ଚେନ୍ନାଇ: ତାମିଲନାଡ଼ୁର ରାନିପେଟଠାରେ ଟାଟା ମୋଟର୍ସର ନୂଆ କାର୍ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟଲିନ୍ ଆଜି ଏହି ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି। ବାର୍ଷିକ ଅଢ଼େଇ ଲକ୍ଷ କାର୍ ଉତ୍ପାଦନ କ୍ଷମତା ଥିବା ଏହି ପ୍ରକଳ୍ପ ୫୦୦୦ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ଯୋଗାଇ ପାରିବ। ଏଥିରୁ ଉତ୍ପାଦିତ ହେବାକୁ ଥିବା କାର୍ ଦେଶ ଭିତରେ ଚାହିଦା ମେଣ୍ଟାଇବା ସହ ବିଦେଶକୁ ମଧ୍ୟ ରପ୍ତାନି ହେବ। ଏଠାରେ ଟାଟା ମୋଟର୍ସ ଓ ଜାଗୁଆର୍ ଲ୍ୟାଣ୍ଡ ରୋଭର୍ କାର୍ ଉତ୍ପାଦନ କରାଯିବ।
ଅଧିକପଢ଼ନ୍ତୁ:ରାହୁଲ ପୁଣିଥରେ ଚୀନ୍ ପ୍ରସଙ୍ଗ ଉଠାଇବାରୁ ଲୋକସଭାରେ ହଙ୍ଗାମା
ରାନିପେଟଠାରେ ଟାଟା ମୋଟର୍ସର ନୂଆ କାର୍ ପ୍ରକଳ୍ପ କାର୍ଯ୍ୟକ୍ଷମ
ଆଜି ଏହି ପ୍ରକଳ୍ପର ଉଦ୍ଘାଟନ କରିବା ଅବସରରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଏଠାରେ ଉତ୍ପାଦିତ ପ୍ରଥମ କାର୍କୁ ମଧ୍ୟ ଉନ୍ମୋଚନ କରିଥିଲେ। ଏହି ଅବସରରେ ଆୟୋଜିତ ଉତ୍ସବରେ ଯୋଗ ଦେଇ ଟାଟା ଗ୍ରୁପ୍ ଅଧ୍ୟକ୍ଷ ନଟରାଜନ ଚନ୍ଦ୍ରଶେଖରନ କହିଲେ ଯେ ମାତ୍ର ୧୬ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହୋଇ ପାରିଥିବା ଏହି ପ୍ରକଳ୍ପରେ ୯୦୦୦ କୋଟି ଟଙ୍କା ନିବେଶ କରାଯାଇଛି। ଏହା ତାମିଲନାଡ଼ୁର ବିକାଶରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବେଙ୍ଗାଲୁରୁ-ଚେନ୍ନାଇ ଶିଳ୍ପ କରିଡର୍ର ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଏହି ପ୍ରକଳ୍ପ ଅବସ୍ଥିତ। ଦେଶରେ ପ୍ରମିୟମ୍ ଇଲେକଟ୍ରିକ୍ ଏସ୍ୟୁଭି କାର୍ ଉତ୍ପାଦନ କ୍ଷେତ୍ରରେ ଏହି ପ୍ରକଳ୍ପ ସ୍ବତନ୍ତ୍ର ସ୍ଥାନ ହାସଲ କରିବ ବୋଲି ଶ୍ରୀ ଚନ୍ଦ୍ରଶେଖର କହିଛନ୍ତି।
ଅଧିକପଢ଼ନ୍ତୁ:କୋର୍ଟରେ ଗୁଣ୍ଡାରାଜ୍ ଚଳିବନି: ପ୍ରଧାନ ବିଚାରପତି
Follow Us