Team India made history: After 25 years, they took revenge in 2025 Photograph: (sambad.in)
ଦୁବାଇ: ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ପରାଜିତ କରିଛି। ଟିମ୍ ଇଣ୍ଡିଆ ୪୯ ଓଭରରେ ୬ ୱିକେଟ ହରାଇ ଧାର୍ଯ୍ୟ ୨୫୨ ରନ୍ ବିଜୟ ଲକ୍ଷ୍ୟର ପିଛା କରି ୨୫୪ ରନ୍ ସଂଗ୍ରହ କରିଛି।
ଟିମ୍ ଇଣ୍ଡିଆ ପକ୍ଷରୁ ରୋହିତ ଶର୍ମା ୭୬ ରନ୍ କରିଥିବାବେଳେ ଶୁବମନ ଗିଲ୍ ୩୧ ରନ୍ କରିଥିଲେ। ବିରାଟ କୋହଲି ଏକ ରନ୍ କରି ପାଭିଲିୟନ ଫେରିଥିଲେ। ଶ୍ରେୟସ ଆୟର ୪୮ ରନ୍ କରିଥିବାବେଳେ ଅକ୍ଷର ପଟେଲ ୨୯ ରନ୍ କରିଥିଲେ। ସେହିପରି କେଏଲ ରାହୁଲ ୩୪ ରନ୍ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ୍ କରିଥିଲେ।
ନ୍ୟୁଜିଲାଣ୍ଡ ପକ୍ଷରୁ ମାଇକେଲ ସାଟନର ୨ ୱିକେଟ ନେଇଥିବାବେଳେ ମିଚେଲ ବ୍ରସୱେଲ୍ ୨ ୱିକେଟ ନେଇଥିଲେ। ସେହିପରି ରଚିନ ରବିନ୍ଦ୍ର ଏବଂ କେୟଲ ଜାମିସନ ଉଭୟ ଗୋଟିଏ ୱିକେଟ ନେଇଥିଲେ।
ଭାରତୀୟ ସ୍ପିନରମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ନ୍ୟୁଜିଲାଣ୍ଡ ବ୍ୟାଟସମ୍ୟାନଙ୍କ ମଧ୍ୟରେ କୁଲଦୀପ ଯାଦବ ଏବଂ ବରୁଣ ଚକ୍ରବର୍ତ୍ତୀ ଆତଙ୍କ ସୃଷ୍ଟି କରିଥିଲେ। ଫଳରେ ଧାର୍ଯ୍ୟ ୫୦ ଓଭରରେ ନ୍ୟୁଜିଲାଣ୍ଡ ୭ ୱିକେଟ ହରାଇ ୨୫୧ ରନ୍ କରିଥିଲା। ଫଳରେ ଟିମ୍ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୨୫୨ ରନ୍ ରହିଥିଲା।
ଦୁବାଇର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଦଳ ଭଲ ଆରମ୍ଭ କରିଥିଲା, କିନ୍ତୁ ବରୁଣ ଚକ୍ରବର୍ତ୍ତୀ ଏବଂ କୁଲଦୀପ ଯାଦବଙ୍କ ସ୍ପିନ୍ ଯାଦୁ ଯୋଗୁ ମାତ୍ର ୩ ଓଭର ମଧ୍ୟରେ ନ୍ୟଜିଲାଣ୍ଡର ୩ ପ୍ରମୁଖ ବ୍ୟାଟ୍ସମ୍ୟାନ ପାଭିଲିୟନ ଫେରିଥିଲେ।
ଚକ୍ରବର୍ତ୍ତୀ ୱିଲ୍ ୟଙ୍ଗଙ୍କୁ ଆଉଟ୍ କରିଥିଲେ ଏବଂ କୁଲଦୀପ ଯାଦବ ରଚିନ୍ ରବିନ୍ଦ୍ରଙ୍କୁ ଆଉଟ୍ କରିଥିଲେ। ଏହାପରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍ ସମସ୍ୟାର ସମ୍ମୁଖୀନ ହୋଇଥିଲେ।
ଅଧିକ ପଢ଼ନ୍ତୁ: ଶିକ୍ଷା ଆଉ ଏକ ସମସ୍ୟା ନୁହେଁ, କିନ୍ତୁ ପ୍ରକୃତ ଚ୍ୟାଲେଞ୍ଜ ହେଉଛି ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା: ମୁଖ୍ୟମନ୍ତ୍ରୀ
ନ୍ୟୁଜିଲାଣ୍ଡ ପକ୍ଷରୁ ୱିଲ୍ ୟଙ୍ଗ ୧୫ ରନ୍ କରିଥିବାବେଳେ ରଚିନ୍ ରବିନ୍ଦ୍ର ୩୭ ରନ୍ କରିଥିଲେ। ସେହିପରି କେନ୍ ୱିଲମସନ୍ ୧୧ ରନ୍, ଡାରେଲ ମିଚେଲ୍ ୬୩ ରନ୍, ଟମ୍ ଲାଥାମ୍ ୧୪ ରନ୍, ଗ୍ଲେନ୍ ଫିଲିପ୍ସ ୩୪ ରନ୍, ମିଚେଲ୍ ବ୍ରାସୱେଲ ଅପରାଜିତ ୫୩ ରନ୍ କରିଥିଲେ।
ସେହିପରି ଟିମ୍ ଇଣ୍ଡିଆ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୨ ୱିକେଟ, କୁଲଦୀପ ଯାଦବ ୨ ୱିକେଟ ନେଇଥିଲେ। ରବିନ୍ଦ୍ର ଜାଡେଜା ଗୋଟିଏ ୱିକେଟ ନେଇଥିଲେ। ମହମ୍ମଦ ସାମି ଗୋଟିଏ ୱିକେଟ ନେଇଥିଲେ।
ଏହି ବିଜୟ ସହିତ ୨୫ ବର୍ଷ ପରେ ୨୦୨୫ରେ ଟିମ୍ ଇଣ୍ଡିଆର ନ୍ୟୁଜିଲାଣ୍ଡ ଠାରୁ ୨୦୦୦ର ପରାଜୟର ପ୍ରତିଶୋଧ ନେଇଛି।
ଅଧିକ ପଢ଼ନ୍ତୁ: କୋରାପୁଟର ଶୁଭାଶିଷ ରଥ ଲେଫ୍ଟନାଣ୍ଟ ହେଲେ
Follow Us