ଏମ୍ସରେ ଭର୍ତ୍ତି ଅଣ୍ଡରୱାର୍ଲ୍ଡ ଡନ୍; ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କଲା ପୁଲିସ

Advertisment

ଅଣ୍ଡରୱାର୍ଲ୍ଡ ଡନ୍ ଏବଂ ଗ୍ୟାଙ୍ଗଷ୍ଟର ଛୋଟା ରାଜନକୁ ଚିକିତ୍ସା ପାଇଁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦେଇଛି ପୁଲିସ।

ଅଣ୍ଡରୱାର୍ଲ୍ଡ ଡନ୍ ଏବଂ ଗ୍ୟାଙ୍ଗଷ୍ଟର ଛୋଟା ରାଜନକୁ ଚିକିତ୍ସା ପାଇଁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦେଇଛି ପୁଲିସ।

wqe

qq Photograph: (w)


ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ୍ ଏବଂ ଗ୍ୟାଙ୍ଗଷ୍ଟର ଛୋଟା ରାଜନକୁ ଚିକିତ୍ସା ପାଇଁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛୋଟା ରାଜନ ଅନେକ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଅଛି।

ଅଧିକପଢ଼ନ୍ତୁ:ଏବେ ସେମିତି କେହି ସାଙ୍ଗ ନାହାନ୍ତି, ଯିଏ ତୁ ବୋଲି କହି ସମ୍ବୋଧନ କରୁଛନ୍ତି: ମୋଦୀ

ପ୍ରାପ୍ତ ସୂଚନା ଅନୁଯାୟୀ, ଦିଲ୍ଲୀ ପୁଲିସ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ ଏମସ୍ ଭର୍ତ୍ତି ହେବା ପରେ  ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦେଇଛି। ସାମାନ୍ୟ ତ୍ରୁଟି ବି ବଡ଼ ଧରଣର ଅଘଟଣ ଘଟାଇପାରେ। ସେଥିପାଇଁ ପୁଲିସ ସବୁ ଦିଗରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ତୀକ୍ଷ୍ମ ଦୃଷ୍ଟି ରଖିଛି। 

୨୦୧୫ ଅକ୍ଟୋବର ୨୫ ତାରିଖରେ ଇଣ୍ଡୋନେସିଆରୁ ଗିରଫ ହେବା ପରେ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନକୁ ଭାରତ ଅଣାଯାଇଥିଲା। ସେ ବର୍ତ୍ତମାନ ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଅଛି। 
ଗତ ବର୍ଷ ମଇ ମାସରେ ଏକ ସ୍ୱତନ୍ତ୍ର କୋର୍ଟ ଛୋଟା ରାଜନକୁ ଜଣେ ହୋଟେଲ ମାଲିକଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ତଥାପି, ବମ୍ବେ ହାଇକୋର୍ଟ ଛୋଟା ରାଜନଙ୍କୁ ଦିଆଯାଇଥିବା ଆଜୀବନ କାରାଦଣ୍ଡାଦେଶକୁ ସ୍ଥଗିତ ରଖି ଜାମିନ ପ୍ରଦାନ କରିଥିଲେ।

ଅଧିକପଢ଼ନ୍ତୁ:ମୁଁ ଜଣେ ମଣିଷ। ଭଗବାନ ନୁହେଁ: ମୋ

ସମ୍ପ୍ରତି ରାଜନ ଅନ୍ୟ ଅନେକ ଅପରାଧିକ ମାମଲାରେ ଜଡିତ ଥିବାରୁ ଜେଲରେ ଅଛି। ଏହା ବ୍ୟତୀତ ପ୍ରାୟ ୨୮ ବର୍ଷ ପୁରୁଣା ଜଣେ ବ୍ୟବସାୟୀଙ୍କ ହତ୍ୟା କରିଥିବା ମାମଲାରେ ପ୍ରମାଣ ଅଭାବରୁ ଛୋଟା ରାଜନକୁ ମଧ୍ୟ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe