ଓଡ଼ିଶାରୁ ଖସିଯାଇଥିଲା ଜୀନତ, ପଶ୍ଚିମବଙ୍ଗରେ ଜନ୍ତାରେ ଫସିଲା ବାଘୁଣୀ

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ଖସି ଯାଇ ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗରେ ପହଞ୍ଚି ଥିବା ୩ ବର୍ଷର ବାଘୁଣୀ ‘ଜୀନତ’ ରବିବାର ଟ୍ରାଙ୍କୁଲାଇଜ ହୋଇଛି। ପଶ୍ଚିମବଙ୍ଗର ବାଙ୍କୁଡ଼ା ଜିଲ୍ଲାରେ ବନ ବିଭାଗ ଟ୍ରାଙ୍କୁଲାଇଜ୍‌ କରିବାରେ ସଫଳ ହୋଇଛି।

ଅଦ୍ୟତନ ହୋଇଛି
44

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ଖସି ଯାଇ ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗରେ ପହଞ୍ଚି ଥିବା ୩ ବର୍ଷର ବାଘୁଣୀ ‘ଜୀନତ’ ରବିବାର ଟ୍ରାଙ୍କୁଲାଇଜ ହୋଇଛି। ପଶ୍ଚିମବଙ୍ଗର ବାଙ୍କୁଡ଼ା ଜିଲ୍ଲାରେ ବନ ବିଭାଗ ଟ୍ରାଙ୍କୁଲାଇଜ୍‌ କରିବାରେ ସଫଳ ହୋଇଛି। ଏନେଇ ବନ୍ୟପ୍ରାଣୀ ଆରସିସିଏଫ୍‌ ପ୍ରକାଶ ଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି। ବାଘୁଣୀ ଜୀନତଙ୍କୁ ଆଲିପୁରସ୍ଥିତ ଚିଡ଼ିଆଖାନାକୁ ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ସେଠାରେ ସଂପୂର୍ଣ୍ଣ ରୂପେ ପ୍ରକ୍ରିୟା ଶେଷ ହେଲା ପରେ ଶିମିଳିପାଳକୁ ପୁଣି ଅଣାଯିବ।

ଏହି ଖବର ପଢ଼ନ୍ତୁ: ପୁରୁଲିଆରୁ ବାଙ୍କୁଡ଼ା ଚାଲିଗଲା ‘ଜୀନତ୍‌’: ଟ୍ରାଙ୍କୁଲାଇଜ୍‌ ଉଦ୍ୟମ ବିଫଳ

ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ଶିମିଳିପାଳରୁ ଜୀନତ ଖସିଯାଇ ଝାଡ଼ଖଣ୍ଡ ପାଇଥିଲା। ସେଠାରେ କିଛିଦିନ ବୁଲିବା ପରେ ଓଡ଼ିଶା ମୁହାଁ ହୋଇଥିଲା। ହେଲେ ଓଡ଼ିଶା ନ ଫେରି ପଶ୍ଚିମବଙ୍ଗକୁ ଚାଲି ଯାଇଥିଲା। ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଜୀନତକୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିଲା। ପ୍ରଥମେ ତାଙ୍କୁ ଶିମିଳିପାଳରେ ଏନକ୍ଲୋଜରରେ ରଖାଯାଇଥିଲା। ପରେ ଶିମିଳିପାଳର କୋର ଏରିଆ ଭିତରେ ଛାଡ଼ି ଦିଆଯାଇଥିଲା। 

ଏହି ଖବର ପଢ଼ନ୍ତୁ: ୪୫ ଦିନ ଭିତରେ ଓସିଏକୁ ମିଳିବ ନୂଆ ସଭାପତି: ସଂଜୟ ବେହେରା 

 ମହାନଗର | ରାଜ୍ୟ
ମହାନଗର | ରାଜ୍ୟ Photograph: (Sambad )

ଜୀନତ ଝାଡ଼ଖଣ୍ଡରୁ ପଶ୍ଚିମବଙ୍ଗ ପଳାଇବା ପରେ ପ୍ରତିଦିନ ସ୍ଥାନ ବଦଳାଇଥିଲା। ଶେଷରେ ପୁରୁଲିଆ ଜଙ୍ଗଲରୁ ବାଙ୍କୁଡ଼ା ଯାଇଥିଲା। ବାଙ୍କୁଡ଼ାରେ ବନ ବିଭାଗର କର୍ମଚାରୀ ଓ ଶିମିଳିପାଳ ବ୍ରାଘ୍ୟ ପ୍ରକଳ୍ପର ଅଧିକାରୀ ପହଞ୍ଚି ବାଘୁଣୀକୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଉଦ୍ୟମ କରିଥିଲେ। ପଶ୍ଚିମବଙ୍ଗର ପୁରୁଲିଆରୁ ପ୍ରାୟ ୩୦ କିମି ପଳାଇଥିବା ବାଙ୍କୁଡା ଜିଲ୍ଲା ରାଣୀବନ୍ଧ ନିକଟ ଏକ ଗ୍ରାମୀଣ ଜଙ୍ଗଲରେ କାବୁ କରାଯିବାକୁ ଗତକାଲି ଅପରାହ୍ନରେ ବ୍ୟବସ୍ଥିତ ରହିଥିବାବେଳେ ଏହା ଫଲ୍ସ ହୋଇଥିଲା। ଫଳରେ ବାଙ୍କୁଡାର ରାଣୀବନ୍ଧ ଥାନା ଅନ୍ତର୍ଗତ ଗୋସାଇଁଡିହି ଗାଁ ନିକଟରେ ଏବେ ରହିଥିବା ଜଣାପଡିଥିଲା। ଏହାର ଚାରିପାର୍ଶ୍ବରେ ବନବିଭାଗ ନାଇଲନ ଜାଲ ବିଛା ଯାଇଥିଲା।

ଏହି ଖବର ପଢ଼ନ୍ତୁ: ମଝି ଚିଲିକାରେ ପୁଣି ଫସିଲା ଦେଶୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଜାରି

ବାଘୁଣୀକୁ ଧରିବା ପାଇଁ ଦୀର୍ଘ ୨୦ ଦିନ ହେଲା ବହୁ ଉଦ୍ୟମ କରାଯାଇଥିଲା। ରାଣୀବନ୍ଧ ବ୍ଲକ ପୁଡ଼ଡି ପଞ୍ଚାୟତର ବରୁଣିଆ ଓ ଗୋସାଇଁଡିହି ଗାଁକୁ ଲାଗି ରହିଥିବା ଗ୍ରାମ୍ୟଜଙ୍ଗଲରେ ବାଘୁଣୀଟି କେଉଁଠି ଅଛି ତାହାର ଜିପିଏସ ଟ୍ରାକିଂ ଚାଲିଥିବାବେଳେ ଦୁଇଟି ମଇଁଷି ମଧ୍ୟ ବନ୍ଧାଯାଇଥିଲା। ରାତିରେ ଯଦି ଜୀନତ୍ଗତିପଥ ବଦଳାଏ ତେବେ ବନ ବିଭାଗ ପକ୍ଷରୁ ଟ୍ରାଙ୍କୁଲାଇଜ କରାଯିବାର ଯୋଜନା ରଖାଯାଇଥିଲା। ଶେଷରେ ଶିମିଳିପାଳଠାରୁ ପ୍ରାୟ ୨୭୦ କିମି ଦୂରରୁ ଜୀନତକୁ ଟ୍ରାଙ୍କୁଲାଇଜ୍‌ କରାଯାଇଛି। 

ଏହି ଖବର ପଢ଼ନ୍ତୁ: ରାଷ୍ଟ୍ରୀୟ ଶୋକ ଘୋଷଣା ସମୟରେ ଛାତ୍ରୀମାନଙ୍କ ସହ ମିଶି ଝୁମିଲେ ଶିକ୍ଷୟିତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe