Udaipur Constable:ଚାକିରିରେ ପଦୋନ୍ନତି ପାଇଁ ଉଦ୍ୟମ କରୁଥିବା ବେଳେ ହେଡ୍ କନଷ୍ଟେବଳଙ୍କ ହେଲା ମୃତ୍ୟୁ

ଡିଭିଜନ ସ୍ତରୀୟ ହେଡ୍ କନଷ୍ଟେବଳରୁ ଏଏସଆଇ ପଦୋନ୍ନତି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚାକିରିରେ ପଦୋନ୍ନତି ପାଇଁ ଦୌଡ଼ବା ସମୟରେ ଜଣେ ହେଡ୍ କନଷ୍ଟେବଳଙ୍କ ମୃତ୍ୟୁ ହୋଇଛି।

4ad9658f-79f1-4088-ae52-ad4e4e0c04b2

udaipur-head-constable Photograph: (@sambad.in)

ଉଦୟପୁର: ରାଜସ୍ଥାନର ଉଦୟପୁରର ପୁଲିସ ବିଭାଗରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଚାକିରିରେ ପଦୋନ୍ନତି ପାଇଁ ଦୌଡ଼ବା ସମୟରେ ଜଣେ ହେଡ୍ କନଷ୍ଟେବଳଙ୍କ ମୃତ୍ୟୁ ହୋଇଛି। ମୃତ ହେଡ୍ କନଷ୍ଟେବଳଙ୍କ ନାମ ଜବାର ସିଂହ। 

ଉଦୟପୁର ଏଏସପି ମୁଖ୍ୟାଳୟର ଅଧିକାରୀ ଗୋପାଳ ସ୍ୱରୂପ ମେୱାରାଙ୍କ ସୂତ୍ରରୁ ପ୍ରକାଶ, ‘ ଡିଭିଜନ ସ୍ତରୀୟ ହେଡ୍ କନଷ୍ଟେବଳରୁ ଏଏସଆଇ ପଦୋନ୍ନତି ପରୀକ୍ଷା ଅନୁଷ୍ଠିତ ହେଉଛି। ଆଜି ପରୀକ୍ଷାରେ ୫୦୦ରୁ ଅଧିକ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ। ଆଜି ସକାଳେ ଏଏସଆଇ ପଦୋନ୍ନତି ପାଇଁ ଦୌଡ଼ ଅନୁଷ୍ଠିତ ହୋଇଥିଲା। ହେଡ୍ କନଷ୍ଟେବଳ ଜବାର ସିଂହ ୨ କିଲୋମିଟର ଦୌଡ଼ବା ପରେ କ୍ଲାନ୍ତ ହୋଇ ହଠାତ୍ ବସି ପଡ଼ିଥିଲେ।

ଚାକିରିରେ ପଦୋନ୍ନତି ପାଇଁ ଦୌଡ଼ବା ସମୟରେ ହେଡ୍ କନଷ୍ଟେବଳଙ୍କ ମୃତ୍ୟୁ

ଅଧିକପଢ଼ନ୍ତୁ:ନେତାଙ୍କ ନୂଆ ଠିକଣା ବିହାର: ନିର୍ବାଚନ ପାଇଁ ବିହାର ମୁହାଁ ରାଜନେତା… ପ୍ରଚାରରେ କମ୍ପୁଛି ପୂରା ରାଜ୍ୟ

ଏହାପରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମହାରାଣା ଭୂପାଳ ହସ୍ପିଟାଲକୁ ପଠାଯାଇଥିଲା। ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଡାକ୍ତରଙ୍କ ଅନେକ ଚେଷ୍ଟା ପରେ ବି ଜବାରଙ୍କୁ ବଞ୍ଚା ଯାଇ ପାରି ନଥିଲା। 

ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ହେବ ସ୍ପଷ୍ଟ

ଜବାରଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଶବଗୃହରେ ରଖାଯାଇଛି। ଶବ ବ୍ୟବଚ୍ଛେଦ ପରେ ହିଁ ହେଡ କନଷ୍ଟେବଳଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

ଅଧିକପଢ଼ନ୍ତୁ:ଟ୍ରାଫିକ ପୁଲିସ ଓ ଜରିମାନା ଭୟରେ ହେଲମେଟ ବଦଳରେ ମୁଣ୍ଡରେ କଢ଼େଇ ପିନ୍ଧିଲେ ଯୁବକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe