Indigo Crisis : ୫୦୦ କିମି ପାଇଁ ଭଡ଼ା ୭୫୦୦ ଟଙ୍କା.. ସରକାର ଧାର୍ଯ୍ୟକଲେ ସର୍ବୋଚ୍ଚ ବିମାନଭଡ଼ା

Advertisment

ଇଣ୍ଡିଗୋ ବିମାନସେବା ଅଚଳାବସ୍ଥା ପରେ ଅନ୍ୟ ବିମାନ ସେବା କମ୍ପାନିମାନେ ତାହାର ଫାଇଦା ନେବାକୁ ଉଦ୍ୟମ କରୁଛନ୍ତି । ବିମାନ ଭଡ଼ା ଏତେ ବଢାଇଦେଇଛନ୍ତି ଯେ  ସେହି ବିମାନଭଡ଼ାରେ ଜଣେ ବିଦେଶ ଯାତ୍ରା କରି ଫେରିଆସିବ । ଏହା ପରେ ସରକାରଙ୍କ ଚେତା ପଶିଛି । 

ଇଣ୍ଡିଗୋ ବିମାନସେବା ଅଚଳାବସ୍ଥା ପରେ ଅନ୍ୟ ବିମାନ ସେବା କମ୍ପାନିମାନେ ତାହାର ଫାଇଦା ନେବାକୁ ଉଦ୍ୟମ କରୁଛନ୍ତି । ବିମାନ ଭଡ଼ା ଏତେ ବଢାଇଦେଇଛନ୍ତି ଯେ  ସେହି ବିମାନଭଡ଼ାରେ ଜଣେ ବିଦେଶ ଯାତ୍ରା କରି ଫେରିଆସିବ । ଏହା ପରେ ସରକାରଙ୍କ ଚେତା ପଶିଛି । 

IndiGo

IndiGo Photograph: (IndiGo)

ନୂଆଦିଲ୍ଲୀ :ଇଣ୍ଡିଗୋ ବିମାନସେବା ଅଚଳାବସ୍ଥା ପରେ ଅନ୍ୟ ବିମାନ ସେବା କମ୍ପାନିମାନେ ତାହାର ଫାଇଦା ନେବାକୁ ଉଦ୍ୟମ କରୁଛନ୍ତି । ବିମାନ ଭଡ଼ା ଏତେ ବଢାଇଦେଇଛନ୍ତି ଯେ  ସେହି ବିମାନଭଡ଼ାରେ ଜଣେ ବିଦେଶ ଯାତ୍ରା କରି ଫେରିଆସିବ । ଏହା ପରେ ସରକାରଙ୍କ ଚେତା ପଶିଛି । 

ଆହୁରି ପଢନ୍ତୁ : Love Marriage: ସାଥୀରେ ଯିବାକୁ ମନା କରିଦେ‌ଲା ପ୍ରେମିକା, ଭୁଲ ପଦକ୍ଷେପ ନେଲା‌ ପ୍ରେମିକ

କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ବଡ଼ ପଦକ୍ଷେପ ନେଇ ଘରୋଇ ଇକୋନୋମି କ୍ଲାସ ବିମାନ ଭଡ଼ା ଉପରେ ଏକ ସର୍ବୋଚ୍ଚ ସୀମା ଲାଗୁ କରିଛି। ଯାତ୍ରୀ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଅତ୍ୟଧିକ ଭଡ଼ା ଆଦାୟ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିୟମ ଡିସେମ୍ବର ୬, ୨୦୨୫ରୁ ତୁରନ୍ତ କାର୍ଯ୍ୟକାରୀ ହୋଇଛି। ସରକାରଙ୍କ ଧାର୍ଯ୍ୟ ଭଡ଼ା ଅନୁସାରେ ସର୍ବାଧିକ ୫୦୦ କିଲୋମିଟର ଦୂରତ୍ବ ପାଇଁ ବିମାନ ଭଡ଼ା ସର୍ବାଧିକ ୭୫୦୦ ଟଙ୍କା ରହିପାରିବ । ସେହିପରି ୫୦୦ ରୁ ୧୦୦୦ କିମି ଦୂରତ୍ବ ପାଇଁ ସର୍ବାଧିକ ଭଡ଼ା ୧୨,୦୦୦ ଟଙ୍କା ରହିବ, ସେହିପରି ୧୦୦୦ ରୁ ୧୫୦୦ କିମି ଲାଗି ସର୍ବାଧିକ ଭଡ଼ା ୧୫,୦୦୦ ଟଙ୍କା ଏବଂ ୧୫୦୦ କିମିରୁ ଅଧିକ ଦୂରତ୍ବ ପାଇଁ ୧୮,୦୦୦ ଟଙ୍କା ରହିବ । 

ଆହୁରି ପଢନ୍ତୁ : Bhadrak Politics: ନବୀନଙ୍କ ପରାମର୍ଶକୁ ଅଣଦେଖା, ବିଜେପିରେ ୧୦୦୦ରୁ ଊର୍ଦ୍ଧ୍ବ ବିଜେଡି ନେତା-କର୍ମୀ ସାମିଲ

ସରକାର ସ୍ପଷ୍ଟ କରିଛନ୍ତି ଯେ ଏହି ଭଡ଼ା ସୀମାରେ ବିମାନବନ୍ଦର ବିକାଶ ଶୁଳ୍କ (UDF), ଯାତ୍ରୀ ସେବା ଶୁଳ୍କ (PSF) ଏବଂ ଟିକସ ଅନ୍ତର୍ଭୁକ୍ତ ନୁହେଁ। ଏହି ନିୟମ UDAN ଯୋଜନା ଅଧୀନରେ ପରିଚାଳିତ ବିଜନେସ କ୍ଲାସ ପାଇଁ ପ୍ରଯୁଜ୍ୟ ହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe