ମାଲକାନଗିରି/ହାଇଦ୍ରାବାଦ: ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟର ମୁଲୁଗୁ ଜିଲ୍ଲାରେ ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସ ପକ୍ଷରୁ ହୋଇଥିବା ଏକ ସ୍ବତନ୍ତ୍ର ଅପରେସନରେ ୭ ମାଓବାଦୀଙ୍କର ଏନକାଉଣ୍ଟରରେ ମୃତ୍ୟୁ ଘଟିଛି। ଏହି ପ୍ରସଙ୍ଗରେ ମୁଲୁଗୁ ଏସପି ଶାବରିଶ କହିଛନ୍ତି ଯେ ଏନ୍ତୁରୁନଗରାମ ଜଙ୍ଗଲ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି।
ଶାବରିଶ କହିଛନ୍ତି ଯେ, ଏନ୍ତୁରୁନଗରାମ ଜଙ୍ଗଲ ଅଞ୍ଚଳରେ ପୁଲିସର ଏନକାଉଣ୍ଟରରେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।
ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ କିଏ? ସୋମବାର ସୁଦ୍ଧା ସିନ୍ଦେ ବଡ଼ ନିଷ୍ପତ୍ତି ନେବା ଚର୍ଚ୍ଚା
ବର୍ଷ ଆରମ୍ଭରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାୟପୁରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ଯେଉଁଥିରେ ସେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଓଡିଶା, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶର ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୨୬ ସୁଦ୍ଧା ଦେଶକୁ ମାଓବାଦୀ ମୁକ୍ତ କରିବା ପାଇଁ ଗୃହମନ୍ତ୍ରୀ ଏକ ଲକ୍ଷ୍ୟ ସ୍ଥିର କରିଥିଲେ।
ଅଧିକ ପଢ଼ନ୍ତୁ: ବାତ୍ୟା ଫେଙ୍ଗଲ୍ ଯୋଗୁ ତାମିଲନାଡୁ-ପୁଡୁଚେରୀରେ ବନ୍ୟା ସ୍ଥିତି
Follow Us