ଏସବୁ ରକ୍ତ ଗ୍ରୁପ୍ ଲୋକେ ବୁଦ୍ଧିଆ, ତାଲିକାରେ ଅଛନ୍ତି କି ଆପଣ!

ଜାଣନ୍ତି କି କେଉଁ ରକ୍ତ ଗ୍ରୁପ୍ ଲୋକଙ୍କ ମସ୍ତିଷ୍କ କମ୍ପ୍ୟୁଟର ଅପେକ୍ଷା ଅଧିକ ପ୍ରଖର? ସେମାନଙ୍କୁ ବୁଦ୍ଧିଆ କୁହାଯାଇଥାଏ। କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ଅନୁଯାୟୀ, କେତେକ ରକ୍ତ ଗ୍ରୁପ୍ ଥିବା ଲୋକଙ୍କ ମସ୍ତିଷ୍କ ଅନ୍ୟମାନଙ୍କ ତୁଳନାରେ ଅଧିକ ପ୍ରଖର ଥାଏ...

smartest people with these blood groups

smartest people with these blood groups Photograph: (sambad.in)

କାଲିଫର୍ଣ୍ଣିଆ: ପ୍ରାୟତଃ ଲୋକଙ୍କ ବ୍ୟକ୍ତିତ୍ୱ ଏବଂ ଲୁକ୍ ଦେଖି ସେମାନଙ୍କର ବୁଦ୍ଧିମତା ବିଚାର କରାଯାଇଥାଏ। ସଭିଏଁ ଚାହିଁଥାନ୍ତି ଯେ, ତାଙ୍କ ମସ୍ତିଷ୍କ ପ୍ରଖର ହେଉ। ରକ୍ତ ଗ୍ରୁପ୍ ଦ୍ୱାରା ମଣିଷ ବୁଦ୍ଧିଆ ହୋଇଥାଏ। କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ହୋଇଥିବା ଗବେଷଣା ଆଧାରରେ ଏହା ଜଣାପଡ଼ିଛି। କେତେକ ନିର୍ଦ୍ଦିଷ୍ଟ ରକ୍ତ ଗ୍ରୁପ୍‌ ବ୍ୟକ୍ତିଙ୍କର ମସ୍ତିଷ୍କ କମ୍ପ୍ୟୁଟରଠାରୁ ଅଧିକ ତୀକ୍ଷ୍‌ଣ ଏବଂ ପ୍ରଖର ହୋଇଥାଏ।

୧. ‘ବି’ ପଜିଟିଭ୍ ରକ୍ତ ଗ୍ରୁପ୍‌

କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, ସମସ୍ତ ରକ୍ତ ଗ୍ରୁପ୍ ମଧ୍ୟରୁ, ‘ବି’ ପଜିଟିଭ୍ ରକ୍ତ ଗ୍ରୁପ୍ ଥିବା ଲୋକଙ୍କ ମସ୍ତିଷ୍କ ସବୁଠାରୁ ତୀକ୍ଷ୍‌ଣ ଏବଂ ପ୍ରଖର ହୋଇଥାଏ। ସେମାନେ ଅଧିକ ବୁଦ୍ଧିଆ। ସେମାନଙ୍କର ଚିନ୍ତା ଏବଂ ବୁଝିବାର ଶକ୍ତି ମଧ୍ୟ ଅନ୍ୟମାନଙ୍କ ତୁଳନାରେ ବହୁତ ଅଧିକ। ‘ବି’ ପଜିଟିଭ୍ ଥିବା ଲୋକଙ୍କ ମସ୍ତିଷ୍କର ସେରେବ୍ରମରେ ପେରିଟୋନିଆଲ୍ ଏବଂ ଟେମ୍ପୋରାଲ୍ ଲୋବ୍ସ ଅଧିକ ସକ୍ରିୟ ଥାଏ। ଏହି କାରଣରୁ, ଏହି ରକ୍ତ  ଥିବା ଲୋକଙ୍କର ସ୍ମୃତିଶକ୍ତି ବହୁତ ତୀକ୍ଷ୍‌ଣ ହୋଇଥାଏ।

୨. ‘ଓ’ ପଜିଟିଭ୍ ରକ୍ତ ଗ୍ରୁପ୍

ରକ୍ତ ଗ୍ରୁପ୍ ଆଧାରରେ ବୁଦ୍ଧିଆ ହେଉଥିବା ତାଲିକାରେ ଦ୍ବିତୀୟ ସ୍ଥାନରେ ‘ଓ’ ପଜିଟିଭ୍ ରକ୍ତ ଗ୍ରୁପ୍ ଥିବା ଲୋକମାନେ ଅଛନ୍ତି। ‘ବି’ ପଜିଟିଭ୍ ଲୋକଙ୍କ ପରେ, ଏହି ରକ୍ତ ଗ୍ରୁପ୍‌ର ଲୋକଙ୍କୁ ବୁଦ୍ଧିଆ ବୋଲି ବିବେଚନା କରାଯାଇଥାଏ।  ଏହି ଗ୍ରୁପର ଲୋକଙ୍କ ଶରୀରରେ ରକ୍ତ ସଞ୍ଚାଳନ ଅନ୍ୟ ବ୍ଲଡ୍ ଗ୍ରୁପର ଲୋକଙ୍କ ତୁଳନାରେ ଅଧିକ ଥାଏ। ଏହା ଯୋଗୁ ମସ୍ତିଷ୍କରେ ଅମ୍ଳଜାନର ପ୍ରବାହ ମଧ୍ୟ ଭଲ ହୋଇଥାଏ। ଏହା ମସ୍ତିଷ୍କକୁ ପ୍ରଖର କରିଥାଏ।

ଅଧିକ ପଢ଼ନ୍ତୁ: ଯୁଦ୍ଧ ଏବଂ ରକ୍ତପାତ ସାଧାରଣ କଥା, ଏକ ଆଧୁନିକ ଏବଂ ଶକ୍ତିଶାଳୀ ସେନା ସମୟର ଆବଶ୍ୟକତା: କିମ୍

ଅନ୍ୟ ରକ୍ତ ଗ୍ରୁପ୍ 

ଏହା ନୁହେଁ ଯେ, ଏହି ଦୁଇଟି ରକ୍ତ ଗ୍ରୁପ୍ ବ୍ୟତୀତ ଅନ୍ୟ ରକ୍ତ ଗ୍ରୁପ୍ ଲୋକଙ୍କର ମସ୍ତିଷ୍କର ପ୍ରଖରତା କମ୍ ରହିଛି ଅବା ସେମାନେ ବୁଦ୍ଧିମାନ ନୁହନ୍ତି। ଏହା କେବଳ ଗୋଟିଏ ଅଧ୍ୟୟନ ଅନୁସାରେ କୁହାଯାଇଛି। ଏପରି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ‘ବି’ ପଜିଟିଭ୍ ଅବା ‘ଓ’ ପଜିଟିଭ୍ ରକ୍ତ ଗ୍ରୁପ୍‌ର ହୋଇ ନଥିଲେ ମଧ୍ୟ ସେମାନଙ୍କର ଧିଶକ୍ତି ପ୍ରଖର ହୋଇଥାଏ। ସେମାନଙ୍କର ବୁଦ୍ଧିମତା ବହୁ ଅଧିକ। 

ଗବେଷଣାରେ ଗବେଷକ ୭୦ ଜଣଙ୍କ ରକ୍ତ ନମୁନା ନେଇଥିଲେ ଏବଂ ତା'ପରେ ସେମାନଙ୍କ ମସ୍ତିଷ୍କ ପରୀକ୍ଷା କରିଥିଲେ। ଗବେଷଣାରୁ ଜଣାପଡିଥିଲା ଯେ, କେଉଁ ରକ୍ତ ଗ୍ରୁପର ଲୋକଙ୍କ ମସ୍ତିଷ୍କ ଅଧିକ ପ୍ରଖର ଥାଏ।

ଅଧିକ ପଢ଼ନ୍ତୁ: ଋଣ ଚାପରେ ଜୀବନ ହାରିଲେ ବୃଦ୍ଧ: ବିଲ ମଝିରୁ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe