ନୂଆଦିଲ୍ଲୀ: ବ୍ୟକ୍ତିଗତ ଗୋପନୀୟତା ପ୍ରସଙ୍ଗରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରି ମାର୍କ ଜକରବର୍ଗଙ୍କ ସଂସ୍ଥା ‘ହ୍ବାଟସ୍ଆପ୍’କୁ କଡ଼ା ଚେତାବନୀ ଦେଇଛନ୍ତି। ନିୟମ ପାଳନ କରି ନ ପାରିଲେ ଦେଶ ଛାଡ଼ି ଚାଲିଯିବାକୁ କହିଛନ୍ତି। କଡ଼ା ଭାଷାରେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟ କାନ୍ତ କହିଛନ୍ତି ଯେ ବ୍ୟବସାୟ ପାଇଁ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ବ୍ୟବହାର ଅନୁମତି ଦିଆଯିବ ନାହିଁ। ନାଗରିକଙ୍କ ଗୋପନୀୟତା ଏକ ମୌଳିକ ଅଧିକାର। ଏହା ସହିତ କୌଣସି ପ୍ରକାର ସାଲିସ୍ କରାଯାଇପାରିବ ନାହିଁ। ତଥ୍ୟ ସୁରକ୍ଷା କେବଳ ଏକ ନୀତିଗତ ପ୍ରସଙ୍ଗ ନୁହେଁ, ଏହା କୋଟି କୋଟି ଭାରତୀୟଙ୍କ ଅଧିକାରର ବିଷୟ। ତାହାକୁ କୌଣସି ଅନ୍ତର୍ଜାତୀୟ କମ୍ପାନିର ଲାଭ ପାଇଁ ବଳିଦାନ ଦିଆଯାଇପାରିବ ନାହିଁ। ତଥ୍ୟ ଆଦାନପ୍ରଦାନ ନାମରେ ଦେଶର ଗୋପନୀୟତାକୁ କ୍ଷୁଣ୍ଣ କରାଯାଇପାରିବ ନାହିଁ। ଯଦି ଆପଣ ଆମର ସମ୍ବିଧାନକୁ ଅନୁସରଣ କରିପାରିବେ ନାହିଁ, ତେବେ ଭାରତ ଛାଡ଼ି ଦିଅନ୍ତୁ। ଆମେ ନାଗରିକଙ୍କ ଗୋପନୀୟତାକୁ କ୍ଷୁଣ୍ଣ ହେବାକୁ ଦେବୁ ନାହିଁ ବୋଲି ସେ ରୋକ୍ଠୋକ୍ ଶୁଣାଇଛନ୍ତି।
Education: ପିଜିଟି ଶିକ୍ଷକଙ୍କ ଦିଗଦର୍ଶନ କର୍ମଶାଳାର ଆୟୋଜନ
ସୁପ୍ରିମକୋର୍ଟ କମ୍ପାନି ଉପରେ ବିରକ୍ତ ହେବାର ପ୍ରମୁଖ କାରଣ ହେଉଛି, ୨୦୨୧ରେ ହ୍ବାଟସ୍ଆପ୍ ଏହାର ଗୋପନୀୟତା ନୀତିରେ କରିଥିବା ସଂଶୋଧନ। ସେଥିରେ କମ୍ପାନି ଉଲ୍ଲେଖ କରିଥିଲା ଯେ କେବଳ ବ୍ୟକ୍ତିଗତ ଓ ପରିବାର ସଦସ୍ୟଙ୍କ ସହ ବାର୍ତ୍ତାଳାପକୁ ଛାଡ଼ି ଦେଲେ ବ୍ୟବହାରୀମାନଙ୍କ ଅନ୍ୟ ସବୁ ତଥ୍ୟ ‘ମେଟା’ ଅଧୀନରେ ଥିବା ଅନ୍ୟ କମ୍ପାନିଗୁଡ଼ିକୁ ଦିଆଯିବ। ସେହି ନୀତିକୁ ଗ୍ରହଣ କରିବାକୁ ବ୍ୟବହାରକାରୀଙ୍କୁ ଏକପ୍ରକାର ବାଧ୍ୟ କରାଯାଇଛି। କାରଣ ଉକ୍ତ ସର୍ତ୍ତକୁ ଗ୍ରହଣ ନ କଲେ ହ୍ବାଟସ୍ଆପ୍ ବ୍ୟବହାର କରି ହେବନାହିଁ। ତଥ୍ୟ ଆଦାନପ୍ରଦାନକୁ ଅଟକାଇବା ଲାଗି ବ୍ୟବହାରକାରୀମାନଙ୍କୁ କମ୍ପାନି ଅନ୍ୟ କୌଣସି ବିକଳ୍ପ ଦେଇନଥିବାରୁ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଛନ୍ତି।
ବ୍ୟକ୍ତିଗତ ଗୋପନୀୟତା ସହ କୌଣସି ସାଲିସ୍ କରାଯିବନି
ସତ୍ୟପାଠ କରି କୁହ ଲୋକଙ୍କ ତଥ୍ୟ କାହାକୁ ଦେବନି
ଶୁଣାଣି ସମୟରେ କମ୍ପାନିର ଆଇନଜୀବୀ କୋର୍ଟଙ୍କୁୁ କହିଥିଲେ ଯେ ହ୍ବାଟସ୍ଆପ୍ ସେବା ଭାରତରେ ନିଃଶୁଳ୍କ। କମ୍ପାନି ଟଙ୍କାଟିଏ ବି ସଂଗ୍ରହ କରୁନାହିଁ। ତଥ୍ୟ ଆଦାନପ୍ରଦାନ ସମ୍ପର୍କିତ ଏକ ମାମଲା ସାମ୍ବିଧାନିକ ଖଣ୍ଡପୀଠରେ ବିଚାରାଧୀନ ରହିଛି। ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ କାହାକୁ ଦିଆଯାଉନାହିଁ। ଅଳ୍ପ କିଛି ତଥ୍ୟ ଆଦାନପ୍ରଦାନ କରାଯାଉଥିବା ସେ କୋର୍ଟଙ୍କୁ କହିଥିଲେ। କିନ୍ତୁ ସେହି ଯୁକ୍ତିକୁ କୋର୍ଟ ଗ୍ରହଣ କରିନଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଚଳିତ ମାସ ୯ରେ ହେବ। କୌଣସି ବ୍ୟକ୍ତିଙ୍କ ତଥ୍ୟ କାହାକୁ ଦିଆଯିବ ନାହିଁ ଉଲ୍ଲେଖ କରି ଏକ ସତ୍ୟପାଠ ଦାଖଲ କରିବାକୁ କମ୍ପାନିକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସତ୍ୟପାଠ ନ ଦେଲେ ଏନ୍ସିଏଲ୍ଟି ରାୟ ବିରୋଧରେ କମ୍ପାନି କରିଥିବା ଅପିଲ୍କୁ ପ୍ରତ୍ୟାହାର କରିନିଆଯିବ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି।
Congress Questions: ବାଣିଜ୍ୟ ଚୁକ୍ତି ନେଇ କେନ୍ଦ୍ରକୁ କଂଗ୍ରେସର ୪ ପ୍ରଶ୍ନ
ଭାରତରେ ୫୦ କୋଟିରୁ ଅଧିକ ଲୋକ ହ୍ବାଟସ୍ଆପ୍ ବ୍ୟବହାର କରୁଛନ୍ତି। ଦୈନନ୍ଦିନ ବାର୍ତ୍ତାଳାପ (ଚାଟ୍)ଠାରୁ ଆରମ୍ଭ କରି ବ୍ୟବସାୟ ଜଗତର ବୈଠକର ସୂଚନା ଆଦାନପ୍ରଦାନ ଭଳି ଅନେକ କାମ ହ୍ବାଟସ୍ଆପ୍ ଜରିଆରେ ହେଉଛି। ଯେହେତୁ ସବୁ ଲୋକ ଏହି ଆପ୍ ବ୍ୟବହାର କରୁଛନ୍ତି, ତେଣୁ ଲୋକମାନେ ଏହାକୁ ଛାଡ଼ି ପାରୁନାହାନ୍ତି। ବଜାରରେ ସେହି ଆଧିପତ୍ୟକୁ କମ୍ପାନି ଅପବ୍ୟବହାର କରୁଥିବା ଅଭିଯୋଗ ରହିଛି। ଏହି ମାମଲାରେ ଭାରତୀୟ ପ୍ରତିଯୋଗିତା କମିସନ (ସିସିଆଇ) ତଦନ୍ତ କରି କମ୍ପାନି ଉପରେ ୨୧୩.୧୪ କୋଟି ଟଙ୍କାର ଜରିମାନା ଲଗାଇଥିଲେ।
Follow Us