History of Raj Bhawans : ଦେଶର ବିଭିନ୍ନ ରାଜ୍ୟରେ ଥିବା ରାଜଭବନଗୁଡ଼ିକ ଏବେ ଚର୍ଚ୍ଚାରେ ଅଛନ୍ତି। କାରଣ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜଭବନର ନାମ ଲୋକଭବନରେ ପରିବର୍ତ୍ତନ କରିଛନ୍ତି। ତେବେ କଣ ଏହି ରାଜଭବନଗୁଡ଼ିକର ଇତିହାସ ? 

Advertisment

ରାଜଭବନ ନାଁରୁ ମନେହୁଏ ଯେ ବୋଧହୁଏ ଆଗରୁ ରାଜାରାଜୁଡ଼ାମାନେ ଏଠାରେ ରହୁଥିଲେ । କିନ୍ତୁ ସତକଥା ହେଉଛି ବ୍ରିଟିଶ ଶାସନ ପୂର୍ବରୁ ଭାରତରେ କୌଣସି ରାଜଭବନ ନଥିଲା। ସେତେବେଳେ ରାଜାରାଜୁଡ଼ା, ମୋଗଲ ବାଦଶାହାମାନେ ମୁଖ୍ୟତଃ ରାଜମହଲ, ଦୁର୍ଗ ଆଦିରେ ରହୁଥିଲେ । କିନ୍ତୁ ଭାରତରେ ବ୍ରିଟିଶ ଶାସନ ଆରମ୍ଭ ହେବା ପରେ ଇଷ୍ଟ ଇଣ୍ଡିଆ କମ୍ପାନି ପକ୍ଷରୁ ଦେଶର କୋଲକାତା, ବମ୍ବେ ଓ ମାଡ୍ରାସ୍ ପ୍ରେସିଡେନ୍ସି ସ୍ଥାପନ କରାଗଲା । ଏସବୁ ପ୍ରେସିଡେନ୍ସି ଗୁଡ଼ିକର ପରିଚାଳନା ପାଇଁ ଗଭର୍ଣ୍ଣରମାନଙ୍କୁ ନିଯୁକ୍ତ କରାଯାଇଥିଲା । ସେମାନଙ୍କ ରହିବା ପାଇଁ ବାସଭବନ ନିର୍ମାଣ କରାଯାଇଥିଲା । ସେଗୁଡ଼ିକୁ ଗଭରମେଣ୍ଟ ହାଉସ କୁହାଯାଉଥିଲା । କିନ୍ତୁ ପ୍ରଥମେ ସେଗୁଡ଼ିକ ସାଧାରଣ କୋଠା ଥିଲା, ପରେ ସେଗୁଡ଼ିକ ବୃହତ୍ ବଙ୍ଗଳାରେ ପରିଣତ କରାଗଲା, ଯାହାକୁ ଗଭର୍ଣ୍ଣର ହାଉସ କୁହାଗଲା। ୧୭୭୩ରେ ରେଗୁଲେଟିଂ ଆକ୍ଟ ଅନୁସାରେ କାଲକାଟାକୁ ରାଜଧାନୀ କରାଗଲା ଓ ତାହାର ଗଭର୍ଣ୍ଣରଙ୍କୁ ଗଭର୍ଣ୍ଣର ଜେନେରାଲ କୁହାଗଲା ଓ ସେ କାଲକାଟା ଗଭରମେଣ୍ଟ ହାଉସରେ ରହିଲେ । ୧୯୧୧ ପର୍ଯ୍ୟନ୍ତ ଭାରତର ଭାଇସରୟ ଏଠାରେ ରହୁଥିଲେ । ସେହିପରି ବମ୍ବେ ଓ ମାଡ୍ରାସ  ଗଭରମେଣ୍ଟ ହାଉସଗୁଡ଼ିକର କଳେବରକୁ ବୃଦ୍ଧି କରାଗଲା । 

ଆହୁରି ପଢନ୍ତୁ : Raj Bhavan Renamed: ବଦଳିଲା ରାଜଭବନର ନାଁ... ନୂଆ ନାଁ ହେଲା 'ଲୋକଭବନ', ପୂର୍ବରୁ ସଚିବାଳୟର ନାଁ ଲୋକସେବା ଭବନ ହୋଇଛି

ଗଭରମେଣ୍ଟ ହାଉସରୁ ଗଭର୍ଣ୍ଣର ହାଉସ୍ 

କିନ୍ତୁ ପ୍ରକୃତ କଳେବର ବୃଦ୍ଧି ପାଇଲା ୧୮୫୭ ପରେ ।  ୧୮୫୭ର ମହାନ ବିପ୍ଲବ (ସିପାହୀ ବିପ୍ଲବ) ପରେ ୧୮୫୮ରେ ବ୍ରିଟିସ ସାମ୍ରାଜ୍ୟ ନିଜ ହାତକୁ ଭାରତର ଶାସନଭାର ଗ୍ରହଣ ଗଲେ । ତାପରଠାରୁ ବିଭିନ୍ନ ପ୍ରେସିଡେନ୍ସି ଓ ଡିଭିଜନଗୁଡ଼ିକରେ ଗଭର୍ଣ୍ଣରହାଉସମାନ ପ୍ରତିଷ୍ଠା କରାଗଲା । ୧୯୧୨ରେ ଦିଲ୍ଲୀରେ ଭାଇସରୟଙ୍କ ବାସଭବନକୁ ଭାଇସରାୟ ଲଜ୍ ବୋଲି କୁହାଗଲା । ସ୍ବାଧୀନତା ପରେ ତାହାକୁ ରାଷ୍ଟ୍ରପତି ଭବନ କୁହାଗଲା । ସେହିପରି ପ୍ରୋଭିନ୍ସିଆଲ ଗଭର୍ଣ୍ଣର ହାଉସଗୁଡ଼ିକୁ ରାଜଭବନ ବୋଲି କୁହାଗଲା । 

ଓଡ଼ିଶାର ରାଜଭବନ

ଓଡ଼ିଶାରେ ପୂର୍ବରୁ କଟକରେ ପୁରୁଣା ରାଜଭବନ ଥିଲା । ସ୍ବାଧୀନତା ପରେ ଓ ଭୁବନେଶ୍ବରକୁ ରାଜଧାନୀ କରାଯିବା ପରେ ଏକ ନୂଆ ରାଜଭବନର ଯୋଜନା କରାଗଲା । ଏହି ରାଜଭବନର ନିର୍ମାଣ କାର୍ଯ୍ୟ ୧୯୫୯ରେ ଶେଷ ହେଲା ଓ ତତାକାଳୀନ ରାଜ୍ୟପାଳ ୟଶୋବନ୍ତ ନାରାୟଣ ସୁକତାନକର ୧୯୬୦ରେ ନୂଆ ରାଜଭବନରେ ରହିବା ଆରମ୍ଭ କଲେ ।  ଏବେ ସରକାର ରାଜଭବନଗୁଡ଼ିକର ନାଁ ବଦଳାଇ ଔପନିବେଶିକ ଯୁଗର ଆଉ ଏକ ଚିହ୍ନ ଲିଭାଇବାକୁ ଉଦ୍ୟମ କରୁଛନ୍ତି।

ଆହୁରି ପଢନ୍ତୁ : Kalyan Banerjee Criticise CJI: ଏବେ ବିଚାରପତି ଅଧିକ କଥା କହୁଛନ୍ତି, ରାୟ ଶୁଣାଉନାହାନ୍ତି: ଟିଏମସି ସାଂସଦ କଲ୍ୟାଣ