Terror Attack In India: ଦେଶର ବଡ଼ ବଡ଼ ଆକ୍ରମଣ ଓ ବିସ୍ଫୋରଣର କଳା ଚିଠା: ଦେଶବାସୀ ହୋଇଛନ୍ତି ଲହୁଲୁହାଣ… ଜାଣନ୍ତୁ କେବେ ହୋଇଛି କଣ ?

ଗତକାଲିର ବିସ୍ଫୋରଣ ୨୬/୧୧ ମୁମ୍ବାଇ ଆକ୍ରମଣର କଥାକୁ ମନପକାଇ ଦେଇଥିବା ବେଳେ ଦେଶର ବଡ଼ ବଡ଼ ଆକ୍ରମଣ କଥା ଏବେ ଚର୍ଚ୍ଚା ହେଉଛି । ତେବେ ନଜର ପକାନ୍ତୁ ଦେଶରେ କେବେ ହୋଇଛି କେଉଁ ଆକ୍ରମଣ

big attack

big attack Photograph: (sambad.in)

ନୂଆଦିଲ୍ଲୀ: ଦିଲ୍ଲୀ ଲାଲକିଲ୍ଲାରେ ବିରାଟ ବିସ୍ଫୋରଣ ପରେ ଏବେ ସାରା ଦେଶରେ ଆତଙ୍କ ଖେଳିଯାଇଥିବା ବେଳେ ହାଇ ଆଲର୍ଟରେ ରହିଛି ଦେଶ । ତେବେ ଗତକାଲିର ବିସ୍ଫୋରଣ ୨୬/୧୧ ମୁମ୍ବାଇ ଆକ୍ରମଣର କଥାକୁ ମନପକାଇ ଦେଇଥିବା ବେଳେ ଦେଶର ବଡ଼ ବଡ଼ ଆକ୍ରମଣ କଥା ଏବେ ଚର୍ଚ୍ଚା ହେଉଛି । ତେବେ ନଜର ପକାନ୍ତୁ ଦେଶରେ କେବେ ହୋଇଛି କେଉଁ ଆକ୍ରମଣ ।

Delhi Blast
Delhi Blast Photograph: (sambad.in)

ଦେଶର ବଡ଼ ବଡ଼ ଆତଙ୍କୀ ଆକ୍ରମଣ

୧୫ ଜୁନ ୧୯୯୧- ପଞ୍ଜାବ, ୧୨୬ ଜଣ ମୃତ
୧୨ ମାର୍ଚ୍ଚ ୧୯୯୩- ବମ୍ବେ, ୨୫୭ ମୃତ
୧୦ ସେପ୍ଟେମ୍ବର ୨୦୦୨- ବିହାର, ୨୦୦ ମୃତ
୧୧ ଜୁଲାଇ ୨୦୦୬- ମୁମ୍ବାଇ, ୨୦୯ ମୃତ
୨୬ ନଭେମ୍ବର ୨୦୦୮- ମୁମ୍ବାଇ, ୧୭୫ ମୃତ
୧୦ ନଭେମ୍ବର ୨୦୨୫- ଦିଲ୍ଲୀ, ୧୨ ମୃତ (ବଢ଼ିବା ଆଶଙ୍କା)

୧୪ ବର୍ଷ ପରେ ଦିଲ୍ଲୀରେ ବଡ଼ ବିସ୍ଫୋରଣ

ଗତକାଲି ଦିଲ୍ଲୀରେ କାର୍‌ ବିସ୍ଫୋରଣ ପୂରା ଦେଶକୁ ଦୋହଲାଇ ଦେଇଛି। ଦୀର୍ଘ ୧୪ ବର୍ଷ ପରେ ଦିଲ୍ଲୀରେ ଏତେବଡ଼ ବିସ୍ଫୋରଣ ହୋଇଛି। ୨୦୧୧ ସେପ୍ଟେମ୍ବର ୭ରେ ଦିଲ୍ଲୀ ହାଇକୋର୍ଟ ବାହାରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରକ ବ୍ରିଫ୍‌କେସ୍‌ରେ ରଖାଯାଇଥିଲା। ଏଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନେକ ଆହତ ହୋଇଥିଲେ। ତେବେ ନଜର ପକାନ୍ତୁ ପୂର୍ବରୁ କେତେ ଥର ବିସ୍ଫୋରଣରେ ଥରିଛି ଦିଲ୍ଲୀ ?

Delhi Red Fort Explosion
Delhi Red Fort Explosion Photograph: (sambad.in)

ଆହୁରି ପଢନ୍ତୁ- Delhi Red Fort Blast, Why November: କେବେ ଆତଙ୍କୀ ଆକ୍ରମଣ ତ କେବେ ବଡ଼ ବିସ୍ଫୋରଣ, ଦେଶ ପାଇଁ ଅଶୁଭ ‘ନଭେମ୍ବର’… ଜାଣନ୍ତୁ କେବେ ହୋଇଛି କଣ ?

ପୂର୍ବରୁ କେତେ ଥର ଦୋହଲିଛି ଦିଲ୍ଲୀ…?

-୨୯ ଅକ୍ଟୋବର ୨୦୦୫ : ନୂଆଦିଲ୍ଲୀ ରେଳ ଷ୍ଟେସନ, ଗୋବିନ୍ଦପୁରୀ ଏବଂ ସରୋଜିନୀ ମାର୍କେଟରେ ତିନୋଟି ବିସ୍ଫୋରଣ, ୬୨ ଜଣଙ୍କର ମୃତ୍ୟୁ ଏବଂ ୨୧୦ ଜଣ ଆହତ ହୋଇଥିଲେ
-୧୪ ଏପ୍ରିଲ୍ ୨୦୦୬ :  ଜାମା ମସଜିଦ ଭିତରେ ଦୁଇଟି ବୋମା ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୧୪ ଜଣ ଆହତ ହୋଇଥିଲେ
-୧୩ ସେପ୍ଟେମ୍ବର ୨୦୦୮ : ଦିଲ୍ଲୀରେ ପାଞ୍ଚଟି ବୋମା ବିସ୍ଫୋରଣ, ୨୫ ଜଣଙ୍କ ମୃତ୍ୟୁ, ୧୦୦ ରୁ ଅଧିକ ଆହତ ହୋଇଥିଲେ
-୨୭ ସେପ୍ଟେମ୍ବର ୨୦୦୮ : ଦିଲ୍ଲୀର ମେହରୌଲି ଫୁଲ ବଜାରରେ ବିସ୍ଫୋରଣ, ୪ ଜଣଙ୍କ ମୃତ୍ୟୁ, ୧୫ ଆହତ ହୋଇଥିଲେ
-୧୯ ସେପ୍ଟେମ୍ବର , ୨୦୧୦ : ଜାମା ମସଜିଦ (ଦିଲ୍ଲୀ)ରେ ଗୁଳିଚାଳନା ଏବଂ ବିସ୍ଫୋରଣ, ୨ ଜଣ ଆହତ ହୋଇଥିଲେ
-୭ ସେପ୍ଟେମ୍ବର ୨୦୧୧ : ଦିଲ୍ଲୀ ହାଇକୋର୍ଟରେ ବିସ୍ଫୋରଣ, ୧୧ ଜଣଙ୍କ ମୃତ୍ୟୁ, ୬୪ ଜଣ ଆହତ ହୋଇଥିଲେ
-୧୦ ନଭେମ୍ବର, ୨୦୨୫ରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ନିକଟରେ ବିସ୍ଫୋରଣ, ୧୦ ଜଣଙ୍କ ମୃତ୍ୟୁ

attack in November
attack in November Photograph: (sambad.in)

ଦେଶ ପାଇଁ ଅଶୁଭ ‘ନଭେମ୍ବର’

ନଭେମ୍ବର… ନଭେମ୍ବର… ନଭେମ୍ବର… ପୁଣି ସେହି ନଭେମ୍ବର । ଦେଶର ପାଇଁ ଅଶୁଭ ନଭେମ୍ବର । ଏହି ମାସରେ ହିଁ ଅଘଟଣ ହେଉଛି ବାରମ୍ବାର । କେବେ ଆତଙ୍କୀ ଆକ୍ରମଣ ତ କେବେ ବିରାଟ ବିସ୍ଫୋରଣ । ପୁଣି ଯଦି ଆପଣ ଅତୀତର ପୃଷ୍ଠା ଓଲଟାଇବେ ତେବେ ଗୁଳିକାଣ୍ଡ ଭଳି ଛାତିଥରା କାହାଣୀ ।

- ୮ ନଭେମ୍ବର ୧୯୯୧: ମୁମ୍ବାଇରେ କଲ୍ୟାଣ ଟ୍ରେନ୍‌ ବିସ୍ଫୋରଣ
-୨୪ ନଭେମ୍ବର ୨୦୦୨: ରଘୁନାଥ ମନ୍ଦିର ଗୁଳିକାଣ୍ଡ
- ୨୩ ନଭେମ୍ବର ୨୦୦୭:  ଲକ୍ଷ୍ନୌ, ବାରାଣସୀ ବିସ୍ଫୋରଣ
- ୨୬ ନଭେମ୍ବର ୨୦୦୮: ମୁମ୍ବାଇ ଆତଙ୍କୀ ଆକ୍ରମଣ
- ୨୯ ନଭେମ୍ବର ୨୦୧୬: ସେନା ଶିବିରରେ ଗ୍ରେନେଡ୍‌ ଆକ୍ରମଣ
- ୧୦ ନଭେମ୍ବର ୨୦୨୫: ଦିଲ୍ଲୀରେ ବୋମା ବିସ୍ଫୋରଣ  

ଆହୁରି ପଢନ୍ତୁ- Delhi RedFort Blast and Mumbai Attack: ୨୬/୧୧ ପରେ ୧୦/୧୧: ଭାରତ ପାଇଁ କଳାଦିନ, ଦେଶର ଛାତିରେ ଦରଜର ଦୁଇଟି କ୍ଷତଚିହ୍ନ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe