Thailand  : ବିଷ୍ଣମୂର୍ତ୍ତି ଭଙ୍ଗାଯିବା ପଛରେ ଧାର୍ମିକ କାରଣ ନାହିଁ : ଥାଇଲାଣ୍ଡ

Advertisment

ଥାଇଲାଣ୍ଡ ଓ କାମ୍ବୋଡିଆ ସୀମାରେ ଥିବା ଭଗବାନ ବିଷ୍ଣଙ୍କ ଏକ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ରାଜନୀତି ତେଜିଛି । ଏହି ଘଟଣାକୁ ଭାରତ ସରକାର ନିନ୍ଦା କରିବା ପରେ ଥାଇଲାଣ୍ଡ ପକ୍ଷରୁ ସଫେଇ ଦିଆଯାଇଛି ।

ଥାଇଲାଣ୍ଡ ଓ କାମ୍ବୋଡିଆ ସୀମାରେ ଥିବା ଭଗବାନ ବିଷ୍ଣଙ୍କ ଏକ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ରାଜନୀତି ତେଜିଛି । ଏହି ଘଟଣାକୁ ଭାରତ ସରକାର ନିନ୍ଦା କରିବା ପରେ ଥାଇଲାଣ୍ଡ ପକ୍ଷରୁ ସଫେଇ ଦିଆଯାଇଛି ।

Thailand

Thailand

ବ୍ୟାଙ୍କକ୍ : ଥାଇଲାଣ୍ଡ ଓ କାମ୍ବୋଡିଆ ସୀମାରେ ଥିବା ଭଗବାନ ବିଷ୍ଣଙ୍କ ଏକ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ରାଜନୀତି ତେଜିଛି । ଏହି ଘଟଣାକୁ ଭାରତ ସରକାର ନିନ୍ଦା କରିବା ପରେ ଥାଇଲାଣ୍ଡ ପକ୍ଷରୁ ସଫେଇ ଦିଆଯାଇଛି । ଥାଇଲାଣ୍ଡ ପକ୍ଷରୁ କୁହାଯାଇଛି ଯେ ମୂର୍ତ୍ତି ଭଙ୍ଗା ପଛରେ କୌଣସି ଧାର୍ମିକ କାରଣ ନଥିଲା ବରଂ ସୁରକ୍ଷା ଓ ପ୍ରଶାସନିକ କାରଣ ଥିଲା । 

ଥାଇ-କମ୍ବୋଡିଆନ୍ ବର୍ଡର ପ୍ରେସ୍ ସେଣ୍ଟର କହିଛି ଯେ ହିନ୍ଦୁ ଦେବତାଙ୍କ ପ୍ରତିମୂର୍ତ୍ତି ନଷ୍ଟ ଧର୍ମ କିମ୍ବା ବିଶ୍ୱାସ ସହିତ ଜଡିତ ନୁହେଁ। ଥାଇଲ୍ୟାଣ୍ଡ କହିଛି ଯେ ଏହା ହିନ୍ଦୁ ଧର୍ମ ସମେତ ସମସ୍ତ ଧର୍ମକୁ ସମାନ ଭାବରେ ସମ୍ମାନ କରେ।

ଆହୁରି ପଢନ୍ତୁ : Feeling Sleepy After Lunch: ମଧ୍ୟାହ୍ନ ଭୋଜନ ପରେ ଆପଣଙ୍କୁ ବାରମ୍ବାର ନିଦ ଲାଗୁଛି କି? କ’ଣ ରହିଛି କାରଣ, ଜାଣନ୍ତୁ...

ଥାଇ ଅଧିକାରୀମାନେ କହିଛନ୍ତି, "ପ୍ରତିମୂର୍ତ୍ତିଟି ପରେ ସ୍ଥାପିତ ହୋଇଥିଲା ଏବଂ ଏହାକୁ ଆନୁଷ୍ଠାନିକ ଭାବରେ ଏକ ଧାର୍ମିକ ସ୍ଥଳ ଭାବରେ ସ୍ୱୀକୃତି ଦିଆଯାଇନାହିଁ। ଯଦି ଏହାକୁ ହଟାଯାଇ ନଥାନ୍ତା, ତେବେ ଏହା ସମ୍ବେଦନଶୀଳ ସୀମାରେ ଉତ୍ତେଜନା ବୃଦ୍ଧି କରିପାରିଥାନ୍ତା।" ଥାଇ ପକ୍ଷ ଅନୁଯାୟୀ, ଭଗବାନ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ବିବାଦୀୟ ସୀମା ନିକଟରେ ଚୋଙ୍ଗ୍ ଆନ୍ ମା ଅଞ୍ଚଳରେ ଅବସ୍ଥିତ। ଏହି ମୂର୍ତ୍ତିକୁ ନେଇ କାମ୍ବୋଡିଆ ଥାଇଲାଣ୍ଡର ଅଂଚଳକୁ ନିଜର କହିବାର ଆଶଙ୍କା ଥିବାରୁ ଏପରି ପଦକ୍ଷେପ ନିଆଯାଇଥିଲା । 

ଏହା ପୂର୍ବରୁ ଭାରତ କହିଥିଲା ଯେ ଏପରି "ଅପମାନଜନକ" କାର୍ଯ୍ୟ ସାରା ବିଶ୍ୱରେ ଭକ୍ତଙ୍କ ଭାବନାକୁ ଆଘାତ କରୁଛି। ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆକୁ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସେମାନଙ୍କର ସୀମା ବିବାଦର ସମାଧାନ କରିବାକୁ ମଧ୍ୟ ଭାରତ ଅନୁରୋଧ କରିଥିଲା ।

ଆହୁରି ପଢନ୍ତୁ : Jobs BHU Recruitment-2025: ବିଏଚୟୁ ନିଯୁକ୍ତି ୨୦୨୫: ୮ମ ଶ୍ରେଶୀ ପାସ୍ କରିଥିବା ପ୍ରାର୍ଥୀଙ୍କ ପାଇଁ ଚାକିରି ସୁଯୋଗ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe