ଶିମିଳିପାଳରୁ ଝାଡ଼ଖଣ୍ଡରେ ପହଞ୍ଚିଥିଲା ଜିନ୍ନତ୍‌, ସେଠାରୁ ପଳାଇଳା ପଶ୍ଚିମବଙ୍ଗ

ଶିମିଳିପାଳ ଅଭୟାରଣ୍ୟର କୋର ଏରିଆ ଭିତରୁ ବାଘୁଣୀ ‘ଜିନ୍ନତ୍‌’ ଖସି ଯାଇ ଏବେ ପଶ୍ଚିମବଙ୍ଗରେ ପହଞ୍ଚିଛି। ଶିମିଳିପାଳରୁ ଖସିଯାଇ ଝାଡ଼ଖଣ୍ଡରେ ୧୩ ଦିନ ରହିବା ପରେ ବାଘୁଣୀ ପୁଣି ନିଜର ଠିକଣା ବଦଳାଇଛି।

Tigress Jinnat

Tigress Jinnat Photograph: (Sambad )

ବାରିପଦା: ଶିମିଳିପାଳ ଅଭୟାରଣ୍ୟର କୋର ଏରିଆ ଭିତରୁ ବାଘୁଣୀ ‘ଜିନ୍ନତ୍‌’ ଖସି ଯାଇ ଏବେ ପଶ୍ଚିମବଙ୍ଗରେ ପହଞ୍ଚିଛି।  ଶିମିଳିପାଳରୁ ଖସିଯାଇ ଝାଡ଼ଖଣ୍ଡରେ ୧୩ ଦିନ ରହିବା ପରେ ବାଘୁଣୀ ପୁଣି ନିଜର ଠିକଣା ବଦଳାଇଛି। ବନ ବଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଜିନ୍ନତ୍‌ ଏବେ ଝାଡ଼ଖଣ୍ଡ ଛାଡ଼ି ପଶ୍ଚିମବଙ୍ଗର ଝାଡ଼ଗ୍ରାମ ଜିଲ୍ଲାର ବେଲପାହାଡ଼ି ଜଙ୍ଗଲରେ ବିଚରଣ କରୁଛି। ସୁରକ୍ଷା ଦାୟିତ୍ବରେ ଥିବା ସ୍ବତନ୍ତ୍ର ଟିମ୍‌ ଜିନ୍ନତ୍‌ ଉପରେ ନଜର ରଖିଛି। ତାକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି। 

ଏହି ଖବର ପଢ଼ନ୍ତୁ: ଝାଡ଼ଖଣ୍ଡ ଜଙ୍ଗଲରେ ବୁଲୁଛି ଜୀନ୍ନତ୍‌

ବନ ବିଭାଗର ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି, ଶିମିଳିପାଳ ଅଭୟାରଣ୍ୟରୁ ପଳାୟନ କରିବା ପରେ ଜିନ୍ନତ୍‌ ସିଧାସଳଖ ଯାଇ ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ବନଖଣ୍ଡ ଚାକୁଳିଆ ରେଞ୍ଜ ଚିଆବାନ୍ଦୀ ଜଙ୍ଗଲରେ ପହଞ୍ଚି ଥିଲା। ସେଠାରେ ସେ ବୁଲାବୁଲି କରିବା ପରେ ପୁଣି ଶିମିଳିପାଳକୁ ଫେରିଆସି ନାହିଁ।

ଏହି ଖବର ପଢ଼ନ୍ତୁ: ସୁଭଦ୍ରା ଯୋଜନାକୁ ନେଇ ରୁଦ୍ଧଦ୍ବାର ବୈଠକ   

ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ‘ଜିନ୍ନତ୍‌’ ଏବେ ଓଡ଼ିଶା ଓ ଝାଡ଼ଖଣ୍ଡ ଛାଡ଼ି ପଶ୍ଚିମବଙ୍ଗର ଜଙ୍ଗଲରେ ବୁଲୁଛି। ଏହି ବାଘୁଣୀକୁ ଧରିବା ପାଇଁ ବନ ବିଭାଗ ଶତଚେଷ୍ଟା କରୁଛି। ଝାଡ଼ଖଣ୍ଡ ଜଙ୍ଗଲରେ ଧରିବା ପାଇଁ ତାକୁ ମଇଁଷି ଥୋପ ଦେଇଥିଲା। ଉଦ୍ଧାର ପାଇଁ ବନ ବିଭାଗ ତରଫରୁ ଜୋରଦାର ଉଦ୍ୟମ ଜାରି ରହିଥିଲେ ସୁଦ୍ଧା ଜିନ୍ନତ୍‌ ଖସିଯାଉଛି। ବାଘୁଣୀ ପଳାଇ ପରେ ବ୍ୟାଘ୍ର ପ୍ରକଳ୍ପ ନେଇ ପଶୁପ୍ରେମୀଙ୍କ ନାନା ପ୍ରଶ୍ନ ଉଙ୍କି ମାରୁଛି। 

ଏହି ଖବର ପଢ଼ନ୍ତୁ: ବିନା ଅନୁମତିରେ ‘ଜିରୋ ନାଇଟ୍‌’ର ଆୟୋଜନ ମନା

ମୟୂରଭଂଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ଛଡ଼ାଯାଇଥିବା ଜିନ୍ନତ୍‌ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ଚାକୁଲିଆ ଜଙ୍ଗଲରୁ ରେଳଲାଇନ୍‌ ଅତିକ୍ରମ କରି ଭାତକୁଣ୍ଡା ପଞ୍ଚାୟତର ଚିୟାବାନ୍ଧୀର ସିଦ୍ଧୋ-କାହ୍ନୋ ଛକ ନିକଟସ୍ଥ ଜଙ୍ଗଲରେ ପହଞ୍ଚି ଥିଲା। ସେଠାରେ ଥିବା ନେଇ ଜଣା ପଡ଼ିଲା ପରେ ଓଡ଼ିଶା ଓ ଚାକୁଲିଆର ବନ ବିଭାଗ ମିଳିତ ଭାବେ ଉଦ୍ଧାର ପାଇଁ ଉଦ୍ୟମ କରାଯାଇଥିଲା। କିନ୍ତୁ ସେଠାରୁ ମଧ୍ୟ ଜିନ୍ନତ୍‌ ଖସିଯିବାରେ ସଫଳ ହୋଇଥିଲା। 

ଏହି ଖବର ପଢ଼ନ୍ତୁ: ବିଲ୍ କରାଇ ଦେବାକୁ କହି ୫ ହଜାର ଲାଞ୍ଚ ନେଉଥିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe