Shabana Mahmood: ଚର୍ଚ୍ଚାରେ ବ୍ରିଟେନର ଗୃହମନ୍ତ୍ରୀ ଶବାନା ମାହମୁଦ

Advertisment

ରବିବାର ଷ୍ଟାର୍ମରଙ୍କ ଚିଫ୍ ଅଫ୍ ଷ୍ଟାଫ୍ ମୋର୍ଗାନ୍ ମ୍ୟାକସ୍ୱିନି ଇସ୍ତଫା ଦେଇଛନ୍ତି। ତଥାପି ଷ୍ଟାର୍ମରଙ୍କ ଉପରୁ ବିପଦ ହଟିନାହିଁ। ତାଙ୍କ ଉପରେ ଇସ୍ତଫା ଦେବା ନେଇ ପ୍ରବଳ ଚାପ ରହିଛି।

ରବିବାର ଷ୍ଟାର୍ମରଙ୍କ ଚିଫ୍ ଅଫ୍ ଷ୍ଟାଫ୍ ମୋର୍ଗାନ୍ ମ୍ୟାକସ୍ୱିନି ଇସ୍ତଫା ଦେଇଛନ୍ତି। ତଥାପି ଷ୍ଟାର୍ମରଙ୍କ ଉପରୁ ବିପଦ ହଟିନାହିଁ। ତାଙ୍କ ଉପରେ ଇସ୍ତଫା ଦେବା ନେଇ ପ୍ରବଳ ଚାପ ରହିଛି।

New Project (1)

UK may get first Muslim PM, Shabana Mahmood Photograph: (@sambad.in)

ଲଣ୍ଡନ: ଏପ୍‌ଷ୍ଟିନ ଫାଇଲକୁ ନେଇ ବ୍ରିଟେନରେ ଏକପ୍ରକାର ଅସ୍ଥିରତା ସ୍ଥିତି ଦେଖାଯାଇଛି। ଏପ୍‌ଷ୍ଟିନ ଫାଇଲରେ ନାଁ ଆସିବା ପରେ ବ୍ରିଟେନରେ ପୂର୍ବତନ ରାଷ୍ଟ୍ରଦୂତ ପିଟର ମାଣ୍ଡେଲସନଙ୍କୁ ହାଉସ ଅଫ୍ ଲର୍ଡସରୁ ଇସ୍ତଫା ଦେବାକୁ ପଡ଼ିଛି। ମାଣ୍ଡେଲସନଙ୍କ ବିରୋଧରେ ଏବେ ଆପରାଧିକ ତଦନ୍ତ ଚାଲିଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ କେର୍‌ ଷ୍ଟାର୍ମର ମାଣ୍ଡେଲସନଙ୍କ ନିଯୁକ୍ତିକୁ ନେଇ ବିବାଦର ସମ୍ମୁଖୀନ ହୋଇଛନ୍ତି।

ଅଧିକପଢ଼ନ୍ତୁ:ମଣ୍ଡିରୁ ଉଠୁନାହିଁ ଧାନ; ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ

ରବିବାର ଷ୍ଟାର୍ମରଙ୍କ ଚିଫ୍ ଅଫ୍ ଷ୍ଟାଫ୍ ମୋର୍ଗାନ୍ ମ୍ୟାକସ୍ୱିନି ଇସ୍ତଫା ଦେଇଛନ୍ତି। ତଥାପି ଷ୍ଟାର୍ମରଙ୍କ ଉପରୁ ବିପଦ ହଟିନାହିଁ। ତାଙ୍କ ଉପରେ ଇସ୍ତଫା ଦେବା ନେଇ ପ୍ରବଳ ଚାପ ରହିଛି। ଏପରି ସମୟରେ ‌ଷ୍ଟାର୍ମରଙ୍କ ଉତ୍ତରାଧିକାରୀ ଭାବେ ଶବାନା ମାହମୁଦଙ୍କ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଶବାନା ବର୍ତ୍ତମାନ ବ୍ରିଟେନର ଗୃହମନ୍ତ୍ରୀ ଅଛନ୍ତି। ପ୍ରଥମ ମୁସଲିମ୍‌ ମହିଳା ଭାବେ ଶବାନା ଗୃହମନ୍ତ୍ରୀ ‌ହୋଇପାରିଛନ୍ତି।

ଶବାନା ବ୍ରିଟେନର ପ୍ରଥମ ମୁସଲମାନ ପ୍ରଧାନମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା

୨୦୨୪ରେ ବର୍ମିଂହାମରେ ଜଣେ ଗାଜା ସମର୍ଥକଙ୍କୁ ପରାସ୍ତ କରି ସେ ବ୍ରିଟିଶ ସଂସଦକୁ ଆସିଥିଲେ। ବର୍ମିହାମରେ ୧୯୮୦ ମସିହାରେ ପାକିସ୍ତାନ ବାପାମା’ଙ୍କଠାରୁ ଜନ୍ମିତ ଶବାନାଙ୍କ ପିଲାଦିନ ସାଉଦି ଆରବରେ କଟିଥିଲା। କିନ୍ତୁ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ଆଇନ ପଢ଼ିବାକୁ ସେ ବ୍ରିଟେନ ଫେରିଥିଲେ। ଷ୍ଟାର୍ମର ଇସ୍ତଫା ଦେଲେ ଶବାନା ବ୍ରିଟେନର ପ୍ରଥମ ମୁସଲମାନ ପ୍ରଧାନମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛି।

ଅଧିକପଢ଼ନ୍ତୁ:ଏପଷ୍ଟାଇନ୍ ଫାଇଲ୍ସ: ଆମେରିକାରୁ ନରୱେ ଯାଏଁ ପ୍ରମୁଖ ରାଜନେତାଙ୍କ ଇସ୍ତଫା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe