ନୂଆଦିଲ୍ଲୀ: ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ନିଖୋଜ ଅଭିଯୋଗ ଆଣିଥିବା ହେବିୟସ୍ କର୍ପସ୍ ପିଟିସନର ଶୁଣାଣି ସମୟରେ ସୁପ୍ରିମ୍କୋର୍ଟ ମଙ୍ଗଳବାର ଏକ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଯେଉଁମାନେ ବେଆଇନ ଭାବେ ଦେଶରେ ପ୍ରବେଶ କରୁଛନ୍ତି ସେମାନଙ୍କୁ ନ୍ୟାୟପାଳିକା ଅସାଧାରଣ ସୁରକ୍ଷା ପ୍ରଦାନ କରିବ ବୋଲି ଆଶା କରାଯାଉଛି କି ବୋଲି ପ୍ରଶ୍ନ କରିଛନ୍ତି।
Virat Kohli : ୧୬ ବର୍ଷ ପରେ ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ
ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ଆପଣ ଚାହୁଛନ୍ତି କି ଆମେ ସେମାନଙ୍କ ପାଇଁ ରେଡ୍ କାର୍ପେଟ୍ ବିଛାଇବା ଉଚିତ? ରୋହିଙ୍ଗ୍ୟାମାନେ ବେଆଇନ ଭାବେ ପ୍ରବେଶ କରନ୍ତି ଏବଂ ଖାଦ୍ୟ ଓ ଆଶ୍ରୟ ଭଳି ଅଧିକାର ଦାବି କରନ୍ତି। ସୀମିତ କଲ୍ୟାଣକାରୀ ସମ୍ବଳ ଉପରେ ଚାପ ପଡ଼ୁଥିବାରୁ ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି: ଆପଣଙ୍କ ଗରିବ ପିଲାମାନେ ଏହି ସୁବିଧା ପାଇବାକୁ ହକଦାର ନୁହନ୍ତି କି? ଖଣ୍ଡପୀଠ ବିଶେଷ କରି ଭାରତର ଉତ୍ତର ସୀମାରେ ବେଆଇନ ପ୍ରବାସ ସହ ଜଡିତ ସୁରକ୍ଷା ଚିନ୍ତା ଉପରେ ମଧ୍ୟ ଆଲୋକପାତ କରିଛନ୍ତି। ଉତ୍ତର ଭାରତରେ ଆମର ଏକ ସମ୍ବେଦନଶୀଳ ସୀମା ରହିଛି। ଯଦି ଜଣେ ଅନୁପ୍ରବେଶକାରୀ ବେଆଇନ ଭାବେ ପ୍ରବେଶ କରନ୍ତି, ତେବେ ତାଙ୍କୁ ଏଠାରେ ରଖିବା ଆମର ଦାୟିତ୍ୱ କି ବୋଲି ପ୍ରଧାନ ବିଚାରପତି ପଚାରିଛନ୍ତି।
Raid: ଖଣି ବିଭାଗର ଚଢଉ: ହାଇୱା-ଟ୍ରାକ୍ଟର ଜବତ
ରୋହିଙ୍ଗ୍ୟାମାନେ ବିଭିନ୍ନ ସମୟରେ ନିଖୋଜ ହୋଇଯାଉଥିବା ଅଭିଯୋଗ ଉପରେ ଏକ ଆବେଦନର ଶୁଣାଣି ସମୟରେ ଏହି ପର୍ଯ୍ୟବେକ୍ଷଣ କରାଯାଇଥିଲା। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ଆବେଦନର ମୂଳ ଆଧାର ଉପରେ ପ୍ରଶ୍ନ ଉଠାଇ ଯୁକ୍ତି ବାଢ଼ିଛନ୍ତି ଯେ, ଏଭଳି ପ୍ରସଙ୍ଗ ଉଠାଇବା ପାଇଁ କୌଣସି ଅଧିକାର ନ ଥିବା ବ୍ୟକ୍ତିଙ୍କ ଦ୍ୱାରା ଏହା ଦାଖଲ କରାଯାଇଛି। ରୋହିଙ୍ଗ୍ୟାମାନଙ୍କ ସହ କୌଣସି ସମ୍ପର୍କ ନ ଥିବା ଜଣେ ଜନସ୍ୱାର୍ଥ ଆବେଦନକାରୀ ଏହି ଆବେଦନ କରିଛନ୍ତି। ଆବେଦନର ସଂକ୍ଷିପ୍ତ ଶୁଣାଣି ପରେ ଖଣ୍ଡପୀଠ ଶୁଣାଣି ସ୍ଥଗିତ ରଖି ଡିସେମ୍ବର ୧୬ ତାରିଖରେ ପୁନର୍ବାର ଶୁଣାଣି କରିବେ ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/03/bangladesi-2025-12-03-01-04-11.jpg)