Up Viral Video: Photograph: (@sambad.in)
ନୂଆଦିଲ୍ଲୀ: ଗାଡ଼ି ଚଲାଉଥିବା ବେଳେ ... ରାସ୍ତାରେ ଯାଉଥିବା ସମୟରେ ପ୍ରତି ମୂହୁର୍ତ୍ତରେ ସତର୍କତା ଅବଲମ୍ବନ କରିବାକୁ ଚେତାବନୀ ଦିଆଯାଇଥାଏ। କାରଣ ବିପଦ କେତେ ବେଳେ ଆସିଥାଏ ତାହା କେହି ଜାଣି ନଥାଆନ୍ତି।
ନୀଳଗାଈ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା
ଉତ୍ତର ପ୍ରଦେଶର ସହାରନପୁରରୁ ଏକ ସିସି ଟିଭି ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ଦେଖିବା ପରେ ପାଟିରୁ ଆପଣାଛାଏଁ ବାହାରି ପଡ଼ୁଛି ରକ୍ଷା କର ପ୍ରଭୁ ରକ୍ଷା କର...।ସମ୍ପୂର୍ଣ୍ଣ ଘଟଣାଟି ନାକୁର ଥାନା ଅଞ୍ଚଳର ଟିଡୋଲି ଗାଁରେ ଘଟିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ‘ରାସ୍ତାରେ ଯାନବାହାନ ଚଳାଚଳ କରୁଛନ୍ତି। ଏହି ସମୟରେ ହଠାତ ରାସ୍ତାପାର୍ଶ୍ବରୁ ଦୁଇଟି ନୀଳଗାଈ ବାହାରି ଆସୁଛନ୍ତି। ଫଳରେ ଉକ୍ତ ନୀଳଗାଈ ସହିତ ଧକ୍କା ଖାଇ ଦୁଇଜଣ ବାଇକ ଚାଳକ ରାସ୍ତାକୁ ଛଟିକି ପଡ଼ୁଛନ୍ତି।
ଦୁର୍ଘଟଣାରେ ନୀଳଗାଈର ମୃତ୍ୟୁ
ଏହି ଦୁର୍ଘଟଣାରେ ଗୋଟିଏ ନୀଳଗାଈର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଟି ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲା। ଦୁର୍ଘଟଣା ପରେ ଲୋକମାନେ ତୁରନ୍ତ ସାହାଯ୍ୟ ପାଇଁ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଘଟଣାସ୍ଥଳରୁ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି।
ଅଧିକପଢ଼ନ୍ତୁ:ବାଂଲାଦେଶୀଙ୍କୁ ଆଶ୍ରୟ ଦେଇ ସିକନ୍ଦର ଆଲାମ୍, ମୋତାଲିଫ ଗିରଫ
Follow Us