IGI Airport GPS Spoofing
Cyber Attack: ଗତ ମାସରେ ଦିଲ୍ଲୀ ବିମାନବନ୍ଦରରେ ସାଇବର ଆକ୍ରମଣ ହୋଇଥିବା କେନ୍ଦ୍ର ସରକାର ସ୍ୱୀକାର କରିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ରାଜ୍ୟସଭାରେ ଏହା ସ୍ବୀକାର କରିଛନ୍ତି।
ନାଇଡୁ କହିଛନ୍ତି ଯେ ଦିଲ୍ଲୀ ବିମାନବନ୍ଦରର ରନଓ୍ବେ (ଆରଡବ୍ଲୁଓ୍ବାଇ-୧୦) ଉପରେ ଜିପିଏସ ସ୍ପୁଫିଂ (GPS Spoofing) କରାଯାଇଥିଲା । ଏହି ରନଓ୍ବେ ଆଡକୁ ଲାଣ୍ଡିଂ ପାଇଁ ଆଗଉଥିବା ବିମାନଗୁଡ଼ିକ ଏ ସମ୍ପର୍କରେ ରିପୋର୍ଟ କରିଥିଲେ । ତେବେ ଏହାର ମୁକାବିଲା କରିବାକୁ ଜରୁରୀକାଳୀନ ବ୍ୟବସ୍ଥାର ଉପଯୋଗ କରାଯାଇଥିଲା। ଫଳରେ ଏହି ଜିପିଏସ ସ୍ପୁଫିଂର କୌଣସି ପ୍ରଭାବ ବିମାନ ଚଳାଚଳ ଉପରେ ପଡିନଥିଲା ବୋଲି ସେ କହିଛନ୍ତି ।
ଆହୁରି ପଢନ୍ତୁ :Winter Season Health Issues: ଶୀତଦିନେ ବଢ଼ିଯାଏ ବ୍ରେନ୍ଷ୍ଟ୍ରୋକ୍ ହେବାର ଆଶଙ୍କା ! ଜାଣନ୍ତୁ ହୋଇପାରେ ଆଉ କେଉଁ ସବୁ ସମସ୍ୟା
ସୂଚନାଯୋଗ୍ୟ ଯେ ଗତ ନଭେମ୍ବର ୧୦ ତାରିଖରେ ଆଇଜିଆଇ ବିମାନବନ୍ଦରରେ ଜିପିଏସ ସ୍ପୁଫିଂ ହୋଇଥିଲା। ଦିଲ୍ଲୀ ଏବଂ କୋଲକାତା ସମେତ ସାତଟି ବିମାନବନ୍ଦରରେ ସାଇବର ଆକ୍ରମଣ ଚେଷ୍ଟା କରାଯାଇଥିଲା। କେଉଁଠାରୁ ଏହି ଜିପିଏସ ସ୍ପୁଫିଂ କରାଯାଇଥିଲା ତାହା ଚିହ୍ନଟ କରିବାକୁ ଓ୍ବେୟାରଲେସ୍ ମନିଟରିଂ ଅର୍ଗାନାଇଜେସନକୁ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ (AAI) ପକ୍ଷରୁ କୁହାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଆହୁରି ପଢନ୍ତୁ :Mallikarjun Kharge VS Jp NAdda: ବିରୋଧୀଙ୍କୁ କଟାକ୍ଷ କରି ନଡ୍ଡା କହିଲେ, ‘ଅସୁବିଧା ଥିଲେ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ’
GPS Spoofing କଣ ?
GPS Spoofing ମାନେ ହେଉଛି କୌଣସି ଡିଭାଇସକୁ ଭ୍ରମିତ କରିବା ପାଇଁ ଛଦ୍ମ GPS ସିଗନାଲ ପ୍ରସାରଣ କରିବା। ଏହାଦ୍ୱାରା ବାସ୍ତବ ସ୍ଥାନକୁ ଲୁଚାଇ ଭୁଲ ସ୍ଥାନ ଦେଖାଯାଇଥାଏ। ଡ୍ରୋନ୍, ଯାନବାହନ, ନେଭିଗେସନ୍ ସିଷ୍ଟମ୍ ଆଦିର ଜିପିଏସ ସିଗ୍ନାଲ ଭ୍ରମିତ ହେବା ଫଳରେ ସେଗୁଡ଼ିକ ଭୁଲ ଦିଗକୁ ଯାଇପାରେ ଓ ଦୁର୍ଘଟଣାଗ୍ରସ୍ତ ହୋଇପାରେ। ସାଇବର ସୁରକ୍ଷା ପ୍ରସଙ୍ଗରେ ଏହାକୁ ଏକ ଗୁରୁତର ତ୍ରୁଟି ବା ଷଡ଼ଯନ୍ତ୍ର ଭାବେ ଗଣାଯାଏ।
Follow Us