Modi On Bihar Assembly Election: ଦୁଇ ଦୁର୍ନୀତିଗ୍ରସ୍ତ ପରିବାରର ଦୁଇ ଯୁବରାଜ; ରାହୁଲ ଓ ତେଜସ୍ବୀ କହିଲେ ମୋଦୀ

ଗୁରୁବାର ଦିନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବଙ୍କୁ ନେଇ କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ ସେ ଦୁଇ ଜଣଙ୍କୁ ଦୁଇ ଦୁର୍ନୀତିସଂପନ୍ନ ପରିବାରର ୨ ରାଜକୁମାର ବୋଲି ସମ୍ବୋଧନ କରିଛନ୍ତି।

Untitled-9

Photograph: (Sambad.in)

ନୂଆଦିଲ୍ଲୀ: ଗୁରୁବାର ଦିନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବଙ୍କୁ ନେଇ କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ ସେ ଦୁଇ ଜଣଙ୍କୁ ଦୁଇ ଦୁର୍ନୀତିସଂପନ୍ନ ପରିବାରର ୨ ରାଜକୁମାର ବୋଲି ସମ୍ବୋଧନ କରିଛନ୍ତି। ମୋଦୀ ଆହୁରି ବି ଦାବି କରିଛନ୍ତି ଯେ ଦୁହେଁ  "ମିଥ୍ୟା ପ୍ରତିଶ୍ରୁତିର ଦୋକାନ" ଚଳାଉଛନ୍ତି।

ବିହାରର ମୁଜାଫରପୁରରେ ଏକ ମେଗା ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ବିରୋଧୀ ନେତାଙ୍କୁ ଭାରତ ଏବଂ ବିହାରର "ସର୍ବାଧିକ ଦୁର୍ନୀତିଗ୍ରସ୍ତ ପରିବାର" ଯୁବରାଜ ବୋଲି ମଧ୍ୟ କହିଛନ୍ତି। ଯେ ଉଭୟ ବହୁ କୋଟି ଟଙ୍କାର ଦୁର୍ନୀତିରେ ସଂପୃକ୍ତ ବୋଲି ସେ ଅଭିଯୋଗ ଆଣିଛନ୍ତି।

ଆହୁରି ପଢ଼ନ୍ତୁ: ନୂଆପଡ଼ା ଉପନିର୍ବାଚନରେ ପୁଲିସକୁ ବ୍ୟବହାର କରୁଛି ବିଜେପି: କଂଗ୍ରେସର ବଡ଼ ଅଭିଯୋଗ

ମିଥ୍ୟା ପ୍ରତିଶ୍ରୁତିର ଦୋକାନ

ବିହାରର ନିର୍ବାଚନୀ ଲଢ଼େଇରେ ଏକ ରାଲିରେ ମୋଦୀ କୁହନ୍ତି, ‘‘ ଦୁଇଜଣ ଯୁବକ ନିଜକୁ ଯୁବରାଜ ବୋଲି ଭାବନ୍ତି। ସେମାନେ ମିଥ୍ୟା ପ୍ରତିଶ୍ରୁତିର ଦୋକାନ ଖୋଲିଛନ୍ତି। ଜଣେ ହେଉଛନ୍ତି ଭାରତର ସବୁଠାରୁ ଦୁର୍ନୀତିଗ୍ରସ୍ତ ପରିବାରର ଯୁବରାଜ, ଏବଂ ଅନ୍ୟ ଜଣେ ହେଉଛନ୍ତି ବିହାରର ସବୁଠାରୁ ଦୁର୍ନୀତିଗ୍ରସ୍ତ ପରିବାରର ଯୁବରାଜ। ହଜାର ହଜାର କୋଟି ଟଙ୍କାର ଦୁର୍ନୀତିରେ ଉଭୟ ଜାମିନରେ ଅଛନ୍ତି,"। ମୋଦୀ ଏପରି କହିବା ବ‌େଳେ କରତାଳିରେ ପୂରା ଅଞ୍ଚଳ କମ୍ପି ଉଠିଥିଲା। 

ରାହୁଲ କ’ଣ କହିଥି‌ଲେ

ଉଲ୍ଲେଖଯୋଗ୍ୟ, ଗତକାଲି  ବିହାର ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ କି ମୋଦୀ ‌"ଭୋଟ୍ ପାଇଁ କିଛି ବି କରିପାରନ୍ତି" । ଆବଶ୍ୟକ ପଡ଼ିଲେ ସେ ଭୋଟ୍‌ ପାଇଁ ନାଚି ବି ପାରନ୍ତି। 

ଆହୁରି ପଢ଼ନ୍ତୁ: ମହିଳା ପୁଲିସ ଅଧିକାରୀଙ୍କ ଚୋରି ଧରାଇ ଦେଲା ସିସିଟିଭି; ସାଙ୍ଗ ଘରୁ ଉଠାଇ ନେଇଥି‌ଲେ ଟଙ୍କା ଓ ମୋବାଇଲ

"ଯଦି ତୁମେ ନରେନ୍ଦ୍ର ମୋଦୀଙ୍କୁ ତୁମର ଭୋଟ୍ ବଦଳରେ ନାଚିବାକୁ କୁହ, ତେବେ ସେ ମଞ୍ଚ ଉପରେ ନାଚିବେ," ଗାନ୍ଧୀ ମୁଜାଫରପୁରରେ ଆରଜେଡି ନେତା ଏବଂ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ୱୀ ଯାଦବଙ୍କ ସହିତ ଏକ ମିଳିତ ରାଲିକୁ ସମ୍ବୋଧିତ କରିବା ସମୟରେ ଏପରି କହିଥିଲେ।

Rahul Gandhi | tejashwi-yadav | pm modi 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe