UAE Floods: ଅବିଶ୍ରାନ୍ତ ବର୍ଷା ପରେ ୟୁଏଇରେ ବନ୍ୟା ପରିସ୍ଥିତି: ବୁଡ଼ିଲା ରାସ୍ତା, ବିମାନ ବାତିଲ, ଜଳବନ୍ଦୀ ଜୀବନ…

Advertisment

ବୁଡ଼ିଲା ୟୁଏଇ । ପ୍ରବଳ ବର୍ଷା ପରେ ୟୁଏଇରେ ବନ୍ୟା ପରିସ୍ଥିତି । ଆଜି ସକାଳୁ ସକାଳୁ ଦୁବାଇ ଏବଂ ଆବୁଧାବି ଭଳି ପ୍ରମୁଖ ଅଞ୍ଚଳ ସମେତ UAEର କିଛି ଅଂଶରେ ପ୍ରବଳ ବର୍ଷା ହୋଇଛି

ବୁଡ଼ିଲା ୟୁଏଇ । ପ୍ରବଳ ବର୍ଷା ପରେ ୟୁଏଇରେ ବନ୍ୟା ପରିସ୍ଥିତି । ଆଜି ସକାଳୁ ସକାଳୁ ଦୁବାଇ ଏବଂ ଆବୁଧାବି ଭଳି ପ୍ରମୁଖ ଅଞ୍ଚଳ ସମେତ UAEର କିଛି ଅଂଶରେ ପ୍ରବଳ ବର୍ଷା ହୋଇଛି

UAE Flood

UAE Flood Photograph: (sambad.in)

ନୂଆଦିଲ୍ଲୀ: ବୁଡ଼ିଲା ୟୁଏଇ । ପ୍ରବଳ ବର୍ଷା ପରେ ୟୁଏଇରେ ବନ୍ୟା ପରିସ୍ଥିତି । ଆଜି ସକାଳୁ ସକାଳୁ ଦୁବାଇ ଏବଂ ଆବୁଧାବି ଭଳି ପ୍ରମୁଖ ଅଞ୍ଚଳ ସମେତ UAEର କିଛି ଅଂଶରେ ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁଁ ରାସ୍ତାଗୁଡ଼ିକ ଜଳମଗ୍ନ ହୋଇଥିଲା । ପାଣି ଛିଡା ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ଗାଡ଼ି ଚଳାଚଳ ଏକପ୍ରକାର ଠପ ହୋଇଛି । ବନ୍ୟା ପାଣି ଲୋକଙ୍କୁ ଘର ଭିତରେ ପଶିଛି । କିଛି ସ୍ଥାନରେ ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଥିଲା । ଯାହା ଫଳରେ ଜଳ ପାଇଁ ଜନଜୀବନ ଏକଦମ ବନ୍ଦ ହୋଇପଡିଥିଲା । 

ଆହୁରି ପଢନ୍ତୁ- Bengaluru Auto Driver: ଅଧରାତିରେ ମନ ଜିଣିନେଲେ ଅଟୋ ଡ୍ରାଇଭର… ଅଟୋ ଭିତରର ଲେଖା ଦେଖି ଛଳଛଳ ହେଲେ ଯୁବତୀ

ପ୍ରବଳ ବର୍ଷା ବଢାଇଲା ଚିନ୍ତା

ମଧ୍ୟପ୍ରାଚ୍ୟ ଅଞ୍ଚଳଗୁଡ଼ିକରେ ପ୍ରବଳ ବର୍ଷା ସମସ୍ତଙ୍କୁ ଚକିତ କରିଛି । ଯେଉଁଠାରେ କ୍ୱଚିତ୍ ବର୍ଷା ହୁଏ ଏବେ ଏତେ ପରିମାଣରେ ବର୍ଷା ସ୍ଥିତିକୁ ବେହାଲ କରିଛି । ଦେଶ ଯେତେବେଳେ ବଡ଼ ଦିନ ଛୁଟି ପାଇଁ ପ୍ରସ୍ତୁତ ହେଉଛି ସେହି ସମୟରେ ବନ୍ୟା ଚିନ୍ତା ସୃଷ୍ଟି କରିଛି ।

ଆହୁରି ପଢନ୍ତୁ- Rs 93 crore sanction: ଭୁବନେଶ୍ୱରରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ୯୩.୦୯ କୋଟିର ଆର୍ଥିକ ଅନୁଦାନ

ତେବେ ଗୁରୁବାର ବିଳମ୍ବିତ ରାତିରେ ଦୁବାଇରେ ପ୍ରବଳ ବର୍ଷା ହୋଇଥିଲା, ତା’ପରେ ରାଜଧାନୀ ଆବୁଧାବିରେ ରାତିସାରା ଝଡ଼ ହୋଇଥିଲା। ଶୁକ୍ରବାର ସକାଳ ସୁଦ୍ଧା ଅନେକ ତଳିଆ ଅଞ୍ଚଳ ଜଳବନ୍ଦୀ ହୋଇଥିବା ସୂଚନା ମିଳିଛି । ବନ୍ୟା ପାଇଁ ଅନେକ ବିମାନ ବାତିଲ କରାଯାଇଛି । ରାସ୍ତାରେ ପାଣି ଜମିଥିବାରୁ ଜନଜୀବନ ଠପ୍ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe