ନାଗପୁର: ଡିସେମ୍ବର ୧୫ରେ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପରେ ଡିସେମ୍ବର ୧୬ରୁ ନାଗପୁରରେ ମହାରାଷ୍ଟ୍ର ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଏଥିପାଇଁ ବିଧାୟକ ଏବଂ ସମସ୍ତ ଦଳର ନେତା ନାଗପୁରରେ ପହଞ୍ଚିଛନ୍ତି।
ଏହି ସମୟରେ ମଙ୍ଗଳବାର ଦିନ ଶିବସେନା ୟୁବିଟି ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ୍ ସମୟରେ ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକରେ ଏବଂ ଅନ୍ୟ ଶିବସେନା ୟୁବିଟି ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।
ଶିବସେନା ୟୁବିଟି ନେତା ଆଦିତ୍ୟ ଠାକରେ କହିଛନ୍ତି, ଆଜି ଆମ ଦଳର ମୁଖ୍ୟ ଉଦ୍ଧବ ଠାକରେ ସିଏମ ଦେବେନ୍ଦ୍ର ଫଡନାଭିସ୍ ଏବଂ ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକରଙ୍କୁ ଭେଟିଛନ୍ତି। ଏହା ଏକ ପାଦ ଆଗକୁ।
ମହାରାଷ୍ଟ୍ର ସରକାରରେ କାର୍ଯ୍ୟ କରୁଥିବାବେଳେ ଉଭୟ ଶାସକ ଦଳ ଏବଂ ବିରୋଧୀ ଦେଶ ତଥା ରାଜ୍ୟର ସ୍ୱାର୍ଥ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ରାଜନୈତିକ ପରିପକ୍ୱତା ପ୍ରଦର୍ଶନ କରିବା ଉଚିତ୍ ବୋଲି ସେ କହିଛନ୍ତି।
ଦୁଇ ନେତାଙ୍କ ମଧ୍ୟରେ ଏହି ସାକ୍ଷାତ ଫଡନାଭିସ୍ଙ୍କ କକ୍ଷରେ ହୋଇଥିଲା। ଏହାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇ ଉଠିଛି। ଏହି ବୈଠକରେ ଶିବସେନା ୟୁବିଟି ନେତା ଅନିଲ ପରବ ଏବଂ ବରୁଣ ସର୍ଦ୍ଦାର ମଧ୍ୟ ଉଦ୍ଧବଙ୍କ ସହ ଉପସ୍ଥିତ ଥିଲେ।
ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟ ବିଧାନ ପରିଷଦର ସଦସ୍ୟ ଅଟନ୍ତି। ରାଜ୍ୟ ବିଧାନସଭାର ଚାଲିଥିବା ଶୀତକାଳୀନ ଅଧିବେଶନରେ ଯୋଗଦେବା ପାଇଁ ମଙ୍ଗଳବାର ସେ ନାଗପୁରରେ ପହଞ୍ଚିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଶିବସେନା ୟୁବିଟି ବିଧାନସଭା ପାର୍ଟି ବୈଠକରେ ଉଦ୍ଧବ ଠାକରେ ଯୋଗ ଦେଇଛନ୍ତି।।
#WATCH | Shiv Sena (UBT) leader Uddhav Thackeray meets Maharashtra CM Devendra Fadnavis in Nagpur
— ANI (@ANI) December 17, 2024
(Source: DG-I&PR) pic.twitter.com/wbuZd3UdMR
ସୂଚନାଯୋଗ୍ୟ,୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସେତେବେଳେର ଅବିଭାଜିତ ଶିବସେନା ମୁଖ୍ୟମନ୍ତ୍ରୀ ପଦ ପ୍ରସଙ୍ଗରେ ଦୀର୍ଘ ଦିନର ସହଯୋଗୀ ଭାରତୀୟ ଜନତା ପାର୍ଟି ସହିତ ସମ୍ପର୍କ ଭାଙ୍ଗିଥିଲେ।
ଅଧିକ ପଢ଼ନ୍ତୁ: ଏକ ଦେଶ,ଏକ ନିର୍ବାଚନ ବିଲ୍ ପାସ୍ ନେଇ ବାଧା: ଜାଣନ୍ତୁ ସମ୍ପୂର୍ଣ୍ଣ ଭୋଟ୍ ଗଣିତ
୨୦୨୪ ବିଧାନସଭା ନିର୍ବାଚନ ସମୟରେ ଶିବସେନା ୟୁବିଟି, କଂଗ୍ରେସ ଏବଂ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଶରଦଚନ୍ଦ୍ର ପାୱାର) ମିଳିତ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
ଏହି ନିର୍ବାଚନରେ ଏହି ତିନି ଦଳର ମିଳିତ ମହା ବିକାଶ ଅଘାଡି ଏକ ପରାଜୟର ସମ୍ମୁଖୀନ ହୋଇଥିଲା। ଶିବସେନା ୟୁବିଟି ୨୦ ଟି, କଂଗ୍ରେସ ୧୬ ଏବଂ ଶରଦ ପାୱାରଙ୍କ ଏନସିପି (ଶରଦଚନ୍ଦ୍ର ପାୱାର) ୧୦ଟି ସିଟ୍ ଜିତିଥିଲା।
ଅଧିକ ପଢ଼ନ୍ତୁ: ସିରିଆ ପରେ ଏବେ ଲିବିୟା ଉପରେ ପୁଟିନଙ୍କ ନଜର