Two Pakistani Arrest: ଜମ୍ମୁ ଜୁଭେନାଇଲ ହୋମ୍‌ରୁ ଫେରାର୍‌ ଘଟଣା: ଅମ୍ବାଲାରୁ ଦୁଇ ପାକିସ୍ତାନ ନାଗରିକ ଗିରଫ

Advertisment

ଜମ୍ମୁର ଏକ ସୀମାନ୍ତ ଗାଁର ଜୁଭେନାଇଲ ହୋମ୍‌ (ବାଳ ସୁଧାର ଗୃହ)ରୁ ଜଣେ ସ୍ଥାନୀୟ ଗ୍ୟାଙ୍ଗଷ୍ଟରଙ୍କ ସହ ଦୁଇଜଣ ପାକିସ୍ତାନୀ ନାଗରିକ ଫେରାର୍‌ ହୋଇଯାଇଥିଲେ। ଏହି ଘଟଣାର୨୦ ଘଣ୍ଟା ନପୂରୁଣୁ ହରିୟାଣାର ଅମ୍ବାଲା ରେଳ ଷ୍ଟେସନ ନିକଟରେ ଦୁଇ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି।

ଜମ୍ମୁର ଏକ ସୀମାନ୍ତ ଗାଁର ଜୁଭେନାଇଲ ହୋମ୍‌ (ବାଳ ସୁଧାର ଗୃହ)ରୁ ଜଣେ ସ୍ଥାନୀୟ ଗ୍ୟାଙ୍ଗଷ୍ଟରଙ୍କ ସହ ଦୁଇଜଣ ପାକିସ୍ତାନୀ ନାଗରିକ ଫେରାର୍‌ ହୋଇଯାଇଥିଲେ। ଏହି ଘଟଣାର୨୦ ଘଣ୍ଟା ନପୂରୁଣୁ ହରିୟାଣାର ଅମ୍ବାଲା ରେଳ ଷ୍ଟେସନ ନିକଟରେ ଦୁଇ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି।

1200-675-26066409-13-26066409-1771395121216

Photograph: (google)

ଜମ୍ମୁ: ଜମ୍ମୁର ଏକ ସୀମାନ୍ତ ଗାଁର ଜୁଭେନାଇଲ ହୋମ୍‌ (ବାଳ ସୁଧାର ଗୃହ)ରୁ ଜଣେ ସ୍ଥାନୀୟ ଗ୍ୟାଙ୍ଗଷ୍ଟରଙ୍କ ସହ ଦୁଇଜଣ ପାକିସ୍ତାନୀ ନାଗରିକ ଫେରାର୍‌ ହୋଇଯାଇଥିଲେ। ଏହି ଘଟଣାର୨୦ ଘଣ୍ଟା ନପୂରୁଣୁ ହରିୟାଣାର ଅମ୍ବାଲା ରେଳ ଷ୍ଟେସନ ନିକଟରେ ଦୁଇ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି। ସେମାନେ ଟ୍ରେନ୍‌ ଯୋଗେ ନେପାଳ ଅଭିମୁଖେ ଯାତ୍ରା କରିବାକୁ ସେଠାରେ ପହଞ୍ଚି ଥିଲେ। ଫେରାର୍‌ ଘଟଣାର ମାଷ୍ଟର ମାଇଣ୍ଡ ସ୍ଥାନୀୟ ଗ୍ୟାଙ୍ଗଷ୍ଟର କରାଜିତ ସିଂହ ଓରଫ ଗୁଗା ଏପର୍ଯ୍ୟନ୍ତ ଧରାପଡ଼ିନାହିଁ। ପୁଲିସ ତାକୁ ଧରିବାକୁ ପ୍ରୟାସ ଚଳାଇଛି। କରାଜିତ ସିଂହ ଆର୍‌ଏସ୍‌ପୁରାର ବାସିନ୍ଦା। କରାଜିତ ସହିତ ପାକିସ୍ତାନ ନାଗରିକ ମହମ୍ମଦ ସୁନା-ଉଲ୍ଲା (୨୦) ଓ ଏହସାନ ଅନୱର (୨୧) ସୋମବାର ଅପରାହ୍ଣ ୫ଟାରେ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରି ଫେରାର୍‌ ହୋଇଯାଇଥିଲେ। ଏହି ଘଟଣାରେ ଦୁଇ ଜଣ ପୁଲିସ ଆହତ ହୋଇଥିଲେ। ଆରଏସ୍‌ପୁରା ସେକ୍ଟରରେ ଥିବା ବାଳ ସୁରକ୍ଷା କେନ୍ଦ୍ରରୁ ତିନି ଜଣ କଏଦୀଙ୍କ ପଳାୟନ ପରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଛଅ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା। ଦୁଇ ପାକିସ୍ତାନ ନାଗରିକଙ୍କୁ ଅମ୍ବାଲା ରେଲୱେ ଷ୍ଟେସନ ନିକଟରେ ପୁଲିସ ଧରିବା ପରେ ଜମ୍ମୁ-କାଶ୍ମୀର ପୁଲିସକୁ ହସ୍ତାନ୍ତର କରିଥିଲେ। ଗ୍ୟାଙ୍ଗଷ୍ଟର କରାଜିତ ସିଂହର ମା’ ମଧ୍ୟ ସେମାନଙ୍କ ଜମ୍ମୁ ଘରୁ ଫେରାର୍‌ ଅଛନ୍ତି। ସେ ନିଜ ପୁଅ ସହିତ ପଳାୟନ କରିଥିବା ଅନୁମାନ କରାଯାଉଛି। ଏହି ଘଟଣା ପରେ ଜମ୍ମୁ-କାଶ୍ମୀର ଡିଜିପି ନଳିନୀ ପ୍ରଭାତ ଓ ଜମ୍ମୁ ଜୋନ୍‌ର ଇନ୍ସପେକ୍ଟର ଜେନେରାଲ ଭୀମସେନ୍‌ ଟୁଟି ଘଟଣାସ୍ଥଳ ଗସ୍ତ କରିଥିିଲେ। ଗତ ବର୍ଷ ଜାନୁଆରିରେ ଜୁଏଲ ଚୌକ ଅଞ୍ଚଳରେ ଗ୍ୟାଙ୍ଗଷ୍ଟର ସୁମିତ ଜାଣ୍ଡିଆଲ ଓରଫ ଗାତାରୁ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର କରାଜିତ ସିଂହଙ୍କୁ ପ୍ରାୟ ଏକ ଡଜନ ଅନ୍ୟ ଅଭିଯୁକ୍ତଙ୍କ ସହିତ ଗିରଫ କରାଯାଇଥିଲା ଏବଂ ପରେ ତାଙ୍କୁ ବାଳ ଗୃହରେ ରଖାଯାଇଥିଲା।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ଆଲୋଚନ ହେଉଛି ବିଫଳ, ଟ୍ରମ୍ପଙ୍କ ସର୍ତ୍ତକୁ ପ୍ରତ୍ୟାଖ୍ୟାନ, ଇସ୍ରାଏଲ କଲା ବଡ଼ ଦାବି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe