IndiGo Photograph: (IndiGo)
ନୂଆଦିଲ୍ଲୀ : ଇଣ୍ଡିଗୋର ଫ୍ଲାଇଟ୍ ଅଚଳାବସ୍ଥା ମଧ୍ୟରେ ଏହି କମ୍ପାନି ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) କଠୋର ଆଭିମୁଖ୍ୟ ଗ୍ରହଣ କରି ଇଣ୍ଡିଗୋକୁ ଏହାର ଉଡ଼ାଣ ସୂଚୀ ୫% ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛି। ଏହାର ଅର୍ଥ ହେଉଛି ଇଣ୍ଡିଗୋର ଦୈନିକ ମୋଟ ଉଡ଼ାଣ (Flight)ର ୫% ଅନ୍ୟ ବିମାନ କମ୍ପାନୀଗୁଡ଼ିକୁ ଆବଣ୍ଟିତ କରାଯାଇପାରିବ । ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ଯାତ୍ରୀମାନେ ଆଶ୍ବସ୍ତ ହେବାର ସମ୍ଭାବନା ରହିଛି ।
ଆହୁରି ପଢନ୍ତୁ : Woman Marries Krishna Idol: ପ୍ରଭୁ ଶ୍ରୀକୃଷ୍ଣଙ୍କୁ ବିବାହ କଲେ ଉତ୍ତରପ୍ରଦେଶର ଏହି ଯୁବତୀ
ଇଣ୍ଡିଗୋ ଦୈନିକ ପ୍ରାୟ ୨୩୦୦ ଟି ଫ୍ଲାଇଟ (ଉଡ଼ାଣ ସଂଖ୍ୟା) ଚଳାଚଳ କରେ । ଏହାର ୫% ହିସାବର ପ୍ରାୟ ୧୧୦ରୁ ୧୧୫ଟି ଫ୍ଲାଇଟ୍ ଅନ୍ୟ ବିମାନସେବା କମ୍ପାନିମାନେ ପାଇବେ । ଏହା ଦ୍ବାରା ଅନ୍ୟ କମ୍ପାନିମାନେ ଉପକୃତ ହେବା ସହ ଇଣ୍ଡିଗୋ ଉପରୁ ବୋଝ ହ୍ରାସ ହେବ । ସରକାରଙ୍କ ଏହି ନିଷ୍ପତ୍ତି ଆସିବା ପରେ ଇଣ୍ଡିଗୋର ସେୟାର ମୂଲ୍ୟ ହ୍ରାସ ପାଇଥିବାବେଳେ ସ୍ପାଇସଜେଟର ମୂଲ୍ୟ ବୃଦ୍ଧି ପାଇଛି ।
ଆହୁରି ପଢନ୍ତୁ : Indigo crisis: ନିୟମକାନୁନ ଲୋକଙ୍କୁ ସମସ୍ୟାରେ ପକାଇବା ଉଚିତ ନୁହେଁ : ମୋଦୀ
ଇଣ୍ଡିଗୋ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ
DGCA କହିଛି ଯେ ନୂତନ ଉଡ଼ାଣ ଡ୍ୟୁଟି ସମୟ (FDTL) ନିୟମ ଏବଂ କର୍ମଚାରୀ ଅଭାବ ଯୋଗୁଁ ଇଣ୍ଡିଗୋ ଗତ କିଛି ଦିନ ଧରି ନିରନ୍ତର ବାଧାପ୍ରାପ୍ତ ହେଉଛି। ଉଡ଼ାଣ ବାତିଲ ହେବା ଦ୍ୱାରା ବିମାନବନ୍ଦରରେ ଅଚଳାବସ୍ଥା ସୃଷ୍ଟି ହୋଇଛି ଏବଂ ଲକ୍ଷ ଲକ୍ଷ ଯାତ୍ରୀ ଫସି ରହିଛନ୍ତି। ଡିଜିସିଏ ସ୍ପଷ୍ଟ ଭାବରେ ଏୟାରଲାଇନ୍ସକୁ ଏହାର କ୍ରୁ ଏବଂ ପରିଚାଳନା ସ୍ଥିର ନହେବା ପର୍ଯ୍ୟନ୍ତ କମ ଫ୍ଲାଇଟରେ ଚଳାଚଳ କରିବାକୁ କହିଛି । ସରକାରୀ ସୂତ୍ର ଅନୁସାରେ, ବିମାନ କମ୍ପାନୀକୁ ଏ ବିଷୟରେ ସୂଚନା ଦିଆଯାଇଛି, ଏବଂ ହ୍ରାସ ହେବାକୁ ଥିବା ଉଡ଼ାଣଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରାଯାଉଛି।
Follow Us