ଭୁବନେଶ୍ବର: ସୋମବାର ଭୁବନେଶ୍ୱର ୟୁନିଟ-୨ ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ପ୍ରକୋଷ୍ଠରେ ଆୟୋଜିତ ୧୬ତମ ଜନ ଶୁଣାଣି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକଙ୍କ ସମସ୍ୟା ଶୁଣିଛନ୍ତି। ଅଭିଯୋଗ ଶୁଣିବା ସହ ସେସବୁର ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। 

Advertisment

ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଜନତାଙ୍କ ଅକୁଣ୍ଠ ବିଶ୍ୱାସ ଓ ଆସ୍ଥା ହିଁ ଆମକୁ ପ୍ରତିଦିନ ନିରନ୍ତର ସେବା କରିବା ପାଇଁ ଅପାର ଶକ୍ତି ଯୋଗାଉଛି। ଏ ସରକାର ହେଉଛି 'ଲୋକଙ୍କ ସରକାର'। ପ୍ରଶାସନ ଓ ଜନତାଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରି ବ୍ୟବସ୍ଥାକୁ ଲୋକଙ୍କ ଅତି ନିକଟତର କରିବା ପାଇଁ ଆମେ ପ୍ରତିବଦ୍ଧ।

୧୬ତମ ଜନ ଶୁଣାଣି ଶିବିର

ଆହୁରି ପଢ଼ନ୍ତୁ:Somnath Temple’s 1000 Year Journey: ଦୃଢ ସଂକଳ୍ପ ଆଗରେ କୌଣସି ବିନାଶକାରୀ ଶକ୍ତି ତିଷ୍ଠି ପାରେ ନାହିଁ: ମୁଖ୍ୟମନ୍ତ୍ରୀ

ଜନଶୁଣାଣି, ପାରଦର୍ଶୀ ପ୍ରଶାସନ ଓ ଦ୍ରୁତ କାର୍ଯ୍ୟାନୁଷ୍ଠାନ; ଉପରେ ଆଧାରିତ ଆମର ଶାସନ ବ୍ୟବସ୍ଥା ଆଜି ସାଧାରଣ ଲୋକଙ୍କ ଦୁଆରମୁହଁରେ ପହଞ୍ଚିପାରିଛି। ଆମ ସରକାରରେ କେହି ଜଣେ ବି ଯେମିତି ନ୍ୟାୟରୁ ବଞ୍ଚିତ ନ ହେବେ, ସେଥିପାଇଁ ଆମେ ସବୁପ୍ରକାର ପ୍ରୟାସ କରୁଛୁ।

ଏହି କ୍ରମରେ, ଆଜି ଭୁବନେଶ୍ୱର ୟୁନିଟ-୨ ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଆୟୋଜିତ ୧୬ତମ ଜନ ଶୁଣାଣି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ଭାଇ-ଭଉଣୀଙ୍କ ଅଭିଯୋଗ ଶୁଣିବା ସହ ତାହାର ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛି।

ଆହୁରି ପଢ଼ନ୍ତୁ:Jundice Outbreak In JNV: ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ

ଆପଣଙ୍କ ଭରସା ହିଁ ଆମର ପ୍ରେରଣା। ଏକ ସମୃଦ୍ଧ, ଶକ୍ତିଶାଳୀ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଆମର ପ୍ରତ୍ୟେକଟି ପଦକ୍ଷେପ ଆପଣଙ୍କ ସେବାରେ ସମର୍ପିତ।