ଟ୍ରମ୍ପ ଭାରତକୁ ଜୋରଜବରଦସ୍ତ ବିକ୍ରି କରିବାକୁ ଚାହୁଁଛନ୍ତି ଅଦରକାରୀ ଏଫ୍-୩୫ ଜେଟ୍: ମସ୍କଙ୍କ କାର୍ଯ୍ୟାନୁଷ୍ଠାନ

Advertisment

ଏଲନ ମସ୍କଙ୍କ ମନ୍ତ୍ରଣାଳୟ ଡିଓଜିଇ ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ ବିରୁଦ୍ଧରେ ତଦନ୍ତ ଆରମ୍ଭ କରିଛି। ମସ୍କଙ୍କ ଏଫ୍-୩୫ ଲଢ଼ୁଆ ବିମାନକୁ ଅଳିଆ ବୋଲି କହିଛନ୍ତି। ଏହା ସେହି ବିମାନ ଯାହାକୁ ଟ୍ରମ୍ପ ଭାରତକୁ ବିକ୍ରୟ କରିବାକୁ ଚାପ ପକାଉଛନ୍ତି। ଫଳରେ ବିବାଦ ଦେଖାଦେଇଛି...

Updated On

ଏଲନ ମସ୍କଙ୍କ ମନ୍ତ୍ରଣାଳୟ ଡିଓଜିଇ ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ ବିରୁଦ୍ଧରେ ତଦନ୍ତ ଆରମ୍ଭ କରିଛି। ମସ୍କଙ୍କ ଏଫ୍-୩୫ ଲଢ଼ୁଆ ବିମାନକୁ ଅଳିଆ ବୋଲି କହିଛନ୍ତି। ଏହା ସେହି ବିମାନ ଯାହାକୁ ଟ୍ରମ୍ପ ଭାରତକୁ ବିକ୍ରୟ କରିବାକୁ ଚାପ ପକାଉଛନ୍ତି। ଫଳରେ ବିବାଦ ଦେଖାଦେଇଛି...

ଅଦ୍ୟତନ ହୋଇଛି
trump-wants-to-force-india-to-sell-replacement-f-35-jets-musks-action

trump-wants-to-force-india-to-sell-replacement-f-35-jets-musks-action Photograph: (Sambad.in)

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ପଞ୍ଚମ ପିଢ଼ିର ଷ୍ଟିଲଥ୍‌ ଯୁଦ୍ଧ ବିମାନ ଏଫ୍-୩୫  ବିକ୍ରୟ କରିବାକୁ ପ୍ରସ୍ତାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଟ୍ରମ୍ପ ଭାରତକୁ ଏହି ଯୁଦ୍ଧ ବିମାନ ବିକ୍ରୟ ଘୋଷଣା କରିଥିଲେ। ଏହି ଏଫ୍-୩୫ ଜେଟ୍ ସମ୍ପର୍କରେ ଟ୍ରମ୍ପଙ୍କ ପ୍ରସ୍ତାବ କିମ୍ବା ଚାପ ଉପରେ ଭାରତ ଏବେ ବି ଆଲୋଚନା କରୁଛି। ଏହା ମଧ୍ୟ କୁହାଯାଉଛି ଯେ, ରାଫେଲ ପରି ଭାରତ ମଧ୍ୟ ଏହି ଲଢ଼ୁଆ ବିମାନକୁ ଆମେରିକାରୁ ସୀମିତ ପରିମାଣରେ କିଣିବ।

ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଭାରତ ଉପରେ ଅଧିକରୁ ଅଧିକ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି। ଗୋଟିଏ ପଟେ, ଟ୍ରମ୍ପ ଏହି ଯୁଦ୍ଧ ବିମାନକୁ ଭାରତକୁ ଜୋରଜବରଦସ୍ତ ବିକ୍ରୟ କରିବାକୁ ଚାହୁଁଥିବା ବେଳେ, ଅନ୍ୟପଟେ ଆମେରିକାରେ ହିଁ ଏହା ବିରୁଦ୍ଧରେ ତଦନ୍ତ ଆରମ୍ଭ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ ବିରୁଦ୍ଧରେ ଟ୍ରମ୍ପଙ୍କ ଅତ୍ୟନ୍ତ ନିକଟତର କୋଟିପତି ଏଲନ ମସ୍କଙ୍କ ବିଭାଗ ଡିଓଜିଇ ଦ୍ୱାରା ଏହି ତଦନ୍ତ ଆରମ୍ଭ କରାଯାଇଛି ଏବଂ  ୨ ଟ୍ରିଲିୟନ ଡଲାରର ଏଫ୍‌-୩୫ କାର୍ଯ୍ୟକ୍ରମ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତି ଚାଲିଛି।

କ୍ଷମତାକୁ ଆସିବା ପୂର୍ବରୁ, ଏଲନ ମସ୍କ ଖୋଲାଖୋଲି ଭାବରେ ଏଫ୍-୩୫ ଲଢ଼ୁଆ ବିମାନକୁ 'ଫ୍ଲପ୍' ଏବଂ ଏହାର ନିର୍ମାତାମାନଙ୍କୁ 'ମୂର୍ଖ' ବୋଲି କହିଥିଲେ। ପୂର୍ବରୁ, ଜଣେ ଉଚ୍ଚ ଆମେରିକୀୟ ବାୟୁସେନା ଅଧିକାରୀ ମସ୍କଙ୍କ ବିରୋଧରେ  ଖୋଲାଖୋଲି ପ୍ରତିକ୍ରିୟା ଦେଇଥିଲେ ଏବଂ କହିଥିଲେ ଯେ, ଟେସଲା ମାଲିକ ଏକ ପ୍ରକୃତ ଯୁଦ୍ଧ ପାଇଁ ଯୁଦ୍ଧ ବିମାନ ତୁଳନାରେ ଡ୍ରୋନର ଶକ୍ତିକୁ ଅଧିକ ଆକଳନ କରି ଭୁଲ କରୁଛନ୍ତି। ଆମେରିକୀୟ ବାୟୁସେନା ଯାହା କହୁଛି, ବିଶ୍ଳେଷକମାନେ କୁହନ୍ତି ଯେ, ମସ୍କଙ୍କ ସମାଲୋଚନାରେ ସତ୍ୟତା ଅଛି। ଫେବ୍ରୁଆରି ୨୦୨୪ ପୂର୍ବରୁ, ଆମେରିକା ସରକାରଙ୍କ  ଡଟ୍ ଆଣ୍ଡ ଇ ପ୍ରକାଶ କରିଥିଲା ​​ଯେ, ଏଫ୍-୩୫ ଲଢ଼ୁଆ ଜେଟ୍ କାର୍ଯ୍ୟକ୍ରମ ପ୍ରଯୁକ୍ତିବିଦ୍ୟା ଏବଂ କ୍ଷମତା ପ୍ରତିଶ୍ରୁତି ସମ୍ପର୍କରେ ଗମ୍ଭୀର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି।


ହାଇଲାଇଟ୍ସ: 

ଭାରତକୁ ପଞ୍ଚମ ପିଢ଼ିର ଗୁପ୍ତ ଯୁଦ୍ଧ ବିମାନ ଏଫ୍-୩୫ ବିକ୍ରୟ କରିବାକୁ ଟ୍ରମ୍ପ ପ୍ରସ୍ତାବ ଦେଇଛନ୍ତି
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଟ୍ରମ୍ପ ଏହି ଲଢ଼ୁଆ ବିମାନର ଖୋଲା ପ୍ରସ୍ତାବ ଦେଇଥିଲେ
ଏଫ୍-୩୫ ଜେଟ୍ ସମ୍ପର୍କରେ ଟ୍ରମ୍ପଙ୍କ ପ୍ରସ୍ତାବ କିମ୍ବା ଚାପ ଉପରେ ଭାରତ ଏବେ ବି ଆଲୋଚନା କରୁଛି

ଏହି ରିପୋର୍ଟରେ କୁହାଯାଇଥିଲା ଯେ, ଏଫ୍-୩୫ର କ୍ଷମତା ବୃଦ୍ଧି କରିବାରେ ନିରନ୍ତର ବିଳମ୍ବ ହେଉଥିଲା। ଏହାର ସଫ୍ଟୱେର୍ ଅପଗ୍ରେଡ୍ ହୋଇପାରିଲା ନାହିଁ। ଏହାର ସ୍ୱୟଂଚାଳିତ ଲଜିଷ୍ଟିକ୍ସ ସୂଚନା ବ୍ୟବସ୍ଥାରେ ଥିବା ତ୍ରୁଟି ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ। କେବଳ ଏତିକି ନୁହେଁ, ଏଫ୍-୩୫ ଲଢ଼ୁଆ ବିମାନର କାର୍ଯ୍ୟକ୍ଷମ ଉପସ୍ଥିତିର ହାର ମଧ୍ୟ ଲକ୍ଷ୍ୟଠାରୁ କମ୍। ଏହି ବିମାନର ବିଶ୍ୱସନୀୟତା ମଧ୍ୟ ପ୍ରଶ୍ନବାଚୀ ମଧ୍ୟରେ ଅଛି। ଏଫ୍-୩୫ଲଢ଼ୁଆ ବିମାନର ସ୍ପେୟାର ପାର୍ଟସ୍ ମଧ୍ୟ ଠିକ୍ ସମୟରେ ଉପଲବ୍ଧ ହେଉନାହିଁ। ଏହି କାରଣରୁ, ଏପ୍-୩୫ ଲଢ଼ୁଆ ବିମାନର ପୂର୍ଣ୍ଣ ହାରରେ ଉତ୍ପାଦନ ଆରମ୍ଭ ହୋଇପାରୁନାହିଁ। ତାହା ମଧ୍ୟ ଯେତେବେଳେ ଚୀନ୍ ବଡ଼ ପରିମାଣରେ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ନିର୍ମାଣ କରୁଛି।

ଅଧିକ ପଢ଼ନ୍ତୁ: କ୍ଷମା ମାଗିବା ସହ ଏମିତି କହିଲେ କିଟ୍‌ କର୍ତ୍ତୃପକ୍ଷ

ପରିସ୍ଥିତି ଏପରି ହୋଇଛି ଯେ, ଏଫ୍-୩୫ ଲଢ଼ୁଆ ବିମାନ ଆମେରିକାର ସବୁଠାରୁ ମହଙ୍ଗା ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମ ପାଲଟିଛି। ସେହି ସମୟରେ, ମସ୍କଙ୍କ ବିଭାଗ ଏଫ୍-୩୫ କାର୍ଯ୍ୟକ୍ରମର ତଦନ୍ତ କରିବାକୁ ଏବଂ ଆମେରିକାର ପ୍ରତିରକ୍ଷା ବଜେଟ୍ ହ୍ରାସ କରିବାକୁ ଚେଷ୍ଟା କରୁଛି। ଗତ ସପ୍ତାହରେ, ଟ୍ରମ୍ପ୍ ସଙ୍କେତ ଦେଇଥିଲେ ଯେ, ଡିଓଜିଇ  ଖୁବ୍ ଶୀଘ୍ର ପେଣ୍ଟାଗନ ଏବଂ ଏହାର୮୫୦ ବିଲିୟନ ଡଲାର ବଜେଟ୍ ତଦନ୍ତ କରିବ।

ଟ୍ରମ୍ପ ଗୁରୁବାର ଦିନ ଏହା ମଧ୍ୟ କହିଥିଲେ ଯେ, ଯଦି ଆମେରିକା, ଚୀନ୍ ଏବଂ ରୁଷିଆ ରାଜି ହୁଅନ୍ତି, ତେବେ ପ୍ରତିରକ୍ଷା ବଜେଟ୍ ଅଧା ହ୍ରାସ କରାଯାଇପାରିବ। ଗୋଟିଏ ପଟେ, ଟ୍ରମ୍ପ ପ୍ରଶାସନ ନିଜେ ଏହି ଲଢ଼ୁଆ ବିମାନର ଯାଞ୍ଚ କରାଉଛନ୍ତି, ଅନ୍ୟପଟେ ଏହାକୁ କିଣିବା ପାଇଁ ଭାରତ ଉପରେ ଚାପ ମଧ୍ୟ ପକାଉଛନ୍ତି। ଭାରତରେ ବିରୋଧୀ ଦଳଗୁଡ଼ିକ ମଧ୍ୟ ଏହାକୁ ନେଇ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି।

ଅଧିକ ପଢ଼ନ୍ତୁ: ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ଆମେରିକା ଏବଂ ରୁଷିଆ ମଧ୍ୟରେ ଆଲୋଚନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe