flight ticket Photograph: (sambad.in)
ଅହମଦାବାଦ: ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍ ପାଇଁ ସମଗ୍ର ଦେଶକୁ କ୍ରିକେଟ୍ ଜ୍ବର ଗ୍ରାସିଛି। ଦେଶର ସବୁ ରାସ୍ତା ଯେମିତି ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ଆଡ଼କୁ ମୁହାଁଇଛି। ଏଭଳି ସ୍ଥିତିରେ ଅହମଦାବାଦକୁ ବିମାନ ଭଢ଼ା ଆକାଶଛୁଆଁ ହୋଇଛି। ଲୋକପ୍ରିୟ ରୁଟ୍ରେ ଏହା ୨୦ରୁ ୩୦ ହଜାର ଛୁଇଁଛି। ମୁମ୍ବାଇରୁ ଅହମଦାବାଦ ବିମାନ ଟିକେଟ ଦର ସାଧାରଣତଃ ୩,୦୦୦ ପାଖାପାଖି ରହୁଥିଲା ବେଳେ ଏବେ ଏହା ୧୭,୦୦୦ ଉପରକୁ ଉଠିଛି।
ଆହୁରି ପଢନ୍ତୁ- Cricket: ପର୍ଥ ଦିବାରାତ୍ର ଟେଷ୍ଟ୍: ପରାଜୟ ଦ୍ବାରରେ ଭାରତ, ଆନାବେଲ୍ଙ୍କ ହ୍ୟାଟ୍ରିକ୍ ଶତକ
ସେହିଭଳି ଦିଲ୍ଲୀ-ଅହମଦାବାଦ ଟିକେଟ୍ ଦର ୧୪,୦୦୦ ଟଙ୍କାରୁ ଅଧିକରେ ପହଞ୍ଚିଛି। ବେଙ୍ଗାଲୁରୁ-ଅହମଦାବାଦ ଟିକେଟ୍ ମୂଲ୍ୟ ମଧ୍ୟ ୧୩,୦୦୦ ଡେଇଁଛି। ଅହେତୁକ ଚାହିଦାକୁ ଆଖି ଆଗରେ ରଖି ଏବଂ କ୍ରିକେଟ୍ପ୍ରେମୀଙ୍କୁ ଅଧିକ ବିକଳ୍ପ ପ୍ରଦାନ କରିବା ଲାଗି ପଶ୍ଚିମ ରେଳବାଇ ରବିବାର ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। ଏହି ଟ୍ରେନ୍ଗୁଡ଼ିକ ମୁମ୍ବାଇରୁ ଅହମଦାବାଦ ଭିତରେ ଚାଲିବ। ଏଥିରେ ୧୯ଟି କୋଚ୍ ରହିବ। ସେହିଭଳି ନୂଆଦିଲ୍ଲୀରୁ ଅହମଦାବାଦକୁ ମଧ୍ୟ ସ୍ବତନ୍ତ୍ର ବାତାନୁକୂଳ ରେଳ ଚଳାଚଳ କରିବ ବୋଲି ଜଣାପଡ଼ିଛି।
ଆହୁରି ପଢନ୍ତୁ- Mamata Banerjee: ଆର୍.ଏନ୍ ରବିଙ୍କୁ ବିଜେପି କର୍ମୀ କହିଲେ ମମତା
Follow Us