ନୂଆଦିଲ୍ଲୀ: ବିମାନ ଯାତ୍ରା ପାଇଁ କାଳ ସାଜୁଛି କୁହୁଡ଼ି । ଆଜି ବି ଘନ କୁହୁଡ଼ି, କମ୍ ଦୃଶ୍ୟମାନ ହେବା ଏବଂ ତୁଷାରପାତ ସମେତ ଅନେକ ପ୍ରତିକୂଳ ପାଗ ଯୋଗୁଁ ଭାରତର ବିଭିନ୍ନ ସ୍ଥାନରେ ବିମାନ ଚଳାଚଳ ପ୍ରଭାବିତ । ଯାହା ଫଳରେ ଅନେକ ବିମାନ ବିଳମ୍ବ ଏବଂ ବାତିଲ ହୋଇଛି । ଯଦ୍ବାରା ଯାତ୍ରୀମାନେ ଅପେକ୍ଷା କରି କରି ବିରକ୍ତ ହୋଇଛନ୍ତି ।
Travel Advisory
— IndiGo (@IndiGo6E) January 5, 2026
Due to snowfall in Leh, flight operations, both take-offs and landings, have been temporarily put on hold. This may lead to extended wait times both onboard and on the ground.
To ensure we are ready for departure as soon as we receive clearance, our team may…
ତୁଷାରପାତ ଯୋଗୁଁ ଲେହକୁ ଏବଂ ଲେହରୁ ବିମାନ ଚଳାଚଳ ବନ୍ଦ ହୋଇଛି । ଇଣ୍ଡିଗୋ ଏକ ଟ୍ରାଭେଲ ଆଡଭାଇଜରି ଜାରି କରି କହିଛି ଯେ ତୁଷାରପାତ ଯୋଗୁଁ ଲେହ ବିମାନବନ୍ଦରରେ ବିମାନ ଚଳାଚଳକୁ ଅସ୍ଥାୟୀ ଭାବରେ ବନ୍ଦ ରଖାଯାଇଛି। ଉଡ଼ାଣ ଏବଂ ଅବତରଣ ଉଭୟ ପ୍ରଭାବିତ ହୋଇଥିଲା । ଯାହା ଫଳରେ ବିମାନରେ ଏବଂ ବିମାନବନ୍ଦରରେ ଅପେକ୍ଷା ଯାତ୍ରୀମାନେ ଅଧିକ ସମୟ ଧରି ଅପେକ୍ଷା କରିଛନ୍ତି ।
ଆହୁରି ପଢନ୍ତୁ- CM Grievance Cell: ଶାସନ ବ୍ୟବସ୍ଥା ଆଜି ସାଧାରଣ ଲୋକଙ୍କ ଦୁଆରମୁହଁରେ ପହଞ୍ଚିପାରିଛି
ସେପଟେ ବିମାନ ସେବା ଯୋଗାଉଥିବା ଅନ୍ୟ କମ୍ପାନୀ ଗୁଡିକର ବିମାନ ମଧ୍ଯ କେତେକ ସ୍ଥାନରେ କୁହୁଡି ପାଇଁ ବିଳମ୍ବ ହୋଇଥିବା ସୂଚନା ରହିଛି ।
ଆହୁରି ପଢନ୍ତୁ- Somnath Temple’s 1000 Year Journey: ଦୃଢ ସଂକଳ୍ପ ଆଗରେ କୌଣସି ବିନାଶକାରୀ ଶକ୍ତି ତିଷ୍ଠି ପାରେ ନାହିଁ: ମୁଖ୍ୟମନ୍ତ୍ରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/01/05/indigo-2026-01-05-14-45-40.jpg)