ରିୟାଦ/ଆବୁଧାବି: ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟରେ ସମ୍ପର୍କ ସମ୍ପ୍ରତି ତିକ୍ତ ହେବାରେ ଲାଗିଛି। ସାଉଦି ଆରବ ଗୁରୁବାର ୟୁଏଇ ଉପରେ ୟେମେନି ବିଚ୍ଛିନ୍ନତାବାଦୀ ନେତା ଏବଂ ଦକ୍ଷିଣ ଟ୍ରାନ୍ଜିସନାଲ କାଉନସିଲ (ଏସଟିସି)ର ମୁଖ୍ୟ ଆଇଦାରସ ଅଲ-ଜୁବୈଦିଙ୍କୁ ୟେମେନରୁ ବହିଷ୍କାର କରି ଆବୁଧାବି ପଠାଇଥିବା ଅଭିଯୋଗ କରିଛି। ଅଲ-ଜୁବୈଦିଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ହୋଇଛି। ଏହି ଅଭିଯୋଗ ଉପରେ ୟୁଏଇ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।
ସାଉଦି ଆରବର ଏକ ସାମରିକ ବିବୃତିରେ କୁହାଯାଇଛି ଯେ, ଅଲ-ଜୁବୈଦି ଡଙ୍ଗା ଯୋଗେ ୟେମେନରୁ ସୋମାଲିଆ ପଳାଇଥିଲେ। ଏହା ପରେ ୟୁଏଇ ଅଧିକାରୀମାନେ ତାଙ୍କୁ ଏମିରେଟର ରାଜଧାନୀ ଆବୁଧାବିରେ ପହଞ୍ଚିବାରେ ସାହାଯ୍ୟ କରିଥିଲେ।
ଆହୁରି ପଢ଼ନ୍ତୁ:Loans Waive Negotiations: ଅସୀମ ମୁନିରଙ୍କ ମାଷ୍ଟରଷ୍ଟ୍ରୋକ୍, ୟୁଏଇକୁ ଜେଏଫ୍-୧୭ ବିମାନ ବିକି ଋଣ ଶୁଝିବ ପାକିସ୍ତାନ
ସାଉଦି ମିଳିତ ମେଣ୍ଟର ମୁଖପାତ୍ର ମେଜର ଜେନେରାଲ ତୁର୍କି ମଧ୍ୟ ଅଲ-ଜୁବୈଦିଙ୍କୁ ଖସିଯିବାରେ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କ ନାମ କହିଥିଲେ। ସେହି ବ୍ୟକ୍ତିଙ୍କୁ ୟୁଏଇର ଜଣେ ମେଜର ଜେନେରାଲ ଭାବରେ ଚିହ୍ନଟ କରାଯାଇଥିଲା।
UAE ବିରୋଧରେ ଗୁରୁତର ଅଭିଯୋଗ
ସାଉଦି ଆରବ ସେନା ନିଜର ବିବୃତିରେ ଏହା ମଧ୍ୟ ଉଲ୍ଲେଖ କରିଛି ଯେ, ଏହି ଅପରେସନରେ ଇଲିୟୁସିନ୍ ଇଲ୍-୭୬ ବିମାନ ବ୍ୟବହାର କରାଯାଇଥିଲା। ଏହି ବିମାନକୁ ପୂର୍ବରୁ ଇଥିଓପିଆ, ଲିବ୍ୟା ଏବଂ ସୋମାଲିଆ ଭଳି ସଂଘର୍ଷ ଅଞ୍ଚଳରେ ନିୟୋଜିତ କରାଯାଇଥିଲା।
ସାଉଦି ଗଣମାଧ୍ୟମ ଏହି ବିବୃତିକୁ ପ୍ରମୁଖ ଖବର ଭାବରେ ପ୍ରକାଶ କରିଥିଲା। ସାଉଦି ମାଲିକାନାରେ ଥିବା ସାଟେଲାଇଟ୍ ଚ୍ୟାନେଲ୍ ଅଲ୍ ଆରବିଆ ଅଲ୍-ଜୁବୈଦିଙ୍କ ପଳାୟନର ଇଣ୍ଟସେପ୍ଟ କରାଯାଇଥିବା ଟେଲିଫୋନ୍ କଲ୍ଗୁଡ଼ିକୁ ପ୍ରସାରିତ କରିଛି। ଇଂରାଜୀ ଖବରକାଗଜ ଆରବ ନ୍ୟୁଜ୍ର ପ୍ରଥମ ପୃଷ୍ଠାରେ ଫଟୋ ସହିତ "ୱାଣ୍ଟେଡ୍" ଶୀର୍ଷକ ଖବର ପ୍ରକାଶିତ ହୋଇଛି।
ଅଲ-ଜୁବୈଦିଙ୍କୁ ଜଣେ ବିଶ୍ୱାସଘାତକ ବୋଲି କୁହାଯାଇଛି
ସରକାରୀ ସମ୍ବାଦପତ୍ର କହିଛି ଯେ, ବିଚ୍ଛିନ୍ନତାବାଦୀ ନେତା ଦେଶକୁ ଫେରିବାକୁ ମନା କରିବା ତାଙ୍କୁ ଜଣେ ବିଶ୍ୱାସଘାତକ ଭାବରେ ପ୍ରମାଣିତ କରିଛି। ଏହା ମଧ୍ୟ ଅଭିଯୋଗ କରାଯାଇଛି ଯେ, ଅଲ-ଜୁବୈଦି, ବିଦେଶୀ ଶକ୍ତି ସହିତ ମିଳିତ ହୋଇ, ନିଜର ସ୍ୱାର୍ଥ ପାଇଁ ଦକ୍ଷିଣ ବିଚ୍ଛିନ୍ନତାକୁ ବଳପୂର୍ବକ ଲାଗୁ କରିବାକୁ ଚେଷ୍ଟା କରିଥିଲେ। ତାଙ୍କର ମୁଖ୍ୟ ଲକ୍ଷ୍ୟ କ୍ଷମତା ହାସଲ କରି ବାଥିଲା ବୋଲି ଖବର କାଗଜ କହିଛି।
ଆହୁରି ପଢ଼ନ୍ତୁ:Markets : ଟ୍ରମ୍ପଙ୍କ ଶୁଳ୍କ ଧମକ ପରେ ଷ୍ଟକ ବଜାରରେ କମ୍ପନ, ୪ ଦିନରେ ୮ ଲକ୍ଷ କୋଟି ହରାଇଲେ ନିବେଶକ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2026/01/08/tensions-in-the-middle-east-2026-01-08-17-13-54.jpg)