Indigo Disruption : ଇଣ୍ଡିଗୋ ସିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ସରକାର

Advertisment

ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋ ଗତ ତିନି ଦିନ ଧରି କଠୋର ସମାଲୋଚନାର ଶିକାର ହୋଇଛି। ଦେଶର ବିଭିନ୍ନ ବିମାନବନ୍ଦରରେ ଇଣ୍ଡିଗୋର ଶହ ଶହ ବିମାନ ବାତିଲ ହେବା ସହ ଫ୍ଲାଇଟଗୁଡ଼ିକ ଘଣ୍ଟା ଘଣ୍ଟା ବିଳମ୍ବ ହେଉଛି । ସରକାର ଏବେ ଏହି ସମ୍ପୂର୍ଣ୍ଣ ସଙ୍କଟକୁ ଅତ୍ୟନ୍ତ ଗମ୍ଭୀର ବୋଲି ବିବେଚନା କରୁଛନ୍ତି ।

ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋ ଗତ ତିନି ଦିନ ଧରି କଠୋର ସମାଲୋଚନାର ଶିକାର ହୋଇଛି। ଦେଶର ବିଭିନ୍ନ ବିମାନବନ୍ଦରରେ ଇଣ୍ଡିଗୋର ଶହ ଶହ ବିମାନ ବାତିଲ ହେବା ସହ ଫ୍ଲାଇଟଗୁଡ଼ିକ ଘଣ୍ଟା ଘଣ୍ଟା ବିଳମ୍ବ ହେଉଛି । ସରକାର ଏବେ ଏହି ସମ୍ପୂର୍ଣ୍ଣ ସଙ୍କଟକୁ ଅତ୍ୟନ୍ତ ଗମ୍ଭୀର ବୋଲି ବିବେଚନା କରୁଛନ୍ତି ।

indigo1

indigo disruption

Indigo Flight Disruption  : ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋ ଗତ ତିନି ଦିନ ଧରି କଠୋର ସମାଲୋଚନାର ଶିକାର ହୋଇଛି। ଦେଶର ବିଭିନ୍ନ ବିମାନବନ୍ଦରରେ ଇଣ୍ଡିଗୋର ଶହ ଶହ ବିମାନ ବାତିଲ ହେବା ସହ ଫ୍ଲାଇଟଗୁଡ଼ିକ ଘଣ୍ଟା ଘଣ୍ଟା ବିଳମ୍ବ ହେଉଛି । ଏହା ଦ୍ବାରା ବିମାନ ବନ୍ଦରରେ ବ୍ୟାପକ ବିଶୃଙ୍ଖଳା ଦେଖିବାକୁ ମିଳୁଛି । ଏହି ବିଶୃଙ୍ଖଳା ସମଗ୍ର ବିମାନ ସେବା ଶିଳ୍ପ ଏପରିକି ସରକାରଙ୍କୁ ବି ଦୋହଲାଇ ଦେଇଛି । ଆସନ୍ତା ୩ ଦିନ ମଧ୍ୟରେ ସ୍ଥିତି ସ୍ବାଭାବିକ ହେବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହୁଥିଲେ ବି ଏପରି ହେବା ପରି ଲାଗୁନାହିଁ । 

ଆହୁରି ପଢନ୍ତୁ :Pakistan-Afghanistan Clash: ଆଫଗାନିସ୍ତାନ ନିକଟରେ ଆତ୍ମସମର୍ପଣ କଲା ପାକିସ୍ତାନ!: ସୀମାରେ ଗୁଳିଚାଳନା ଯୋଗୁ ୨୦ ଆଉଟପୋଷ୍ଟ ଛାଡି ପଳାଇଲେ ପାକ୍ ସେନା

ସରକାର ଏବେ ଏହି ସମ୍ପୂର୍ଣ୍ଣ ସଙ୍କଟକୁ ଅତ୍ୟନ୍ତ ଗମ୍ଭୀର ବୋଲି ବିବେଚନା କରୁଛନ୍ତି ଏବଂ ଏଥିପାଇଁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ଆଧାରରେ ଇଣ୍ଡିଗୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି । 

ଆହୁରି ପଢନ୍ତୁ :Joint Pain In Winter: ଶୀତଦିନେ ଅତ୍ୟଧିକ ଚା’ କିମ୍ବା କଫି ପିଇଲେ ବଢ଼ିଯିବ ଗଣ୍ଠିର ଯନ୍ତ୍ରଣା: ଏମ୍ସ ଡାକ୍ତରଙ୍କ ଚେତାବନୀ

ସରକାରୀ ସୂତ୍ର ଅନୁଯାୟୀ, କେନ୍ଦ୍ର ସରକାର ଇଣ୍ଡିଗୋର ସିଇଓ ପିଟର ଏଲବର୍ସଙ୍କୁ ବହିଷ୍କାର କରିବାକୁ ସୁପାରିଶ କରିବାକୁ ଗମ୍ଭୀରତାର ସହିତ ବିଚାର କରୁଛନ୍ତି। ଏହା ବ୍ୟତୀତ, ଏହି ବିମାନ କମ୍ପାନୀକୁ ମଧ୍ୟ ଦଣ୍ଡିତ କରାଯାଇପାରେ ।  ଏପରିକି ଏହି ଦଣ୍ଡ  ଏପର୍ଯ୍ୟନ୍ତ ଶିଳ୍ପରେ ନିଆଯାଇଥିବା ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି ବିବେଚନା କରାଯାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe