ଦାବିକୁ ଗ୍ରହଣ କରା ନଯିବାରୁ ରାଗିକି ଉଠି ଚାଲିଗଲେ ରାଜ୍ୟପାଳ

ତାମିଲନାଡୁ ବିଧାନସଭା ଅଧିବେଶନ ଆରମ୍ଭ ହେବା ସମୟରେ ବଜାଗଲା ନାହିଁ ଜାତୀୟ ସଙ୍ଗୀତ । ଦାବି ପୁରଣ ନହବାରୁ ରାଗିକି ଉଠି ଚାଲିଗଲେ ରାଜ୍ୟପାଳ ଆରଏନ ରବି। ଘଟଣାର ଭିଡିଓ ହେଉଛି ଭାଇରାଲ।

ତକି


ନୂଆଦିଲ୍ଲୀ: ତାମିଲନାଡୁ ବିଧାନସଭାରେ ଅଧିବେଶନ ଚାଲିଥିବା ବେଳେ ରାଗି ଯାଇ ରାଜ୍ୟପାଳ ଉଠି ଚାଲିଯାଇଥିବା ଘଟଣା ସମସ୍ତଙ୍କୁ ଚିକିତ କରି ଦେଇଛି । ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଘୁରୁ ବୁଲୁଛି।  

ଅଧିକପଢ଼ନ୍ତୁ:ସାଥୀ ଡାକ୍ତରଙ୍କ ଦ୍ବାରା ବଏଜ ହ‌ଷ୍ଟେଲରେ ଡାକ୍ତରାଣୀ ଦୁଷ୍କର୍ମର ଶିକାର
 
ପ୍ରକାଶିତ ରିପୋର୍ଟ ମୁତାବକ,‘ ସମସ୍ତ ରାଜ୍ୟ ସଭାରେ ଅଧିବେଶନ ଆରମ୍ଭ ଏବଂ ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇଥାଏ। ଏହି କ୍ରମରେ ଦେଖିବାକୁ ଗଲେ ତାମିଲନାଡୁ ବିଧାନସଭା ଅଧିବେଶନ ଆରମ୍ଭ ସମୟରେ ବିବାଦ ଦେଖାଦେଇଛି। ତେବେ ଏହା ପ୍ରଥମ ନୁହେଁ ଗତ ଦୁଇ ବର୍ଷ ହେଲା ତାମିଲନାଡୁ ବିଧାନସଭା ଅଧିବେଶନ ବେଳେ ରାଜ୍ୟପାଳଙ୍କ ସମ୍ବୋଧନ ବେଳେ ବିବାଦ ଦେଖିବାକୁ ମିଳୁଛି।


 ବିଧାନସଭା ଅଧିବେଶନ ଆରମ୍ଭ ସମୟରେ ତାମିଲନାଡୁ ସରକାରଙ୍କ ରାଜ୍ୟ ସଙ୍ଗୀତ ‘ତାମିଲ ଥାଇ ଭାଜାଥୁ’ ଗାନ କରାଯାଇଥିଲା। ଏହାପରେ ରାଜ୍ୟପାଳ ଆରଏନ ରବି ଜାତୀୟ ସଙ୍ଗୀତ ବଜାଇବାକୁ ଦାବି କରିଥିଲେ। ରାଜ୍ୟପାଳଙ୍କ ଏହି ଦାବିକୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ଗୃହର ବାଚସ୍ପତି ଅଣଦେଖା କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ରାଜ୍ୟପାଳ ଆରଏନ ରବି  ରାଗି ଯାଇ ଅଧିବେଶନକୁ ସମ୍ବୋଧିତ କରି ନଥିଲେ। ଏଥିସହିତ ସେ କାହାକୁ କିଛି ନଜଣାଇ ଅଧିବେଶନକୁ ଛାଡ଼ି ନିଜ କକ୍ଷରୁ ବାିହାରି ଆସିଥିଲେ। 

ଅଧିକପଢ଼ନ୍ତୁ:ଭାରତର ପଡ଼ୋଶୀ ଦେଶରେ ବିଭାଜନ ଆଶଙ୍କା!: ଆରାକାନ୍ ସେନା ବଦଳାଇବ ଏସିଆର ମାନଚିତ୍ର

ତାମିଲନାଡୁ ରାଜଭବନ ତରଫରୁ ବିବୃତ୍ତିରେ କୁହାଯାଇଛି ଯେ, ତାମିଲନାଡୁ ବିଧାନସଭାରେ 'ଭାରତର ସମ୍ବିଧାନ ଏବଂ ଜାତୀୟ ସଙ୍ଗୀତ ପୁଣି ଥରେ ଅପମାନିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe