ବିମାନ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୧ କୋଟି ଟଙ୍କାର ସହାୟତା ଘୋଷଣା କଲା ଟାଟା, ଆହତଙ୍କୁ ମାଗଣା ଚିକିତ୍ସା

ମୃତକଙ୍କ ପରିବାର ପାଇଁ ୧ କୋଟିର ସହାୟତା ରାଶି । ଆହତଙ୍କ ମେଡିକାଲ ଖର୍ଚ୍ଚ ବହନ କରିବ ଟାଟା । ତାସହ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ମେଡିକାଲ କଲେଜର କୋଠାକୁ ବି ସଜାଡିବଟାଟା ଗ୍ରୁପ...

୧ କୋଚି

Photograph: (sambad.in)

ନୂଆଦିଲ୍ଲୀ: ଅହମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପାଇଁ ସହୟତା ଘୋଷଣା । ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା କଲା ଟାଟା । ପ୍ରତି ମୃତକଙ୍କ ପରିବାର ପାଇଁ ୧ କୋଟିର ସହାୟତା ରାଶି । କୋଟିଏ ଟଙ୍କା ସହାୟତା ପ୍ରଦାନ କରିବା ନେଇ ଟାଟା ଗ୍ରୁପର ଘୋଷଣା ।

ଏଥିସହ ଦୁର୍ଘଟଣାରେ ଆହତଙ୍କ ମେଡିକାଲ ଖର୍ଚ୍ଚ ବହନ କରିବ ଟାଟା । ତାସହ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ମେଡିକାଲ କଲେଜର କୋଠାକୁ ବି ସଜାଡିଦେବାକୁ ପ୍ରତିଶ୍ରୁତି ଦେଇଛି ଟାଟା ଗ୍ରୁପ ।

ଏନେଇ ଟାଟା ଗ୍ରୁପ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦିଆଯାଇ କୁହାଯାଇଛି- ଦୁଃଖଦ ଘଟଣା ପାଇଁ ଆମେ ଗଭୀର ମର୍ମାହତ । ଏହି ମୁହୂର୍ତ୍ତରେ ଆମେ ଯେଉଁ ଦୁଃଖ ଅନୁଭବ କରୁଛୁ ତାହା କୌଣସି ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ। ଟାଟା ଗ୍ରୁପ୍ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତି ବ୍ୟକ୍ତିଙ୍କ ପରିବାରକୁ ୧ କୋଟି ଟଙ୍କା ପ୍ରଦାନ କରିବ। ଆମେ ଆହତଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରିବୁ ଏବଂ ବି.ଜେ ମେଡିକାଲ ହଷ୍ଟେଲ ନିର୍ମାଣରେ ସହାୟତା ପ୍ରଦାନ କରିବୁ।

ଅଧିକ ପଢନ୍ତୁ-

ରମେଶଙ୍କୁ ରଖିଲେ ହରି: ମୃତ୍ୟୁର ବିମାନ ଭିତରୁ ଜୀବନ ଧରି ମୁକୁଳି ଆସିଲେ ଯାତ୍ରୀ, କହିଲେ ଲୋମଟାଙ୍କୁରା କାହାଣୀ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe