ୱାସିଂଟନ: ଗତବର୍ଷର ୧୨ ଦିନିଆ ଯୁଦ୍ଧ ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିନା ସର୍ତ୍ତରେ ଆତ୍ମସମର୍ପଣ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ। ଯାହାର ପ୍ରଭାବ ଇସ୍ରାଏଲ ଓ ଇରାନ ମଧ୍ୟରେ ମାତ୍ର ଛଅ ଦିନ ପରେ ଅସ୍ତ୍ରବିରତି ହୋଇଥିଲା। ଶୁକ୍ରବାର ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଟ୍ରମ୍ପ ଲେଖିଛନ୍ତି, ଇରାନ ପାଇଁ ବିନା ସର୍ତ୍ତରେ ଆତ୍ମସମର୍ପଣ ବ୍ୟତୀତ ଅନ୍ୟ କୌଣସି ଚୁକ୍ତି ହେବ ନାହିଁ! ଟ୍ରମ୍ପଙ୍କ ପୋଷ୍ଟକୁ ନେଇ ଏବେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ଯେ, ଛଅ ଦିନ ପରେ ଯୁଦ୍ଧ ଶେଷ ହେବ। ଏହା ଅସ୍ତବିରତିର ସଙ୍କେତ କି ବୋଲି ବିଶେଷଜ୍ଞ ମହଲରେ ଚର୍ଚ୍ଚା ହେଉଛି।
ଇରାନକୁ ପୁଣି ଥରେ ମହାନ କରାଯିବ
ଟ୍ରମ୍ପ ପୋଷ୍ଟରେ ଲେଖିଛନ୍ତି, ବିନା ସର୍ତ୍ତରେ ଆତ୍ମସମର୍ପଣ ପରେ, ଜଣେ ମହାନ ଓ ଗ୍ରହଣୀୟ ନେତା ନିର୍ବାଚିତ ହେବେ। ଆମେ ଏବଂ ଆମର ସହଯୋଗୀମାନେ ଇରାନକୁ ଧ୍ୱଂସର ଦ୍ୱାରରୁ ଫେରାଇ ଆଣିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିବେ, ଏହାକୁ ଆର୍ଥିକ ଦୃଷ୍ଟିରୁ ପୂର୍ବ ଅପେକ୍ଷା ବୃହତ୍ତ, ଭଲ ଏବଂ ଶକ୍ତିଶାଳୀ କରିବୁ। ଇରାନର ଏକ ମହାନ ଭବିଷ୍ୟତ ରହିବ। ଇରାନକୁ ପୁଣି ଥରେ ମହାନ କରାଯିବ (ମେକ୍ ଇରାନ ଗ୍ରେଟ୍ ଏଗେନ୍)।
୧୭ ଜୁନ୍ ୨୦୨୫ରେ ଇସ୍ରାଏଲ୍ ଓ ଇରାନ୍ ମଧ୍ୟରେ ବାର ଦିନିଆ ଯୁଦ୍ଧ ସମୟରେ ଟ୍ରମ୍ପ୍ ଏଭଳି ସମାନ ଦାବି କରିଥିଲେ। ଛଅ ଦିନ ପରେ, ୨୩ ଜୁନ୍ରେ, ସେ ଏକ ଅସ୍ତ୍ରବିରତି ଚୁକ୍ତିନାମା ଘୋଷଣା କରିଥିଲେ। ଆମେରିକା ସହିତ ମିଶି କାତାର ଏହି ଯୁଦ୍ଧବିରତିରେ ମଧ୍ୟସ୍ଥତା କରିଥିଲା। ଯଦି ଏହି ଧାରା ଜାରି ରହେ, ତେବେ ମାର୍ଚ୍ଚ ୧୨ ସୁଦ୍ଧା ଏକ ଯୁଦ୍ଧବିରତି ଘୋଷଣା କରାଯାଇପାରେ ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି।
ଦୁଇ ଯୁଦ୍ଧ ମଧ୍ୟରେ ବଡ଼ ପାର୍ଥକ୍ୟ ଅଛି
ତେବେ ଦୁଇ ଯୁଦ୍ଧ ମଧ୍ୟରେ ବଡ଼ ପାର୍ଥକ୍ୟ ଅଛି। ବର୍ତ୍ତମାନର ସଂଘର୍ଷ ବାର ଦିନିଆ ଯୁଦ୍ଧ ଅପେକ୍ଷା ବହୁତ ବଡ଼, ଯାହା ଏକ ଡଜନରୁ ଅଧିକ ଦେଶରେ ବ୍ୟାପିଛି। ଏହା ଉପସାଗରୀୟ ଶକ୍ତି ରପ୍ତାନିକୁ ବାଧା ଦେଇଛି। ଅନେକ ଆମେରିକୀୟ ସୈନ୍ୟଙ୍କୁ ହତ୍ୟା କରାଯାଇଛି। ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ ତେହେରାନ ପ୍ରତିଶୋଧ ନେବାକୁ ଚାହୁଁଛି। ପୂର୍ବ ସଂଘର୍ଷ ଭୌଗୋଳିକ ଏବଂ ରାଜନୈତିକ ଭାବରେ ବହୁତ ଅଧିକ ନିୟନ୍ତ୍ରିତ ଥିଲା।
ଇରାନ ମଧ୍ୟ ଏଥର ଯୁଦ୍ଧ ବନ୍ଦ କରିବାକୁ କୌଣସି ଆଗ୍ରହ ଦେଖାଉନାହିଁ। ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଏକ ବିରୋଧାତ୍ମକ ଆଭିମୁଖ୍ୟ ଗ୍ରହଣ କରି କହିଛନ୍ତି ଯେ, ମଧ୍ୟସ୍ଥତା କରୁଥିବା ଦେଶଗୁଡ଼ିକ ଇରାନ ଲୋକଙ୍କ ଶକ୍ତିକୁ କମ୍ ଆକଳନ କରୁଥିବା ଏବଂ ନିଆଁ ଲଗାଇଥିବା ଲୋକଙ୍କ ଉପରେ ସେମାନଙ୍କର ଚାପ କେନ୍ଦ୍ରିତ କରିବା ଉଚିତ।
ଗତ ଯୁଦ୍ଧରେ କତାର ମଧ୍ୟସ୍ଥି ଥିଲା କିନ୍ତୁ ବର୍ତ୍ତମାନ କତାର ନିଜର ସଙ୍କଟକୁ ସମ୍ଭାଳିବାରେ ବ୍ୟସ୍ତ ରହିଛି। ରାସ୍ ଲାଫାନ୍ ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ ପରେ, କତାର ଏଲ୍ଏନ୍ଜି ରପ୍ତାନିରେ ଫୋର୍ସ ମାଜିଅର ଘୋଷଣା କରିଛି। କତାର ପୁଣି ଥରେ ସମାନ ମଧ୍ୟସ୍ଥି ଭୂମିକା ଗ୍ରହଣ କରିବା ପାଇଁ ସ୍ଥିତି ବଜାୟ ରଖିପାରିବ କି ନାହିଁ ସେନେଇ ଏକ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି। ମାର୍ଚ୍ଚ ୧୨ ତାରିଖ ପାଇଁ ପାଞ୍ଚ ଦିନ ବାକି ଅଛି। କିନ୍ତୁ କୌଣସି ପକ୍ଷ ଖୋଲାଖୋଲି ଭାବରେ ଅସ୍ତ୍ରବିରତି ପାଇଁ ଆଗକୁ ଆସି ନାହାନ୍ତି।
ଆହୁରି ପଢ଼ନ୍ତୁ: Threats to Israel from Khamenei's social media: ଖେମିନିଙ୍କ ମୃତ୍ୟୁ ପରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/03/07/iran-israel-war-2026-03-07-11-12-23.png)