Accident 6Killed Photograph: (sambad.in)
ନୂଆଦିଲ୍ଲୀ: ଧକ୍କା ଖାଇଲା ୨ଟି ଘରୋଇ ବସ୍। ଚାଲିଗଲା ୬ଜଣଙ୍କ ଜୀବନ। ସୋମବାର ସକାଳେ ତାମିଲନାଡୁର ଟେନକାସି ଜିଲ୍ଲାରେ ଦୁଇଟି ଘରୋଇ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୫୦ରୁ ଅଧିକ ଆହତ ହୋଇଛନ୍ତି।
ସୂଚନା ମିଳିଛି ଯେ, ମଦୁରାଇରୁ ସେନକୋଟାଇ ଯାଉଥିବା ଏକ ବସ୍ ଏବଂ ଟେନକାସିରୁ କୋଭିଲପଟ୍ଟି ଅଭିମୁଖେ ଆସୁଥିବା ଅନ୍ୟ ଏକ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଉଭୟ ଗାଡ଼ି ଭାଙ୍ଗି ଯାଇଥିବା ବେଳେ ଦୁଇଟି ବସ୍ର ଯାତ୍ରୀ ଏହି ଦୁର୍ଘଟଣାରେ ଆହତ ହୋଇଥିଲେ। କୁହାଯାଉଛି ଯେ, ଦୁର୍ଘଟଣା ଘଟିବା ବେଳେ ଦୁଇଟି ବସ୍ରେ ୫୫ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାସ୍ଥଳରୁ ସାମ୍ନାକୁ ଆସିଥିବା ଦୃଶ୍ୟରେ ରାସ୍ତା ଉପରେ ଭଙ୍ଗା କାଚ ବିଛାଡ଼ି ହୋଇ ପଡ଼ିଥିବା ଦେଖାଯାଇଛି। ଏହି ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଏବଂ ଜରୁରୀକାଳୀନ ସହାୟତାକାରୀମାନେ ଘଟଣାସ୍ଥଳରେ ଜମା ହୋଇଥିବାରୁ ଯାତାୟତ ପ୍ରଭାବିତ ହୋଇଥିବା କୁହାଯାଉଛି।
କେମିତି ଘଟିଥିଲା ଦୁର୍ଘଟଣା?
ତେବେ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ତେଙ୍କାସିର ସରକାରୀ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ମଦୁରାଇରୁ ଆସୁଥିବା ବସ୍ର ଚାଳକ ଦ୍ରୁତ ଗତିରେ ଏବଂ ବେପରୁଆ ଭାବରେ ଗାଡ଼ି ଚଳାଉଥିଲେ, ଯାହା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଚିକିତ୍ସା କରୁଥିବା ଡାକ୍ତରୀ ଦଳ କହିଛନ୍ତି।
ଆହୁରି ପଢ଼ନ୍ତୁ: Andhra Doctor Dies: US ଭିସା ଆବେଦନ ଖାରଜ ହେବା ପରେ ଜୀବନ ହାରିଲେ ଡାକ୍ତରାଣୀ
ଦୁଃଖପ୍ରକାଶ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟଲିନ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଏହି ଘଟଣାକୁ ଗଭୀର ଦୁଃଖଦ ବୋଲି କହିଛନ୍ତି। Xରେ ପୋଷ୍ଟ କରି ସେ କହିଛନ୍ତି ଯେ, "ତେନକାସି କଦୟାନାଲ୍ଲୁରରେ ଘଟିଥିବା ବସ୍ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ଖବର ପାଇ ମୁଁ ଗଭୀର ଦୁଃଖିତ। ଘଟଣା ବିଷୟରେ ଜାଣି ମୁଁ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ @KKSSRR_DMKଙ୍କ ସହିତ ଯୋଗାଯୋଗ କରି ଦୁର୍ଘଟଣାସ୍ଥଳକୁ ତୁରନ୍ତ ଯିବାକୁ ନିର୍ଦ୍ଦେଶ ଦେଇଥିଲି। ଦୁର୍ଘଟଣାସ୍ଥଳରୁ ମୋ ସହିତ କଥା ହୋଇଥିବା ଜିଲ୍ଲା କଲେକ୍ଟରଙ୍କୁ ମୁଁ ସରକାରୀ ଡାକ୍ତରଖାନା ପରିଦର୍ଶନ କରିବାକୁ ଏବଂ ପ୍ରଭାବିତ ବ୍ୟକ୍ତିମାନଙ୍କୁ ଉପଯୁକ୍ତ ଉଚ୍ଚମାନର ଚିକିତ୍ସା ଯୋଗାଣ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛି।"
ଆହୁରି ପଢ଼ନ୍ତୁ: Dharmendra Passed Away: ପରଲୋକରେ ବଲିଉଡର ହି-ମ୍ୟାନ୍, ୮୯ବର୍ଷ ବୟସରେ ଦୁନିଆକୁ କହିଲେ ଅଲବିଦା
Follow Us