରି ପଢନ୍ତୁ-
Live News And Updates 5th November 2025: ପଢ଼ନ୍ତୁ ଅପ୍ଡେଟ୍ ଖବର: ଆଜିଠାରୁ ଐତିହାସିକ କଟକ ବାଲିଯାତ୍ରା, ଆମେରିକା ଉପରୁ ୨୪% ଶୁଳ୍କ ହଟାଇଲା ଚୀନ୍
ବିଦେଶରେ ଦିଶିବ ସୁପରମୁନ୍
ଭାରତ ବ୍ୟତୀତ ଆମେରିକା, ୟୁରୋପ, ଦୁବାଇ, ଟୋକିଓ, ସିଙ୍ଗାପୁର, ସିଡନୀ ଏବଂ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ସୁପରମୁନ୍ ଭିନ୍ନ ଭିନ୍ନ ସମୟରେ ଦୃଶ୍ୟମାନ ହେବ ।
ଆହୁରି ପଢନ୍ତୁ-
Woman Stuck In Tunnel: ସପ୍ତଋଷିଙ୍କ ପୂଜାର୍ଚ୍ଚନା ବେଳେ ସୁଡ଼ଙ୍ଗରେ ଫସିଲେ ମହିଳା ଶ୍ରଦ୍ଧାଳୁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/11/05/super-moon-2025-11-05-17-17-47.jpg)