ସିରୋହି: ଖାଦ୍ୟ ଖାଇଲେ, ଟଙ୍କା ନଦେଇ ଚାଲିଗଲେ। ୧୦୦କି ୨୦୦ଟଙ୍କା ନୁହେଁ ୧୦,୯୦୦ଟଙ୍କାର ଖାଦ୍ୟ ଖାଇ କିଛି ପର୍ଯ୍ୟଟକ ଖସି ପଳାଇଥିବା ଘଟଣା ଏବେ ସାମ୍ନାକୁ ଆସିଛି। ପର୍ଯ୍ୟଟକମାନେ ଗୁଜରାଟରୁ ଆସିଥିବା କୁହାଯାଉଛି। ରାଜସ୍ଥାନ ବୁଲିବାକୁ ଆସି ସେମାନେ ରାଜସ୍ଥାନର ସିରୋହି ଜିଲ୍ଲାର ଆବୁ ରୋଡ୍ ଅଞ୍ଚଳରେ ଥିବା ହାପିଡେ ହୋଟେଲରେ ରହିଥିଲେ। ଯେଉଁଠାରେ ସେମାନେ ଖାଇବା-ପିଇବା କରିବା ସହ ବିଶ୍ରାମ ନେଇଥିଲେ। ହେଲେ ବିଲ୍ ଦେବା ସମୟ ଆସିବା ଦେଖି ସେମାନେ ହୋଟେଲରୁ ଖସି ପଳାଇ ଆସିଥିଲେ। କିନ୍ତୁ ୧୦ହଜାର ନଦେଇ ଖସିପଳାଇବାର ଉଦ୍ୟମ ବିଫଳ କରିଥିଲା ଟ୍ରାଫିକ୍। ହୋଟେଲ କର୍ମଚାରୀମାନେ ସେମାନଙ୍କ ପିଛା କରିଥିବା ବେଳେ ଟ୍ରାଫିକ ପାଇଁ ପର୍ଯ୍ୟଟକମାନେ ବେଶୀ ଦୂର ଯାଇ ପାରିନଥିଲେ। ଶେଷରେ ସେମାନଙ୍କୁ ୧୦,୯୦୦ଟଙ୍କା ଦେବାକୁ ପଡ଼ିଥିଲା।
Gujju inspiring Gujjus
— Shuvodip (@shuvodip99) October 26, 2025
Gujarati tourists rack up ₹10,900 hotel bill, try to flee in luxury car; caught on Ambaji Road, payment recovered online ! pic.twitter.com/Pl9BHZeazU
ପୁଲିସ ସହାୟତାରେ ପର୍ଯ୍ୟଟକଙ୍କୁ ଧରିଲେ ହୋଟେଲ ମ୍ୟାନେଜର
ସୂଚନା ଅନୁଯାୟୀ, ପର୍ଯ୍ୟଟକମାନେ ହୋଟେଲରେ ମୋଟ ୧୦,୯୦୦ ଟଙ୍କାର ବିଲ୍ ନଦେଇ ବିଳାସପୂର୍ଣ୍ଣ କାରରେ ପଳାଇବାକୁ ଚେଷ୍ଟା କରିଥିଲେ। ହୋଟେଲ ମ୍ୟାନେଜର ବାରମ୍ବାର ବିଲ୍ ଦେବାକୁ କହିଥିଲେ ମଧ୍ୟ ପର୍ଯ୍ୟଟକମାନେ ବିଲ୍ ପରିଶୋଧ ନକରି ସେଠାରୁ ଖସିଆସିଥିଲେ। ଏହା ଦେଖି ହୋଟେଲ ମ୍ୟାନେଜର ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ଏବଂ ହୋଟେଲ ମ୍ୟାନେଜର ଉଭୟ, ଅଭିଯୁକ୍ତ ପର୍ଯ୍ୟଟକଙ୍କୁ ପିଛା କରି ଶେଷରେ ଆବୁ ରୋଡର ଅମ୍ବାଜୀ ରୋଡ ନିକଟରେ ସେମାନଙ୍କୁ କାବୁ କରିଥିଲେ। ପୁଲିସକୁ ଦେଖି ପର୍ଯ୍ୟଟକମାନେ ହୋଟେଲ ମ୍ୟାନେଜରଙ୍କୁ ଅନଲାଇନରେ Payment କରିଥିଲେ।
ଆହୁରି ପଢ଼ନ୍ତୁ: Delhi's Name Change: Delhi ନୁହେଁ Dilli କର; ଏଭଳି ଦାବି କଲେ ବିଜେପି ନେତା
ଆହୁରି ପଢ଼ନ୍ତୁ: Cyclone In Odisha: ସେବେ ମହାବାତ୍ୟା, ଏବେ ମୋନ୍ଥା...ଅଶୁଭ ଅକ୍ଟୋବର, ୨୬ ବର୍ଷ ପରେ ପୁଣି ସେହି ୨୯ ତାରିଖକୁ ନେଇ ଏ କି ସଂଯୋଗ !
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/10/28/tourist-2025-10-28-17-27-34.jpg)