Faridabad : ହରିୟାଣାର ଫରିଦାବାଦରେ ଚଢାଉ ସମୟରେ ଜଣେ ଡାକ୍ତରଙ୍କ ଘରୁ ୩୬୦ କିଲୋଗ୍ରାମ ବିସ୍ଫୋରକ ମିଳିବା ସୁରକ୍ଷା ଏଜେନ୍ସିମାନଙ୍କ ନିଦ ହଜାଇଦେଇଛି । ଏତେ ପରିମାଣର ବିସ୍ଫୋରକ ଯଦି ବ୍ୟବହାର ହୋଇଥାନ୍ତା ତେବେ କେତେ ବଡ଼  ଧ୍ବଂସଲୀଳା ଘଟାଇଥାନ୍ତା ତାହା ଭାବିଲେ ମଧ୍ୟ ଭୟ ଲାଗୁଛି । 
ଏହି ଡାକ୍ତର ରୂପୀ ଆତଙ୍କବାଦୀ ଦେଶରେ କେତେ ପରିମାଣର ଧ୍ୱଂସ ଘଟାଇବାକୁ ଯୋଜନା କରୁଥିଲା ତାହା କେବଳ ଏହି ଘଟଣାରୁ କଳ୍ପନା କରାଯାଇପାରିବ ଯେ ୧୪ ଫେବୃଆରୀ ୨୦୧୪ରେ ହୋଇଥିବା ପୁଲୱାମା ସିଆରପିଏଫ କନଭୟ ଆକ୍ରମଣରେ କେବଳ ୬୦ କିଲୋଗ୍ରାମ ଆରଡିଏକ୍ସ ବ୍ୟବହାର ହୋଇଥିଲା । ଯଦି ୩୬୦ କିଲୋଗ୍ରାମ ଆରଡିଏକ୍ସ ବ୍ୟବହାର ହୋଇଥାନ୍ତା ସ୍ଥିତି କଣ ହୋଇଥାନ୍ତା ତାହା ଅନୁମାନ କରିପାରୁଥିବେ । 

Advertisment

ଆହୁରି ପଢନ୍ତୁ : Donald Trump : ପ୍ରତି ଆମେରିକୀୟଙ୍କୁ ୨୦୦୦ ଡଲାର ଦେବି

ଆଉ ଏକ ଚିନ୍ତାଜନକ ବିଷୟ ହେଉଛି ଏହି ବିସ୍ଫୋରକ ଫରିଦାବାଦ ପାଇଁ ଅଣାଯାଇଥିଲା ନା ଦିଲ୍ଲୀ ପାଇଁ ? କାରଣ ଫରିଦାବାଦଠାରୁ ଦିଲ୍ଲୀ ମାତ୍ର ୨୫ କିଲୋମିଟର ଦୂର ।  ପୁଣି ଫରିଦାବାଦ ଦିଲ୍ଲୀ ଏନସିଆର (ଜାତୀୟ ରାଜଧାନୀ କ୍ଷେତ୍ର) ଅଧିନରେ ଆସୁଛି । ଆତଙ୍କବାଦୀମାନେ ଭାରତର ଶକ୍ତିକେନ୍ଦ୍ର ଦିଲ୍ଲୀରେ ଆକ୍ରମଣ କରି ଯେତିକି ଚର୍ଚ୍ଚା ସୃଷ୍ଟି କରିବେ ତାହା ଫରିଦାବାଦରେ ପାଇବେ ନାହିଁ । ଏଣୁ ଏପରି ସଂଦେହ ହେବା ସ୍ବାଭାବିକ ଯେ ଏହି ବିସ୍ଫୋରକ ଦିଲ୍ଲୀରେ ଏକ ବଡ଼ ଆକ୍ରମଣ କରିବାକୁ ରଖାଯାଇଥିଲା ଓ ଠିକ ସମୟରେ ତାହାକୁ ଦିଲ୍ଲୀ ଚାଲାଣ କରାଯାଇଥାନ୍ତା । 

ଆହୁରି ପଢ଼ନ୍ତୁ: Terrorism: ଫରିଦାବାଦ ମେଡିକାଲ କଲେଜରୁ ୨ଟି AK-47 ଓ ବିସ୍ଫୋରକ ଜବତ

କଣ କହିଲା ଫରିଦାବାଦ ପୁଲିସ ?

ଫରିଦାବାଦ ପୁଲିସ କମିଶନର ସତେନ୍ଦ୍ର କୁମାର ଗୁପ୍ତା କହିଛନ୍ତି ଯେ ଏହି ମାମଲାରେ ଏପର୍ଯ୍ୟନ୍ତ ଦୁଇଜଣଙ୍କୁ ଗିରଫ କରାଯାଇଛି, ଜଣେ ଫରିଦାବାଦରୁ ଏବଂ ଅନ୍ୟ ଜଣେ ସାହାରନପୁରରୁ। ଫରିଦାବାଦରେ ଗିରଫ ହୋଇଥିବା ଡାକ୍ତର ଏଠାକାର ଏକ ବିଶ୍ୱବିଦ୍ୟାଳୟ, ଅଲ୍ ଫଲାରେ ପାଠପଢ଼ାଉଥିଲେ। ଏହି ସମ୍ପୂର୍ଣ୍ଣ ଆତଙ୍କୀ ମଡ୍ୟୁଲ୍କୁ ପର୍ଦ୍ଦାଫାସ୍ କରିବା ପାଇଁ ୧୫ ଦିନ ଧରି ଏକ ମିଳିତ ଅଭିଯାନ ଚାଲିଥିଲା। ଏହି ଅଭିଯାନ ଏବେ ବି ଜାରି ରହିଛି। ସତେନ୍ଦ୍ର କୁମାର ଗୁପ୍ତା କହିଛନ୍ତି ଯେ, ଜାତୀୟ ସୁରକ୍ଷା ଚିନ୍ତା ଯୋଗୁଁ, ସେ ବର୍ତ୍ତମାନ ଅନେକ ବିବରଣୀ ପ୍ରକାଶ କରିପାରିବେ ନାହିଁ। ଏହି ସମ୍ପୂର୍ଣ୍ଣ ମଡ୍ୟୁଲ୍ର ଜଣେ ଡାକ୍ତର ଏବେ ବି ଫେରାର ଅଛି। ନଅ ଦିନ ପୂର୍ବେ, ଡାକ୍ତର ମୁଜାମ୍ମିଲ ନାମକ ଜଣେ ଡାକ୍ତରଙ୍କୁ ଗିରଫ କରାଯାଇଥିଲା।