ନାସିକ: ଗତ ଶନିବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ନାସିକ ରୋଡ୍ ରେଳ ଷ୍ଟେସନ ନିକଟରେ ଏକ ବଡ଼ଧରଣର ଦୁର୍ଘଟଣା ଘଟି ଯାଇଛି। ଛଠ ପୂଜା ପାଇଁ ଘରକୁ ଫେରୁଥିବା ବେଳେ ତିନି ଜଣ ଯାତ୍ରୀ ଟ୍ରେନରୁ ଖସି ପଡ଼ିଥିଲେ।
ଏହି ଦୁର୍ଘଟଣାରେ ଘଟଣାସ୍ଥଳେ ଦୁଇ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସଦଳ ଘଟଣାସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ମୃତକ ଦ୍ବୟଙ୍କୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ଅଧିକପଢ଼ନ୍ତୁ:ଦୀପାବଳି ଅବସରରରେ ପରଦାକୁ ଆସିଲା କେବଳ ଗୋଟିଏ ଓଡ଼ିଆ ଛବି
ମୃତ ଓ ଆହତ ଯାତ୍ରୀଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଛଟ ଯୋଗୁଁ ଉତ୍ତର ଭାରତକୁ ଯାଉଥିବା ଟ୍ରେନଗୁଡ଼ିକରେ ପ୍ରବଳ ଭିଡ଼ ଲାଗି ରହିଥାଏ। ପ୍ରାଥମିକ ସୂଚନା ଅନୁଯାୟୀ ଦୁଇଜଣ ଯାତ୍ରୀଙ୍କ ମୃତ୍ୟୁ ଟ୍ରେନରୁ ଖସି ପଡ଼ିବା ହେତୁ ହୋଇଥିବା ଜଣାପଡିଛି।
ଅଧିକପଢ଼ନ୍ତୁ:ପୁଅର ମୃତ୍ୟୁ ଖବର ସହିନପାରି ଚାଲିଗଲା ମା’ର ଜୀବନ, ଏକାଠି ଉଠିଲା କୋକେଇ
ଜିଆରପି ଏବଂ ନାସିକ ରୋଡ୍ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ଦୁର୍ଘଟଣାର କାରଣ ନିର୍ଣ୍ଣୟ କରିବାକୁ ଚେଷ୍ଟା କରୁଛି।
train accident nasik