ତେଲେଙ୍ଗାନା ପୁଲିସର ବଡ଼ ଅପରେସନ: ୭ ମାଓବାଦୀ ମୃତ

Advertisment

ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟର ମୁଲୁଗୁ ଜିଲ୍ଲାରେ ପୁଲିସକୁ ବଡ଼ ସଫଳତା ହାସଲ ମିଳିଛି। ପୁଲିସ ପକ୍ଷରୁ ହୋଇଥିବା ଅପରେସନରେ ଏନକାଉଣ୍ଟରରେ ୭ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ମୁଲୁଗୁ ଏସପି ଶାବରିଶ କହିଛନ୍ତି ଯେ ଏନ୍ତୁରୁନଗରାମ ଜଙ୍ଗଲ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି...

ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟର ମୁଲୁଗୁ ଜିଲ୍ଲାରେ ପୁଲିସକୁ ବଡ଼ ସଫଳତା ହାସଲ ମିଳିଛି। ପୁଲିସ ପକ୍ଷରୁ ହୋଇଥିବା ଅପରେସନରେ ଏନକାଉଣ୍ଟରରେ ୭ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ମୁଲୁଗୁ ଏସପି ଶାବରିଶ କହିଛନ୍ତି ଯେ ଏନ୍ତୁରୁନଗରାମ ଜଙ୍ଗଲ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି...

5amamnxpa

ମାଲକାନଗିରି/ହାଇଦ୍ରାବାଦ: ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟର ମୁଲୁଗୁ ଜିଲ୍ଲାରେ ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସ ପକ୍ଷରୁ ହୋଇଥିବା ଏକ ସ୍ବତନ୍ତ୍ର ଅପରେସନରେ ୭ ମାଓବାଦୀଙ୍କର ଏନକାଉଣ୍ଟରରେ  ମୃତ୍ୟୁ ଘଟିଛି। ଏହି ପ୍ରସଙ୍ଗରେ ମୁଲୁଗୁ ଏସପି ଶାବରିଶ କହିଛନ୍ତି ଯେ ଏନ୍ତୁରୁନଗରାମ ଜଙ୍ଗଲ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି।

ଶାବରିଶ କହିଛନ୍ତି ଯେ, ଏନ୍ତୁରୁନଗରାମ ଜଙ୍ଗଲ ଅଞ୍ଚଳରେ ପୁଲିସର ଏନକାଉଣ୍ଟରରେ  ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ରବିବାର ସକାଳେ ମୁଲୁଗୁ ଜିଲ୍ଲାର ଏନ୍ତୁରୁନଗରାମ ମଣ୍ଡଳର ଚାଲାପାକା ଅଞ୍ଚଳର ତେଲେଙ୍ଗାନା ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା ବୋଲି ପୁଲିସ କହିଛି। ଏହି ଏନକାଉଣ୍ଟରରେ ୟେଲାଣ୍ଡୁ-ନରସମ୍ପେଟ୍ ଏରିଆ କମିଟି କମାଣ୍ଡର ବଦ୍ରୁ ଛଦ୍ମନାମ ପପାନାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁବରଣ କରିଥିବା ନକ୍ସଲଙ୍କ ଚିହ୍ନଟ କରାଯାଇଛି। ସେମାନେ ହେଲେ ତେଲେଙ୍ଗାନା ସଚିବ କୁରସାମ ମଙ୍ଗୁ ଅରଫ ଭଦରୁ,ଡିଭିସିଏମ ଏଗାଲପୁ ଅରଫ ମଧୁ ଏସିଏମ ମୁସାକୀ ଦେବାଲ,ଏସିଏମ ମୁସାକୀ ଯମୁନା,ପାର୍ଟି ମେମ୍ବର ଜାଇସିଙ୍ଘ,କିଶୋର ଏବଂ କମେଶ।

ତଥାପି, ଏହା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇନାହିଁ। ଏହି ଏନକାଉଣ୍ଟର ସମ୍ପର୍କରେ ପୁଲିସ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତି ଜାରି କରାଯାଇ ନାହିଁ। ଏହା ସହିତ ପୁଲିସ ୨ଟି ଏକେ-୪୭ ବନ୍ଧୁକ ଜବତ କରିଥିବା କୁହାଯାଉଛି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ପୂର୍ବରୁ ତେଲେଙ୍ଗାନାର ଭଦ୍ରାଡ୍ରିର କୋଥାଗୁଡେମ ଅଞ୍ଚଳରେ ତେଲେଙ୍ଗାନା ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ମୁହ‌ାଁମୁହିଁ ସ୍ଥିତି ହୋଇଥିଲା। ଯେଉଁଥିରେ ୬ଜଣ ମାଓବାଦୀ ନିହତ ହୋଇଥିଲେ। ତେବେ ଏହି ଅପରେସନରେ ଦୁଇ ଜଣ ପୁଲିସ ଆହତ ହୋଇଛନ୍ତି। ମୃତ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଥିଲେ।

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ କିଏ? ସୋମବାର ସୁଦ୍ଧା ସିନ୍ଦେ ବଡ଼ ନିଷ୍ପତ୍ତି ନେବା ଚର୍ଚ୍ଚା

ବର୍ଷ ଆରମ୍ଭରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାୟପୁରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ଯେଉଁଥିରେ ସେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଓଡିଶା, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶର ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୨୬ ସୁଦ୍ଧା ଦେଶକୁ ମାଓବାଦୀ ମୁକ୍ତ କରିବା ପାଇଁ ଗୃହମନ୍ତ୍ରୀ ଏକ ଲକ୍ଷ୍ୟ ସ୍ଥିର କରିଥିଲେ।

ଅଧିକ ପଢ଼ନ୍ତୁ: ବାତ୍ୟା ଫେଙ୍ଗଲ୍ ଯୋଗୁ ତାମିଲନାଡୁ-ପୁଡୁଚେରୀରେ ବନ୍ୟା ସ୍ଥିତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe