ବେଙ୍ଗାଲୁରୁ: ଶନିବାର ସନ୍ଧ୍ୟାରେ ବେଙ୍ଗାଲୁରୁର ହ୍ୱାଇଟ୍‌ଫିଲ୍ଡ ଅନ୍ତର୍ଗତ ଇମ୍ମାଦିହଲ୍ଲୀ ମନ୍ଦିର ସର୍କଲ ନିକଟରେ ଥିବା ଏକ ବର୍ଷାଜଳ ସୋକ୍‌ପିଟ୍‌ରୁ ବାହାରୁଥିବା ବିଷାକ୍ତ ବାଷ୍ପ ପ୍ରଶ୍ୱାସରେ ନେଇ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଜମି ମାଲିକ ମୁନିଶାମାପ୍ପା (୬୭); ଜଣେ ପ୍ଲମ୍ବର ରୁଦ୍ରକୁମାର (୪୦) ଓ ଡେଲିଭରି କର୍ମଚାରୀ ବିଶ୍ୱନାଥ ଆଚାରୀ (୨୪)।

Advertisment

ଆହୁରି ପଢନ୍ତୁ: 🔴 LIVE News Updates 2026 March 1: ଭାରତ ଆଗରେ ୧୯୬ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ୱେଷ୍ଟଇଣ୍ଡିଜ୍‌; ସିସିଏସ୍‌ ବୈଠକ ଡାକିଲେ ମୋଦୀ

ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ସୋକ୍ ପିଟ୍ ପ୍ରାୟ ୧୨ ବର୍ଷ ପୂର୍ବେ ନିର୍ମାଣ କରାଯାଇଥିଲା। ସମୟ କ୍ରମେ ସ୍ଥିର ଜଳ ଓ ବର୍ଜ୍ୟବସ୍ତୁ ଭିତରେ ଜମା ହୋଇ ପଚି ବିପଜ୍ଜନକ ଗ୍ୟାସ୍ ସୃଷ୍ଟି ହୋଇଥିଲା। ଦୁର୍ଗନ୍ଧ ହେବା ପରେ ମୁନିଶାମାପ୍ପା ସୋକ୍ ପିଟ୍ ସଫା କରିବାକୁ ନିଷ୍ପତ୍ତି ନେଇଥିଲେ। ହ୍ୱାଇଟ୍‌ଫିଲ୍ଡ ପୁଲିସ ଇନ୍ସପେକ୍ଟର ଗୁରୁ ପ୍ରସାଦ କହିଛନ୍ତି ଯେ, ଯେତେବେଳେ ସେ ଗାତ ଭିତରକୁ ପ୍ରବେଶ କଲେ, ହଠାତ୍ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ ଏବଂ ବିଷାକ୍ତ ଧୂଆଁ ଆଘ୍ରାଣ କରି ତଳେ ପଡ଼ିଯାଇଥିଲେ।

ଆହୁରି ପଢନ୍ତୁ: IND vs WI T20 WC: ଭାରତ ଆଗରେ ୧୯୬ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ୱେଷ୍ଟଇଣ୍ଡିଜ୍‌

ସେଠାରେ ଉପସ୍ଥିତ ଥିବା ରୁଦ୍ରକୁମାର ତାଙ୍କୁ ବାହାରକୁ ଟାଣିବାକୁ ଚେଷ୍ଟା କରିଥିଲେ କିନ୍ତୁ ଧୂଆଁରେ ସେ ମଧ୍ୟ ପ୍ରଭାବିତ ହୋଇ କିଛି ମିନିଟ୍ ମଧ୍ୟରେ ଚେତା ହରାଇଥିଲେ। ନିକଟରେ ଥିବା ଆଚାରୀ ଦୁଇ ଜଣଙ୍କୁ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାର ଦେଖି ସେମାନଙ୍କୁ ଯାଞ୍ଚ କରିବାକୁ ଯାଇ ସମଦଶା ଭୋଗିଥିଲେ। ପରେ ତିନି ଜଣଙ୍କୁ ବିଦେହୀ ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ଡାକ୍ତରମାନେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଏକ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲିଥିବା କହିଛି।