Train Collision In China: ଧାରଣାରେ କାମ କରୁଥିବାବେଳେ ମାଡ଼ି ଆସିଲା ଟ୍ରେନ୍; ଘଟଣାସ୍ଥଳରେ ୧୧ଜଣ କର୍ମଚାରୀଙ୍କ ମୃତ୍ୟୁ

ରେଳ ଧାରଣାରେ କାମ କରୁଥିବା ରକ୍ଷଣାବେକ୍ଷଣ କର୍ମଚାରୀଙ୍କ ଉପରେ ମାଡ଼ିଗଲା ଟ୍ରେନ। ଦୁର୍ଘଟଣାସ୍ଥଳରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ କର୍ମଚାରୀ ହୋଇଛନ୍ତି ଆହତ।

Untitled-25

Train Collision In China: Photograph: (@SAMBAD.IN)

ନୂଆଦିଲ୍ଲୀ: ଚୀନର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଥିବା କୁନମିଙ୍ଗସ୍ଥିତ ଲୁଓୟାଙ୍ଗଝୋନ ଷ୍ଟେସନରେ ଗୁରୁବାର ଏକ ଭୟାବହ ଟ୍ରେନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ରେଳ ଧାରଣାରେ କାମ କରୁଥିବା ୧୧ ଜଣ ରକ୍ଷଣାବେକ୍ଷଣ କର୍ମଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଥିବା ଜଣାପଡ଼ିଛି। 

ହଠାତ ଧାରଣାରେ ମାଡ଼ି ଆସିଲା ଟ୍ରେନ

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରେଳ କର୍ମଚାରୀମାନେ ଧାରଣର ରକ୍ଷଣାବେକ୍ଷଣ ଯାଞ୍ଚ କରୁଥିବା ସମୟରେ ହଠାତ ଟ୍ରେନଟି ମାଡ଼ି ଆସିଥିଲା। କାର୍ଯ୍ୟରତ କର୍ମଚାରୀମାନେ ଚାହିଁକି ବି ଧାରଣାରୁ ହଟି ପାରି ନଥିଲେ। ଫଳରେ ଟ୍ରେନଟି ସେମାନଙ୍କୁ ଧକ୍କା ଦେଇ  ଆଗକୁ ବଢ଼ି ଯାଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୧୧ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ସମ୍ପର୍କରେ ରେଳ ପ୍ରଶାସନ ଖବର ପାଇବା ପରେ ତୁରନ୍ତ ଜରୁରୀକାଳିନ ବ୍ୟବସ୍ଥାକୁ ସକ୍ରିୟ କରିଛି। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହିତ ମୃତ କର୍ମଚାରୀମାନଙ୍କୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି। ଆହତ ଶ୍ରମିକଙ୍କ ଚିକିତ୍ସା ଜାରି ରହିଛି।  ଦୁଇ ଆହତ ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନିରନ୍ତର ନଜର ରଖାଯାଇଛି।

ଅଧିକପଢ଼ନ୍ତୁ:ଓଡ଼ିଶା ବିଧାନସଭାରେ ଉଦ୍‌ବୋଧନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଚାଲିଛି ତଦନ୍ତ: ଧାରଣାରେ ଟ୍ରେନ ଚଳାଚଳ ସ୍ୱାଭାବିକ

ଦୁର୍ଘଟଣାର କାରଣ ନିର୍ଣ୍ଣୟ କରିବା ପାଇଁ ଏକ ବିସ୍ତୃତ ତଦନ୍ତ ଆରମ୍ଭ କରାଯାଇଛି। ଏହା ମାନବ ତ୍ରୁଟି ଯୋଗୁଁ ନା କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଦୁର୍ଘଟଣାଗ୍ରସ୍ତ ଧାରଣାରେ ଟ୍ରେନ ଚଳାଚଳ ଏବେ ସ୍ୱାଭାବିକ ହୋଇଛି। 

ଚୀନ୍ ବିଶ୍ୱର ସର୍ବବୃହତ ରେଳ ନେଟୱାର୍କର ବୋଲି ସର୍ବଦା ଦାବି କରି ଆସିଛି। ଯାହା ୧୬୦,୦୦୦ କିଲୋମିଟରରୁ ଅଧିକ ବ୍ୟାପି ରହିଛି। ୨୦୧୧ ମସିହାରେ ଝେଜିୟାଙ୍ଗ ରାଜ୍ୟରେ ଏକ ଟ୍ରେନ ଦୁର୍ଘଟଣାରେ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ ଜଣ ଯାତ୍ରୀ ଆହତ ହୋଇଥିଲେ। 

ଅଧିକପଢ଼ନ୍ତୁ:‘ଜଗନ୍ନାଥଙ୍କର ଆଶୀର୍ବାଦ ନଥିଲେ, ମୁଁ ଏଇଠି ନଥାନ୍ତି’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe