Revenge Babri Masjid: ବାବ୍ରି ମସଜିଦ୍ ଧ୍ବଂସର ପ୍ରତିଶୋଧ ନେବାକୁ ଚାହୁଁଥିଲେ ଆତଙ୍କବାଦୀ

ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ନଭେମ୍ବର ୧୦ରେ ହୋଇଥିବା ବିସ୍ଫୋରଣର ତଦନ୍ତରୁ ଅତି ଭୟାନକ ତଥ୍ୟ ସାମନାକୁ ଆସିଛି। ଆତଙ୍କବାଦୀମାନେ ବାବ୍ରି ମସଜିଦ୍ ଧ୍ବଂସର ପ୍ରତିଶୋଧ ନେବାକୁ ଚାହୁଁଥିଲେ ବୋଲି ଜଣାଯାଇଛି।

Babri Masjid

Babri Masjid Revenge Photograph: (sambad.in)

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ନଭେମ୍ବର ୧୦ରେ ହୋଇଥିବା ବିସ୍ଫୋରଣର ତଦନ୍ତରୁ ଅତି ଭୟାନକ ତଥ୍ୟ ସାମନାକୁ ଆସିଛି। ପୁଲିସ ସୂତ୍ର ଅନୁସାରେ, ୨୦୨୫ ଜାନୁଆରିରୁ ଏହି ଆତଙ୍କବାଦୀ ଷଡ୍‌ଯନ୍ତ୍ର ରଚାଯାଉଥିଲା। ୨୦୦୮ର ‘ମୁମ୍ବାଇ ୨୬/୧୧’ ଆକ୍ରମଣଠାରୁ ମଧ୍ୟ ବଡ଼ ବିସ୍ଫୋରଣ ଘଟାଇବାକୁ ଯୋଜନା କରୁଥିଲେ ଆତଙ୍କବାଦୀ। ଏହି ‘ହ୍ୱାଇଟ୍-କଲାର ଆତଙ୍କବାଦୀ ମଡ୍ୟୁଲ’ ଦିଲ୍ଲୀ, ଗୁରୁଗ୍ରାମ ଓ ଫରିଦାବାଦକୁ ଟାର୍ଗେଟ୍‌ କରିବାକୁ ଯୋଜନା କରିଥିଲା।

ବାବ୍ରି ମସଜିଦ୍ ଭଙ୍ଗାର ପ୍ରତିଶୋଧ ନେବାକୁ ଚାହୁଁଥିଲେ

ତଦନ୍ତ ପରେ ଏବେ ଆଉ ଏକ ବଡ଼ ଖୁଲାସା ହୋଇଛି। ସୂଚନା ମିଳିଛି ଯେ, ଡିସେମ୍ବର ୬ତାରିଖରେ ଜାତୀୟ ରାଜଧାନୀ ଅଞ୍ଚଳର ୬ଟି ସ୍ଥାନରେ ବିସ୍ଫୋରଣ ଯୋଜନା କରାଯାଇଥିଲା। ଦିଲ୍ଲୀରେ ଇଣ୍ଡିଆ ଗେଟ୍, ରେଲୱେ ଷ୍ଟେସନ, ଲାଲକିଲ୍ଲା, ଗୌରୀ ଶଙ୍କର ମନ୍ଦିର, କନ୍‌ଷ୍ଟିଟ୍ୟୁସନ କ୍ଲବ ଏବଂ ପ୍ରମୁଖ ସପିଂ ମଲ୍‌ଗୁଡ଼ିକୁ ଟାର୍ଗେଟ୍‌ କରିବାକୁ ଆତଙ୍କବାଦୀଙ୍କ ଯୋଜନା ଥିଲା। ଡିସେମ୍ବର ୬ତାରିଖଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ୧୯୯୨ ମସିହାର ଏହି ତାରିଖରେ ଅଯୋଧ୍ୟାର ବାବ୍ରି ମସଜିଦ ଭାଙ୍ଗି ଦିଆଯାଇଥିଲା। ଗିରଫ ହୋଇଥିବା ଆତଙ୍କବାଦୀମାନେ ସ୍ବୀକାର କରିଛନ୍ତି ଯେ, ସେମାନେ ଏହି ତାରିଖ ବାଛିଥିଲେ କାରଣ ସେମାନେ "ବାବ୍ରି ମସଜିଦ ଧ୍ୱଂସର ପ୍ରତିଶୋଧ" ନେବାକୁ ଚାହୁଁଥିଲେ।

୨୦୦ ବିସ୍ଫୋରଣ କରିବାର ଥିଲା ଯୋଜନା

ଷଡ଼ଯନ୍ତ୍ରର ଉଦ୍ଦେଶ୍ୟ ଥିଲା ଏକାସାଙ୍ଗରେ ଏକାଧିକ ସ୍ଥାନରେ ଆକ୍ରମଣ କରି ଅଧିକରୁ ଅଧିକ ଧନଜୀବନର କ୍ଷୟକ୍ଷତି ଘଟାଇବା ଓ ଧାର୍ମିକ ସ୍ଥାନରେ ଆକ୍ରମଣ ଦ୍ୱାରା ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା। ତଦନ୍ତକାରୀମାନେ ଜଣାଇଛନ୍ତି ଯେ, ଆତଙ୍କୀ ଡାକ୍ତର ମଡ୍ୟୁଲ ୨୦୦ରୁ ଅଧିକ ଶକ୍ତିଶାଳୀ ଆଇଇଡି (ଇମ୍ପ୍ରୋଭାଇଜ୍‌ଡ ଏକ୍ସପ୍ଲୋସିଭ ଡିଭାଇସ) ତିଆରି କରିଥିଲା, ଯାହାକୁ ସମନ୍ୱିତ ଭାବେ ବିସ୍ଫୋରଣ ଘଟାଇବାକୁ ଯୋଜନା ଥିଲା।  ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ କେବଳ ଏହାର ପ୍ରାରମ୍ଭ ମାତ୍ର ଥିଲା ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: Sunny Deol Angry: ଟିକେ ବି ଲାଜ ଲାଗୁନି? ଘରେ ବାପା-ମା’ ଅଛନ୍ତି ତ? ଘର‌ ବାହାରେ ଥିବା ଫଟୋଗ୍ରାଫରଙ୍କୁ ଏଭଳି କହିଲେ ସନ୍ନି

ଆହୁରି ପଢ଼ନ୍ତୁ: Code Word For Explosives: ବିସ୍ଫୋରକର କୋଡ୍ ୱାର୍ଡ ଥିଲା ସିପ୍‌ମେଣ୍ଟ ଏବଂ ପ୍ୟାକେଜ୍: ମୁଜାମ୍ମିଲଙ୍କ ଡାଏରୀରୁ ମିଳିଲା ସୂଚନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe