Trump's threat to Iran: ଇରାନ ଅଭିମୁଖେ ବଡ଼ ଜାହାଜ ଯାଉଥିବା ଟ୍ରମ୍ପଙ୍କ ଧମକ, ଯୁଦ୍ଧ ଆଶଙ୍କା ତୀବ୍ର

Advertisment

ଇରାନରେ ଯୁଦ୍ଧ ସଙ୍କଟ ଦିନକୁ ଦିନ ଘନେଇବାରେ ଲାଗିଛି। ଇରାନରେ ଆନ୍ଦୋଳନ ଜାରି ରହିଥିବାବେଳେ ଆମେରିକା ରା‌‌‌ଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକପୂର୍ଣ୍ଣ ବୟାନ ପୁଣି ଥରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ବୃଦ୍ଧି କରିଛି।

ଇରାନରେ ଯୁଦ୍ଧ ସଙ୍କଟ ଦିନକୁ ଦିନ ଘନେଇବାରେ ଲାଗିଛି। ଇରାନରେ ଆନ୍ଦୋଳନ ଜାରି ରହିଥିବାବେଳେ ଆମେରିକା ରା‌‌‌ଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକପୂର୍ଣ୍ଣ ବୟାନ ପୁଣି ଥରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ବୃଦ୍ଧି କରିଛି।

Untitled-6.jpg

Photograph: (google)

ତେହେରାନ: ଇରାନରେ ଯୁଦ୍ଧ ସଙ୍କଟ ଦିନକୁ ଦିନ ଘନେଇବାରେ ଲାଗିଛି। ଇରାନରେ ଆନ୍ଦୋଳନ ଜାରି ରହିଥିବାବେଳେ ଆମେରିକା ରା‌‌‌ଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକପୂର୍ଣ୍ଣ ବୟାନ ପୁଣି ଥରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ବୃଦ୍ଧି କରିଛି। ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ଆଉ ଏକ ବଡ଼ ଓ ଶକ୍ତିଶାଳୀ ଜାହାଜ ଇରାନ ଅଭିମୁଖେ ଯାଉଛି। କିନ୍ତୁ ପରେ ସେ କହିଥିଲେ ଯେ, ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଚାହୁ ନାହାନ୍ତି।

ଆହୁରି ପଢ଼ନ୍ତୁ: ‘ତୋ ଭଉଣୀକୁ ମୁଁ ହତ୍ୟା କରୁଛି’, ଭାଇକୁ ଫୋନ୍ ଲାଇନରେ ରଖି ଭଉଣୀକୁ ହତ୍ୟା କରିଥିଲା ଅଭିଯୁକ୍ତ

ଟ୍ରମ୍ପ୍‌ଙ୍କ ବୟାନ ପରେ:

ଟ୍ରମ୍ପଙ୍କ ବୟାନ ପରେ ଇରାନର ପରମାଣୁ ପ୍ରତିଷ୍ଠାନଗୁଡ଼ିକ ଉପରେ ଆମେରିକା ପକ୍ଷରୁ ସମ୍ଭାବ୍ୟ କମାଣ୍ଡୋ ଅପରେସନ୍ ଗ୍ରହଣ କରାଯାଇପାରେ ବୋଲି ଅନୁମାନ କରାଯାଉଛି। ଇରାନ ପକ୍ଷରୁ କୁହାଯାଇଛି ଯେ, ଆମେରିକାର ଯେକୌଣସି ଆକ୍ରମଣର ଜବାବରେ ତେହେରାନ ତୁରନ୍ତ ଆମେରିକୀୟ ସେନା ଘାଟି ଏବଂ ବିମାନ ବାହକ ଉପରେ ଆକ୍ରମଣ କରିବ। ସୂଚନାଯୋଗ୍ୟ, ଟ୍ରମ୍ପ ଏହାପୂର୍ବରୁ ଇରାନରେ ବିଦ୍ରୋହୀଙ୍କୁ ହତ୍ୟା କରାଗଲେ ଆମେରିକା ତେହେରାନ ଉପରେ ସାମରିକ କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରିବା ବୋଲି ଧମକ ଦେଇଥିଲେ। ନିକଟରେ ଟ୍ରମ୍ପ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ତାଙ୍କ ଧ୍ୟାନ କେନ୍ଦ୍ରିତ କରିଛନ୍ତି। ଇରାନ ପରମାଣୁ ଅସ୍ତ୍ର ପ୍ରସ୍ତୁତ କରିପାରେ ବୋଲି ପାଶ୍ଚାତ୍ୟ ଦେଶମାନେ ଅନୁମାନ କରୁଛନ୍ତି। ବୁଧବାର ଟ୍ରମ୍ପ କହିଥିଲେ, ତେହେରାନ କୌଣସି ନିଷ୍କର୍ସରେ ପହଞ୍ଚିବା ନେଇ ସମୟ ଶେଷ ହୋଇ ଆସୁଛି। ଆମେରିକା ନୌସେନା ମଧ୍ୟ ପ୍ରାଚ୍ୟ ଦେଶମାନଙ୍କ ନିକଟରେ ପହଞ୍ଚି ସାରିଥିବାବେଳେ ଇରାନ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ବୋଲି ଟ୍ରମ୍ପ କହିଥିଲେ। ଇରାନୀ ସାମରିକ ମୁଖପାତ୍ର ବ୍ରିଗେଡିୟର ଜେନେରାଲ ମହମ୍ମଦ ଆକ୍ରାମିନିଆ କହିଛନ୍ତି ଯେ, ଆମେରିକାର ଯେକୌଣସି ପଦକ୍ଷେପ ପ୍ରତି ତେହେରାନର ଜବାବ ସୀମିତ ରହିବ ନାହିଁ। ଆକ୍ରାମିନିଆ କହିଛନ୍ତି ଯେ, ଏହା ଗତ ଜୁନ୍ ଠାରୁ ଭିନ୍ନ ହେବ। ଜୁନ୍‌ରେ ଆମେରିକୀୟ ବିମାନ ଏବଂ କ୍ଷେପଣାସ୍ତ୍ର ଇରାନ ବିରୋଧରେ ଇସ୍ରାଏଲର ଅଭିଯାନରେ ସ୍ବଳ୍ପ ସମୟ ପାଇଁ ଯୋଗ ଦେଇଥିଲେ। ଆକ୍ରାମିନିଆ ଚେତାବନୀ ଦେଇଥିଲେ ଯେ, ଏଥର କିନ୍ତୁ ଇରାନର ଜବାବ ନିର୍ଣ୍ଣାୟକ ଓ ତ୍ବରିତ ହେବ। ଇସ୍ରାଏଲ ଇରାନର ବାଲିଷ୍ଟିକ୍‌ ମିସାଇଲ କାର୍ଯ୍ୟକ୍ରମ ବିପକ୍ଷରେ ଆମେରିକା ସହିତ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ ଇରାନ ଗତବର୍ଷ ଜୁନ୍‌ରେ ୧୨ ଦିନିଆ ଯୁଦ୍ଧରେ ପ୍ରବଳ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏବେ ବଡ଼ଧରଣ ପ୍ରସ୍ତୁତି କରିପାରିଛି।

ଆହୁରି ପଢ଼ନ୍ତୁ: ଅନୁଭବ ମହାନ୍ତିଙ୍କ ଆବେଦନ ଖାରଜ, ଚାଲିବ ଯୌତୁକ ନିର୍ଯାତନା ମାମଲା

ନିଆଁରେ ଘିଅ ଢାଳିବା ପରି କାମ କରୁଛି ୟୁରୋପ:

ଇରାନର ଜାତୀୟ ସେନା ଇସଲାମିକ୍‌ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍‌ (ଆଇଆର୍‌ଜିସି)କୁ ୟୁରୋପୀୟ ସଂଘ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରିଛି। ଗୁରୁବାର ବ୍ରସେଲ୍ସରେ ହୋଇଥିବା ୟୁରୋପୀୟ ସଂଘ ବିଦେଶ ମନ୍ତ୍ରୀଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଇଆର୍‌ଜିସିକୁ ଆତଙ୍କବାଦୀ ସଂଗଠନ ଘୋଷଣା କରାଯିବା ପରେ ଏହାର ସମ୍ପତ୍ତି ଜବତ କରାଯିବା ସହିତ ପାଣ୍ଠି ଯୋଗାଣ ଉପରେ କଟକଣା ଲଗାଯାଇଛି। ଏହାସହିତ ଆଇଆରଜିସି ସଦସ୍ୟଙ୍କ ୟୁରୋପ ଗସ୍ତ ଉପରେ କଟକଣା ଲାଗିଛି। ଇରାନ ବିଦେଶ ମନ୍ତ୍ରୀ ଆବାସ ଅରାଘଚି କହିଛନ୍ତି, ୟୁରୋପ ଆମେରିକା ନିର୍ଦ୍ଦେଶରେ ନିଆଁରେ ଘିଅ ଢାଳିବା ପରି କାମ କରୁଛି। ଅରାଘଚି କହିଛନ୍ତି, ଗାଜା ପ୍ରସଙ୍ଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ୟୁରୋପୀୟ ସଂଘ , ଇରାନ ପ୍ରସଙ୍ଗରେ ମାନବାଧିକାର ଚିନ୍ତା କରିବା ଏହାର ପିଆର୍‌ ‌ଷ୍ଟଣ୍ଟ।

ଆହୁରି ପଢ଼ନ୍ତୁ: ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ନିକଟରୁ ବନ୍ଧୁକ ଜବତ, ତଦନ୍ତ ପାଇଁ ଯାଇଥିବା ବେଳେ ପୁଲିସ ହଟହଟା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe