ନୂଆଦିଲ୍ଲୀ: ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ଆଲୋକର ପର୍ବ ଦୀପାବଳିକୁ ଏହାର ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନିତ କରିଛି। ଏହି ପର୍ବ ବିଷୟରେ ବର୍ଣ୍ଣନା କରି ୟୁନେସ୍କୋ ଏହାର ଅଫିସିଆଲ୍ ୱେବସାଇଟରେ କହିଛି, ଦୀପାବଳି ହେଉଛି ଏକ ଆଲୋକ ପର୍ବ ଯାହା ସମଗ୍ର ଭାରତରେ ବିଭିନ୍ନ ବ୍ୟକ୍ତି ଓ ସମ୍ପ୍ରଦାୟ ଦ୍ୱାରା ପ୍ରତିବର୍ଷ ପାଳନ କରାଯାଏ। ଚନ୍ଦ୍ର କ୍ୟାଲେଣ୍ଡର ଉପରେ ଆଧାର କରି ଏହା ଅକ୍ଟୋବର କିମ୍ବା ନଭେମ୍ବରରେ ଅମାବାସ୍ୟାରେ ପଡେ। ଏହା ଏକ ଆନନ୍ଦର ଅବସର ଯାହା ଅନ୍ଧକାର ଉପରେ ଆଲୋକ ଓ ମନ୍ଦ ଉପରେ ଭଲର ବିଜୟର ପ୍ରତୀକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘୋଷଣାକୁ ସାମୂହିକ ଗର୍ବର ମୁହୂର୍ତ୍ତ ବୋଲି ଅଭିହିତ କରି କହିଛନ୍ତି, ଆମ ପାଇଁ ଦୀପାବଳି ଆମ ସଂସ୍କୃତି ଓ ନୈତିକତା ସହିତ ଅତି ନିବିଡ଼ ଭାବରେ ଜଡିତ। ଏହା ଆମ ସଭ୍ୟତାର ଆତ୍ମା। ଏହା ଆଲୋକ ଓ ଧାର୍ମିକତାର ପ୍ରତୀକ। ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ଦୀପାବଳିକୁ ଯୋଡିବା ଏହି ଉତ୍ସବର ବିଶ୍ୱବ୍ୟାପୀ ଲୋକପ୍ରିୟତାକୁ ଆହୁରି ବୃଦ୍ଧି କରିବ। କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏହି ପଦକ୍ଷେପକୁ ଭାରତ ପାଇଁ ଏକ ଐତିହାସିକ ଦିନ ବୋଲି କହିଛନ୍ତି। ଏହି ସମ୍ମାନ ଦୀପାବଳିର ସର୍ବଭାରତୀୟ ବାର୍ତ୍ତା - ‘ନିରାଶା ଉପରେ ଆଶା, ବିଭାଜନ ଉପରେ ସୌହାର୍ଦ୍ଦ୍ୟ ଏବଂ ସମସ୍ତଙ୍କ ପାଇଁ ଆଲୋକ’କୁ ସାର୍ବଜନୀନ କରିଥାଏ।  

Advertisment

Rural Village: ଝାରସୁଗୁଡ଼ା-ସମ୍ବଲପୁର ଜିଲ୍ଲାର ସୀମାରେ ରହିଛି ‘ଆମମୁଣ୍ଡା’ ଗାଁ, ମୌଳିକ ସୁବିଧାକୁ କରିଛନ୍ତି ଅପେକ୍ଷା

ଡିସେମ୍ବର ୮ରୁ ଡିସେମ୍ବର ୧୩ ପର୍ଯ୍ୟନ୍ତ ୟୁନେସ୍କୋର ୨୦ତମ ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟ କମିଟି ଅଧିବେଶନରେ ୧୮୦ରୁ ଅଧିକ ଦେଶରୁ ୧,୦୦୦ରୁ ଅଧିକ ପ୍ରତିନିଧି ଏକାଠି ହୋଇଛନ୍ତି। ୟୁନେସ୍କୋ ବୈଠକକୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଛନ୍ତି। ସେ ଭାରତର ସାଂସ୍କୃତିକ ଐତିହ୍ୟକୁ ‘ସଂସ୍କୃତିର ଗଣତାନ୍ତ୍ରିକ ଅଭିବ୍ୟକ୍ତି’ ବୋଲି ବର୍ଣ୍ଣନା କରିଥିଲେ। ଉଦଘାଟନୀ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, ୟୁନେସ୍କୋ ମହାନିର୍ଦ୍ଦେଶକ ଖାଲିଦ ଏଲ-ଏନାନି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଓ ୟୁନେସ୍କୋରେ ଭାରତର ପ୍ରତିନିଧି ବିଶାଲ ଭି ଶର୍ମା ଉପସ୍ଥିତ ଥିଲେ। ଯୋଗ ଓ ବୈଦିକ ଜପଠାରୁ ଆରମ୍ଭ କରି କୁମ୍ଭମେଳା, ଗରବା, ରାମଲୀଳା ଓ ପଶ୍ଚିମବଙ୍ଗର ଦୁର୍ଗା ପୂଜା ପର୍ଯ୍ୟନ୍ତ ୟୁନେସ୍କୋର ଅମୂର୍ତ୍ତ ଐତିହ୍ୟ ତାଲିକାରେ ଭାରତ ନିକଟରେ ୧୫ଟି ଉପାଦାନ ରହିଛି।

Ahilyabai Programme: ରାଜମାତା ଅହିଲ୍ୟାବାଇ ହୋଲକରଙ୍କ ୩୦୦ ବର୍ଷ ଅବସରରେ ସ୍ମରଣ ସଭା ଆୟୋଜିତ