Friendship with Saudi Arabia is expensive Photograph: (sambad.in)
ଇସଲାମାବାଦ: ସାଉଦି ଆରବ ବଳରେ ନିଜକୁ ବଳିଆ କରିବା ଚିନ୍ତାଧାରା ନେଇ ସାଉଦି ଆରବ ସହ ସମ୍ପର୍କ ବାନ୍ଧିଥିଲା ପାକିସ୍ତାନ, କିନ୍ତୁ ଏହି ବନ୍ଧୁତା ପାକିସ୍ତାନ ପାଇଁ ମହଙ୍ଗା ସାବ୍ୟସ୍ଥ ହୋଇଛି। ୟୁନାଟେଡ୍ ଆରବ ଏମିରେଟ୍ସ (ୟୁଏଇ)ଠୁ ପାକିସ୍ତାନ ନେଇଥିବା ଋଣ ଯଥାଶୀଘ୍ର ପରିଶୋଧ କରିବା ପାଇଁ ସିଧା ସିଧା ଶୁଣାଇ ଦେଇଛି ୟୁଏଇ।
୨ ବିଲିୟନ ଡଲାର ଋଣ ନେଇଛି ପାକ୍
ୟୁଏଇ ପାକିସ୍ତାନକୁ ୨ ବିଲିୟନ ଡଲାର ଋଣ ପ୍ରଦାନ କରିଛି। ଦୁଇଟି କିସ୍ତିରେ ଏହି ଋଣ ପ୍ରଦାନ କରିଛି ୟୁଏଇ, ଅର୍ଥାତ୍ ପ୍ରଥମେ ୧ବିଲିୟନ୍ ଡଲାର, ପରେ ପୁଣି ୧ବିଲିୟନ୍ ଡଲାର ପାକିସ୍ତାନକୁ ଋଣ ଆକାରରେ ଦେଇଛି ୟୁଏଇ। ଏହି ଋଣ ସୁଝିବାର ଶେଷ ତାରିଖ ଥିଲା ଜାନୁଆରି ୧୬ ଓ ୨୨ ତାରିଖ। କିନ୍ତୁ ଏହି ସମୟସୀମା ମଧ୍ୟରେ ଋଣ ପରିଶୋଧ କରିନପାରିବାରୁ ପାକିସ୍ତାନକୁ ଆଉ ୩୦ଦିନର ମହଲତ ଦେଇଛି ୟୁଏଇ। ତଥାପି ପାକିସ୍ତାନ ଆହୁରି ସମୟ ଚାହୁଁଛି ଏବଂ ସୁଧ ହାର କମାଇବା ପାଇଁ ଗୁହାରି କରୁଛି।
୬.୫% ସୁଧ ହାରରେ ଋଣ ଦେଇଛି ୟୁଏଇ
ବର୍ତ୍ତମାନର ୬.୫% ସୁଧ ହାରରେ ପାକିସ୍ତାନକୁ ଋଣ ପ୍ରଦାନ କରିଛି ୟୁଏଇ। ତଥାପି ପାକିସ୍ତାନ ସୁଧ ହାର ହ୍ରାସ ଏବଂ ଦୀର୍ଘ ଅବଧି ଚାହୁଁଛି। ୟୁଏଇ କିନ୍ତୁ ଆଉ ଅଧିକ ସମୟ ବଢ଼ାଇବାକୁ ଚାହୁଁନି। କଠୋର ମନୋଭାବ ଗ୍ରହଣ କରି କେବଳ ଗୋଟିଏ ମାସ ମଞ୍ଜୁର କରିଛି। ଏହା ପ୍ରଥମ ଥର ଘଟିଛି, ଯେଉଁଠି ୟୁଏଇ ପାକିସ୍ତାନକୁ ଋଣ ପରିଶୋଧ ପାଇଁ ଏତେ କମ୍ ସମୟସୀମା ପ୍ରଦାନ କରିଛି। ଏହାକୁ ସାଉଦି ଆରବ ଓ ୟୁଏଇ ମଧ୍ୟରେ ଚାଲିଥିବା ଉତ୍ତେଜନା ସହ ଯୋଡା ଯାଇଛି।
ସବୁ କ୍ଷେତ୍ରରେ ପାକିସ୍ତାନ ଖୋଲାଖୋଲି ଭାବରେ ସାଉଦି ଆରବକୁ ସମର୍ଥନ କରିଆସୁଛି। ଏହି ପରିପ୍ରେକ୍ଷୀରେ, ୟୁଏଇ ପାକିସ୍ତାନ ଉପରେ ନିଜର ଦବଦବା ଜାହିର କରିବା ପାଇଁ କଠୋର ମନଭାବ ଆପଣାଇଥିବା କୁହାଯାଉଛି। ଯଦି ୟୁଏଇ ତାର କଠୋର ମନୋଭାବ ବଜାୟ ରଖେ, ତେବେ ପୂର୍ବରୁ ଏକ କଷ୍ଟକର ଆର୍ଥିକ ପରିସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇପାରେ।
ରିପୋର୍ଟରେ କୁହାଯାଇଛି, ଏସବିପି (ପାକିସ୍ତାନର ମୁଖ୍ୟ ବ୍ୟାଙ୍କ)ର ଗଭର୍ଣ୍ଣର ଜମିଲ ଅହମ୍ମଦ ୟୁଏଇ ସରକାରଙ୍କୁ ୨.୫ ବିଲିୟନ ଡଲାର ଋଣକୁ ଦୁଇ ବର୍ଷ ବୃଦ୍ଧି କରିବା ଏବଂ ସୁଧ ହାରକୁ ଅଧା କରିବାକୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପରବର୍ତ୍ତୀ ସମୟରେ ୟୁଏଇ ରାଷ୍ଟ୍ରପତିଙ୍କୁ ସମାନ ଅନୁରୋଧ କରିଥିଲେ। କିନ୍ତୁ ପାକିସ୍ତାନ ଷ୍ଟେଟ୍ ବ୍ୟାଙ୍କ ଏବଂ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ସତ୍ତ୍ୱେ, ୟୁଏଇ ଋଣ ପରିଶୋଧ ସମୟ ବୃଦ୍ଧି କରିବାକୁ ସିଧା ସିଧା ମନା କରିଦେଇଛନ୍ତି। ୟୁଏଇ କେବଳ ଗୋଟିଏ ମାସ ପାଇଁ ସମୟ ବୃଦ୍ଧି କରିଛି। ଦୁଇ ବର୍ଷ ବୃଦ୍ଧି ଏବଂ ସୁଧ ହାରର ଦେଢ଼ଗୁଣ ପାଇଁ ପାକିସ୍ତାନର ଦାବି ପୂରଣ ହେବାର ସମ୍ଭାବନା କମ୍ ଦେଖାଯାଉଛି।
ତେବେ ଏଠାରେ କହିରଖୁଛୁ କି, ୨୦୧୮ ମସିହାରେ, ୟୁଏଇ ପାକିସ୍ତାନକୁ ଗୋଟିଏ ବର୍ଷ ପାଇଁ ୨ ବିଲିୟନ ଡଲାର ଋଣ ଦେଇଥିଲା। ପାକିସ୍ତାନ ଏହି ରାଶି ପରିଶୋଧ କରିପାରିନଥିଲା ଏବଂ ସେବେଠାରୁ ସମୟ ଗଡ଼ାଇ ଚାଲିଛି ପାକିସ୍ତାନ। ୨୦୧୮ ମସିହାରେ, ୟୁଏଇ ଋଣ ଉପରେ ୩% ସୁଧ ହାର ନେଉଥିଲା। ଗତ ବର୍ଷ, ଏହାକୁ ୬.୫% ବୃଦ୍ଧି କରିଥିଲା। ପାକିସ୍ତାନ ପୁଣି ଥରେ ୩% ହାର ହ୍ରାସ ପାଇଁ ଅନୁରୋଧ କରିଛି। ସବୁଠୁ ରୋଚକ କଥା ହେଉଛି ପାକିସ୍ତାନ ମୁଦ୍ରା ହିସାବରେ ୨ ବିଲିୟନ ଡଲାର ହେଉଛି ପାକିସ୍ତାନର ୧୬ ବିଲିୟନ ଡଲାର ସହ ସମାନ। ବର୍ତ୍ତମାନର ହାରରେ, ପାକିସ୍ତାନ ୟୁଏଇ ଋଣ ଉପରେ ବାର୍ଷିକ ପ୍ରାୟ ୧୩୦ ମିଲିୟନ୍ ଡଲାର ସୁଧ ଦେଉଛି।
ଆହୁରି ପଢ଼ନ୍ତୁ: Lakhs of rupees were stolen: ଚାଲାଣ ନାଁରେ ଠକିନେଲ ଲକ୍ଷ ଲକ୍ଷ ଟଙ୍କା, ଗୋଟାଏ କ୍ଲିକ୍ରେ ଖାଲି ହେଲା ଆକାଉଣ୍ଟ
Follow Us