ସିନ୍ଦେଙ୍କ ରଣନୀତି ଆଗରେ ପରାଜିତ ହେଲେ ଉଦ୍ଧବ-ପାୱାର-କଂଗ୍ରେସ!

ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ରାଜ୍ୟର ରାଜନୈତିକ ସ୍ଥିତିରେ ଏକ ବଡ଼ ଆଲୋଡ଼ନ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଜେପି, ଶିବସେନା ଏବଂ ଏନସିପିର ମିଳିତ ମହାୟୁତିକୁ ବିପୁଳ ସମର୍ଥନ ମିଳିଛି...

13amnnzx[aq

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ରାଜ୍ୟର ରାଜନୈତିକ ସ୍ଥିତିରେ ଏକ ବଡ଼ ଆଲୋଡ଼ନ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଜେପି, ଶିବସେନା ଏବଂ ଏନସିପିର ମିଳିତ ମହାୟୁତିକୁ ବିପୁଳ ସମର୍ଥନ ମିଳିଛି।

ସର୍ବଶେଷ ଧାରା ଅନୁଯାୟୀ, ରାଜ୍ୟର ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ମହୁୟୁତି ୨୨୮ଟି ଆସନରେ ଆଗୁଆ ଥିବାବେଳେ ସରକାର ଗଠନ ପାଇଁ କୁହୁକ ସଂଖ୍ୟା ୧୪୫ ରହିଛି। ସିନ୍ଦେଙ୍କ ରଣନୀତି ଆଗରେ ଉଦ୍ଧବ-ପାୱାର-କଂଗ୍ରେସ  ପରାଜିତ ହୋଇଛନ୍ତି।

ଏଥି ସହିତ, ମହା ବିକାଶ ଅଘାଡି (ଏମଭିଏ)ର ପ୍ରଦର୍ଶନ ଆଶା ଅନୁଯାୟୀ ହୋଇନାହିଁ। ଭୋଟ୍ ଗଣତି ଧାରା ଅନୁଯାୟୀ ଶିବସେନା (ୟୁବିଟି) ୧୯ଟି ଆସନରେ, ଶରଦ ପାୱାରଙ୍କ ଏନସିପି ୧୩ଟି ଆସନରେ ଏବଂ ୧୯ଟି ଆସନରେ କଂଗ୍ରେସ ଆଗୁଆ ରହିଛି। ଫଳରେ ମୋଟ ୫୩ ଟି ଆସନରେ ଏମଭିଏ ପ୍ରାର୍ଥୀ ଆଗରେ ଅଛନ୍ତି।

ଅଧିକ ପଢ଼ନ୍ତୁ: ଉତ୍ତରପ୍ରଦେଶରେ ଯୋଗୀଙ୍କ ଯାଦୁ: ୯ ଆସନ ମଧ୍ୟରୁ ୬ରେ ବିଜେପି ଆଗୁଆ

ଅନ୍ୟପକ୍ଷରେ, ଏକନାଥ ସିନ୍ଦେଙ୍କ ଶିବସେନା  ୫୫ ଆସନରେ ଆଗୁଆ ରହି ସ୍ପଷ୍ଟ କରିଛନ୍ତି ଯେ ଉଦ୍ଧବ ଠାକରେ, ଶରଦ ପାୱାର ଏବଂ କଂଗ୍ରେସର ମିଳିତ ମଞ୍ଚ ସିନ୍ଦେଙ୍କ ଦଳ ପଛରେ ରହିଛି।

ବିଜେପି ୧୩୧ ​ଆସନ, ସିନ୍ଦେଙ୍କ ଶିବସେନା ୫୫ ଏବଂ ଅଜିତ ପାୱାରଙ୍କ ଏନସିପି ୪୦ ଆସନରେ ଆଗୁଆ ରହିଛି। 

ଅଧିକ ପଢ଼ନ୍ତୁ: ମହାୟୁତିର ବିଜୟ ପରେ ଏବେ ମହାରାଷ୍ଟ୍ରର ମହିଳାଙ୍କୁ ମାସକୁ ୩ ହଜାର ଟଙ୍କା!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe