Trump Cuts China Tariffs: ଜିନ୍‌ପିଙ୍ଗଙ୍କ ସହ ବୈଠକ ପରେ ଚୀନ ଉପରୁ ଶୁଳ୍କ ହ୍ରାସ କଲେ ଟ୍ରମ୍ପ

ଜିନ୍‌ପିଙ୍ଗଙ୍କୁ ଭେଟିବା ପରେ ଟ୍ରମ୍ପ ଚୀନ ଉପରେ ଶୁଳ୍କ ହ୍ରାସ କରିଛନ୍ତି। ସେ କହିଛନ୍ତି ଯେ, ଚୀନ ସହିତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବାଣିଜ୍ୟ ଚୁକ୍ତି ଉପରେ ଖୁବ୍ ଶୀଘ୍ର ଭଲ ଖବର ମିଳିବ।

tarif

Trump Cuts China Tariffs Photograph: (sambad.in)

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରାୟ ୬ବର୍ଷ ପରେ ସାକ୍ଷାତ କରିଥିଲେ। ଗୁରୁବାର ଦକ୍ଷିଣ କୋରିଆର ବୁସାନରେ ଦୁହେଁ ସାକ୍ଷାତ କରି ବୈଠକ କରିଥିଲେ। ବୈଠକ ପରେ ଟ୍ରମ୍ପ, ଜିନ୍‌ପିଙ୍ଗଙ୍କୁ ମହାନ ନେତା କହିଥିବା ବେଳେ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଜିନ୍‌ପିଙ୍ଗଙ୍କୁ ଭେଟିବା ପରେ ଟ୍ରମ୍ପ ଚୀନ ଉପରେ ଶୁଳ୍କ ହ୍ରାସ କରିଛନ୍ତି। ସେ କହିଛନ୍ତି ଯେ, ଚୀନ ସହିତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବାଣିଜ୍ୟ ଚୁକ୍ତି ଉପରେ ଖୁବ୍ ଶୀଘ୍ର ଭଲ ଖବର ମିଳିବ। ତେବେ ଆମେରିକା ଚୀନ ଉପରେ ଶୁଳ୍କ 10 ପ୍ରତିଶତ ହ୍ରାସ କରିଥିବା ଜଣାଯାଇଛି। ୫୭%ରୁ ୪୭%କୁ ହ୍ରାସ ପାଇଛି ଶୁଳ୍କ।

ହ୍ରାସ ହେଲା ୧୦% ଶୁଳ୍କ

ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ଆପଣ ଜାଣନ୍ତି, ମୁଁ ଫେଣ୍ଟାନିଲ୍ ଯୋଗୁଁ ଚୀନ ଉପରେ ୨୦ପ୍ରତିଶତ ଶୁଳ୍କ ଲାଗୁ କରିଥିଲି। କିନ୍ତୁ ସେମାନଙ୍କ ମୋ କଥା ଶୁଣିବା ପରେ, ମୁଁ ଏହାକୁ ୧୦ ପ୍ରତିଶତ ହ୍ରାସ କରିଛି, ଯାହା ତୁରନ୍ତ କାର୍ଯ୍ୟକାରୀ ହେବ।"

ଏହା ପୂର୍ବରୁ ସେ ଜିନ୍‌ପିଙ୍ଗଙ୍କ ପ୍ରଶଂସା କରି କହିଥିଲେ, "ଆମେ ପୂର୍ବରୁ ଅନେକ ବିଷୟରେ ସହମତ ହୋଇଛୁ ଏବଂ ଆଗକୁ ଆହୁରି ଅନେକ ବିଷୟରେ ସହମତିରେ ପହଞ୍ଚିବୁ। ରାଷ୍ଟ୍ରପତି ସି ଜିନପିଙ୍ଗ ଏକ ମହାନ ଦେଶର ଜଣେ ମହାନ ନେତା, ଏବଂ ମୁଁ ବିଶ୍ୱାସ କରୁଛି ଆମ ମଧ୍ୟରେ ଏକ ଦୀର୍ଘକାଳୀନ ଭଲ ସମ୍ପର୍କ ରହିବ। ତାଙ୍କ ସହିତ ସାକ୍ଷାତ କରିବା ଏକ ସମ୍ମାନର କଥା।"

ଆହୁରି ପଢ଼ନ୍ତୁ: Trump Praises Jinping: ୬ବର୍ଷ ପରେ ଚୀନ୍ ଯାଇ ଜିନ୍‌ପିଙ୍ଗଙ୍କୁ ପ୍ରଶଂସା କଲେ ଟ୍ରମ୍ପ, ଶୁଳ୍କ ସମସ୍ୟାର ହୋଇପାରେ ସମାଧାନ

ଆହୁରି ପଢ଼ନ୍ତୁ: Rear-end collision: ବସ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍: ତିନି ଗୁରୁତର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe