Trump Praise PM Modi Photograph: (sambad.in)
ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଖିବାକୁ ସବୁଠୁ ସୁନ୍ଦର। ବୁଧବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା କରି ଏଭଳି କହିଛନ୍ତି। ଏହା ସହ ସେ ପୁଣି ଥରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧକୁ ବନ୍ଦ କରି ଶାନ୍ତି ସ୍ଥାପନ କରିଥିବା ନେଇ ଦାବି କରିଛନ୍ତି।
ଦକ୍ଷିଣ କୋରିଆରେ Asia-Pacific Economic Cooperation (APEC)ର ବ୍ୟବସାୟିକ ନେତାମାନଙ୍କ ପାଇଁ ଏକ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା। ଏଠାରେ ଭାଷଣ ଦେଇ ଟ୍ରମ୍ପ ମେ’ ମାସର ତାଙ୍କର ଘଟଣାବଳୀ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ, ପରମାଣୁ ଶକ୍ତି ଥିବା ଦୁଇ ପଡ଼ୋଶୀ ଦେଶ(ଭାରତ-ପାକିସ୍ତାନ)ଙ୍କ ମଧ୍ୟରେ ଏକ ସମ୍ଭାବ୍ୟ ଯୁଦ୍ଧକୁ ବନ୍ଦ କରିବା ପାଇଁ ସେ ବାଣିଜ୍ୟ ଚାପ ପକାଇଥିଲେ।
ଚାପ ପକାଇ ଭାରତ-ପାକ୍ ଯୁଦ୍ଧ ବନ୍ଦ କରିଛି: ଟ୍ରମ୍ପ
ତାଙ୍କ କହିବା ମୁତାବକ, "ଦୁଇଟି ପରମାଣୁ ରାଷ୍ଟ୍ର ପରସ୍ପର ସହିତ ଲଢ଼ୁଥିଲେ। ଯୁଦ୍ଧ ବନ୍ଦ କରିବାକୁ କହିବାରୁ ସେମାନେ କହିଲେ, ନା, ନା, ନା, ଆମକୁ ଲଢ଼ିବାକୁ ଦିଅ। ସେମାନେ ଶକ୍ତିଶାଳୀ ଲୋକ। ପ୍ରଧାନମନ୍ତ୍ରୀ ମୋଦୀ ସବୁଠାରୁ ସୁନ୍ଦର ଦେଖାଯାଉଥିବା ବ୍ୟକ୍ତି। ସେ ବହୁତ କଠୋର ମଧ୍ୟ। ପାକିସ୍ତାନର ପ୍ରଧାନମନ୍ତ୍ରୀ ମଧ୍ୟ ଜଣେ ଭଲ ମଣିଷ। ହେଲେ ଯୁଦ୍ଧ ବନ୍ଦ କରିବାକୁ କେହି ବି ଚାହୁଁନଥିଲେ। ସେଥିପାଇଁ ମୋତେ ବାଣିଜ୍ୟ ଚାପ ପକାଇବାକୁ ପଡ଼ିଥିଲା। ମୁଁ ମୋଦୀଜୀଙ୍କୁ ଫୋନ କରି କହିଥିଲି ଯେ, ଆମେରିକା ଆଉ ଭାରତ ସହ ବାଣିଜ୍ୟ ଚୁକ୍ତି କରିବ ନାହିଁ। ସେ ମୋତେ ଏପରି ନକରିବାକୁ କହିଥିଲେ। ମୁଁ କହିଥିଲି ଆପଣ ପାକିସ୍ତାନ ସହିତ ଲଢ଼ିବା ବନ୍ଦ କଲେ ଯାଇ ଏହା ସମ୍ଭବ ହେବ। ପାକିସ୍ତାନକୁ ମଧ୍ୟ ଫୋନ କରି ମୁଁ ସମାନ କଥା କହିଥିଲି। ୨ପରେ ଦୁଇ ଦେଶ ଯୁଦ୍ଧ ବନ୍ଦ କରିବାକୁ ରାଜି ହୋଇଥିଲେ। ଏବେ ମୁଁ ଭାରତ ସହିତ ବାଣିଜ୍ୟ ଚୁକ୍ତି କରିବାକୁ ପ୍ରସ୍ତୁତ।"
ଆହୁରି ପଢ଼ନ୍ତୁ: 114 accused get bail si-recruitment scam: ପୁଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ମାମଲା: ଗିରଫ ହୋଇଥିବା ୧୧୪ଜଣଙ୍କୁ ଜାମିନ୍
ଆହୁରି ପଢ଼ନ୍ତୁ: Drunk Driver: ମଦୁଆ ଡ୍ରାଇଭର୍ଙ୍କୁ ଅନନ୍ୟ ଦଣ୍ଡ ଶୁଣାଇଲେ ପୁଣେର ଏକ କୋର୍ଟ
Follow Us