ନୂଆଦିଲ୍ଲୀ: ଖାଦ୍ୟ ପ୍ରସ୍ତୁତିରେ ଭାରତର ବିଭିନ୍ନ ଅଞ୍ଚଳରେ ପୁରାତନ କାଳରୁ ହଳଦୀର ବ୍ୟବହାର କରାଯାଇଆସୁଛି। ଏହା ଏକ ମସଲା ଯାହା କେବଳ ସ୍ୱାଦ ବଢ଼ାଇବା ପାଇଁ ନୁହେଁ ବରଂ ଶରୀରର ବହୁ ସମସ୍ୟାକୁ ଦୂର କରିଥାଏ। ତେବେ ବର୍ତ୍ତମାନ ଏକ ଗବେଷଣାରୁ ଜଣାପଡିଛି ଯେ ଭାରତର କେତେକ ସ୍ଥାନରେ ହଳଦୀର ଗୁଣ ଖରାପ ରହିଛି।
ଭାରତ ଏବଂ ଯୁକ୍ତରାଷ୍ଟ୍ରର ଅନୁସନ୍ଧାନକାରୀଙ୍କ ଦ୍ବାରା କରାଯାଇଥିବା ଗବେଷଣାରୁ ଜଣାପଡିଛି ଯେ ଦେଶର କିଛି ଅଞ୍ଚଳର ହଳଦୀ ନମୁନାରେ ସୀସା ପରିମାଣ ଧାର୍ଯ୍ୟ ପରିମାଣର ୨୦୦ଗୁଣାରୁ ଅଧିକ ରହିଛି। ଫଳରେ ସୀସା ଯୋଗୁ ଔଷଧ ଭାବେ ପରିଗଣିତ ହେଉଥିବା ହଳଦୀ ମନ୍ଥର ବିଷ ପାଲଟିଛି। ଷ୍ଟାନଫୋର୍ଡ ୟୁନିଭରସିଟି, ପ୍ୟୋର ଆର୍ଥ ଏବଂ ନୂଆଦିଲ୍ଲୀରେ ଅବସ୍ଥିତ ଏକ ଅନୁସନ୍ଧାନ ପ୍ରତିଷ୍ଠାନ ହଳଦୀ ବିଷୟରେ ଏହି ନୂଆ ଗବେଷଣା ରିପୋର୍ଟ ପ୍ରକାଶ କରିଛନ୍ତି।
ଗବେଷକମାନେ ଭାରତର ଉତ୍ତରପ୍ରଦେଶର ଲକ୍ଷ୍ନୌ, ପଞ୍ଜାବର ଅମୃତସର, ଚଣ୍ଡିଗଡ଼, ଦିଲ୍ଲୀ, ଜମ୍ମୁ-କଶ୍ମୀରର ଶ୍ରୀନଗର, ବିହାରର ପାଟନା, ଗୁଜୁରାଟର ଅହମଦାବାଦ, ମଧ୍ୟପ୍ରଦେଶର ଇନ୍ଦୋର, ରାଜସ୍ଥାନର ଜୟପୁରରୁ ହଳଦୀ ନମୁନା ସଂଗ୍ରହ କରି ପରୀକ୍ଷା କରିଥିଲେ।
ଗବେଷଣା ରିପୋର୍ଟରେ କୁହାଯାଇଛି ଯେ ଲକ୍ଷ୍ନୌ ଏବଂ ଇନ୍ଦୋରରୁ ମିଳିଥିବା ହଳଦୀ ନମୁନାର ମୂଲ୍ୟାଙ୍କନରେ ସୀସା ମିଳି ନ ଥିଲା । ତଥାପି ଏସବୁ ନମୁନାର ଅଧିକ ଗବେଷଣାର ଆବଶ୍ୟକତା ରହିଛି। ରିପୋର୍ଟ ଅନୁଯାୟୀ ଲକ୍ଷ୍ନୌରୁ ୧୧ଟି ନମୁନା ନିଆଯାଇଥିଲା। ସେସବୁରେ ସୀସା ମିଳି ନ ଥିଲା।
ଗବେଷଣା ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତରେ ହଳଦୀ ମୁଖ୍ୟତଃ ତାମିଲନାଡୁ (୨୨%) ଏବଂ ମହାରାଷ୍ଟ୍ର (୧୪%) ରୁ ଆସିଥାଏ। ତଥାପି, ୩୨% ହଳଦୀ ନମୁନାର ଉତ୍ସ ଜଣା ପଡିନାହିଁ। ବିହାରକୁ ସୂଚାଇ ଏହି ରିପୋର୍ଟରେ କୁହାଯାଇଛି ଯେ ଉଚ୍ଚମାନର ବିଳମ୍ବିତ ହଳଦୀ ନମୁନା କେବଳ ବିହାରରେ ଅମଳ କରାଯାଇଥାଏ।
ଅଧିକ ପଢ଼ନ୍ତୁ: ପାକିସ୍ତାନକୁ ଝଟକା ଦେଲା ଚୀନ୍: ନିଜ ସୈନିକ ପଠାଇବାକୁ ଚାପ ପ୍ରୟୋଗ
ବିହାରରେ ହଳଦୀରେ ସୀସାସ୍ତର ପାଟନାରେ ପ୍ରତି ଗ୍ରାମ୍ରେ ୧୦ ମାଇକ୍ରୋଗ୍ରାମ୍ରୁ ଅଧିକ ବୋଲି ଜଣାପଡିଛି । ଗବେଷକ ଜୈନା ଇ.ଫୋର୍ସିଥ, ଦିନଶା ମିସ୍ତ୍ରୀ, ଏମିଲି ନୈଶା, ମନ୍ୟୁ ଏଙ୍ଗ୍ରୀସ୍, ଷ୍ଟିଫନ ପି.ଲୁବି ନିଜ ନିଜ ଗବେଷଣା ରିପୋର୍ଟରେ ଦକ୍ଷିଣ ଏସିଆ ଉପରେ ଗବେଷଣା କରିତିଲେ। ଦକ୍ଷିଣ ଏସିଆରେ ହଳଦୀରେ ସୀସା କ୍ରୋମେଟର ମିଶ୍ରଣ ପ୍ରମାଣ ମିଳିଥିବା ସେମାନଙ୍କର ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ସୂଚନାଯୋଗ୍ୟ, ଭାରତରେ ଫାସାଇ ଅନୁସାରେ ହଳଦୀରେ ସର୍ବାଧିକ ପରିମାଣର ସୀସା ପ୍ରତି ଗ୍ରାମ୍ରେ ୧୦ ମାଇକ୍ରୋଗ୍ରାମ୍ ଧାର୍ଯ୍ୟ କରାଯାଇଛି। ଯାହାକି ସ୍ବାସ୍ଥ୍ୟପ୍ରତି ବିପଦ ସୃଷ୍ଟି କରି ନ ଥାଏ।
ଅଧିକ ପଢ଼ନ୍ତୁ: ଦିନ ୧ଟା ସୁଦ୍ଧା ୱାୟନାଡରେ ୪୦.୬୭% ମତଦାନ
Follow Us