Trump’s Nuclear Warning :  ପୃଥିବୀକୁ ୧୫୦ ଥର ଧ୍ବଂସ କରିପାରିବ ଆମେରିକା : ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବୟାନକୁ ନେଇ ସାରା ବିଶ୍ବରେ ହଇଚଇ ସୃଷ୍ଟି ହୋଇଛି । ସେ କହିଛନ୍ତି ଯେ ଆମେରିକା ପାଖରେ ଏତେ ପରମାଣୁ ଅସ୍ତ୍ର ଅଛି ଯେ ତାହା ବିଶ୍ବକୁ ୧୫୦ ଥର ଧ୍ବଂସ କରିଦେବ । କିନ୍ତୁ ଏପରି କିଛି କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । 

trump

trump's N threat

Trump’s Nuclear Warning :  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବୟାନକୁ ନେଇ ସାରା ବିଶ୍ବରେ ହଇଚଇ ସୃଷ୍ଟି ହୋଇଛି । ସେ କହିଛନ୍ତି ଯେ ଆମେରିକା ପାଖରେ ଏତେ ପରମାଣୁ ଅସ୍ତ୍ର ଅଛି ଯେ ତାହା ବିଶ୍ବକୁ ୧୫୦ ଥର ଧ୍ବଂସ କରିଦେବ । କିନ୍ତୁ ଏପରି କିଛି କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । 

ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ତାଙ୍କ ସାକ୍ଷାତକୁ "ଉତ୍ତମ" ବୋଲି ବର୍ଣ୍ଣନା କରି ଟ୍ରମ୍ପ କହିଛନ୍ତି ଯେ ତାଙ୍କର ଚୂଡ଼ାନ୍ତ ଲକ୍ଷ୍ୟ ହେଉଛି ଏକ ପରମାଣୁ ମୁକ୍ତ ବିଶ୍ୱ ହାସଲ କରିବା। ହ୍ୱାଇଟ୍ ହାଉସରେ ଭାଷଣ ଦେଇ ଟ୍ରମ୍ପ କହିଛନ୍ତି, "ମୁଁ ଭାବୁଛି ପରମାଣୁ ନିରସ୍ତ୍ରୀକରଣ ଏକ ଚମତ୍କାର ଜିନିଷ ହେବ। ଆମେ ପୃଥିବୀକୁ ୧୫୦ ଥର ଉଡ଼ାଇ ଦେଇପାରିବୁ, କିନ୍ତୁ ଏହାର କୌଣସି ଆବଶ୍ୟକତା ନାହିଁ।"

'ଆମେରିକା ନଂ୧ ପରମାଣୁ ଶକ୍ତି’

ଟ୍ରମ୍ଫଙ୍କ ଅନୁସାରେ, ଆମେରିକା ପାଖରେ ସର୍ବାଧିକ ସଂଖ୍ୟକ ପରମାଣୁ ଅସ୍ତ୍ର ଅଛି, ତା'ପରେ ରୁଷ ଏବଂ ଚୀନ୍ ଅଛନ୍ତି। ସେ କହିଛନ୍ତି, "ସି ଜିନପିଙ୍ଗ ଏବଂ ଭ୍ଲାଦିମିର ପୁଟିନଙ୍କ ପରି ନେତାମାନେ ଏବେ ଅନ୍ୟ ଉଦ୍ଦେଶ୍ୟରେ ଟଙ୍କା ବ୍ୟବହାର କରିବେ। ମୁଁ ସେମାନଙ୍କ ସହ କଥା ହୋଇଛି। ଏବେ ସେମାନେ ଏପରି କାମ କରିବେ ଯାହା ଲୋକମାନଙ୍କ ପାଇଁ ଲାଭଦାୟକ ହେବ।" ଟ୍ରମ୍ପଙ୍କ ଏହି ବିବୃତ୍ତି ପରମାଣୁ ନିୟନ୍ତ୍ରଣ ଲାଗି ଆମେରିକା, ରୁଷ ଏବଂ ଚୀନ୍ ମଧ୍ୟରେ ତ୍ରିପାକ୍ଷିକ ସହଯୋଗର ସମ୍ଭାବନାର ଗୋଟିଏ ଦିନ ପରେ ଆସିଛି।

ଆହୁରି ପଢନ୍ତୁ: Khadge Target RSS: ୫୨ ବର୍ଷ ଯାଏଁ ତ୍ରିରଙ୍ଗା ଉଡ଼ାଇନଥିଲା ଆରଏସଏସ: ଖଡ଼ଗେ

'ଆମେରିକା ବି ପରମାଣୁ ପରୀକ୍ଷଣ କରିବ' 

ଟ୍ରମ୍ପ ଗତ ସପ୍ତାହରେ କହିଥିଲେ ଯେ ଆମେରିକା ପୁଣି ପରମାଣୁ ପରୀକ୍ଷଣ କରିବ । ଏଥିପାଇଁ ପେଣ୍ଟାଗନକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ ଦେଶମାନେ ପରମାଣୁ ପରୀକ୍ଷଣ କରୁଛନ୍ତି , ଏଣୁ ଆମେରିକା ମଧ୍ୟ ଏହା କରିବ ।

ଆହୁରି ପଢନ୍ତୁ : INDONESIA BLAST : ଇଣ୍ଡୋନେସିଆ ସ୍କୁଲରେ ବିସ୍ଫୋରଣ, ୫୪ ଆହତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe